ଆପାର୍ଟମେଣ୍ଟ ବାଲ୍‌କୋନି ଭୁଶୁଡ଼ି ୩ମୃତ

କଟକ,୯।୧୧(କାର୍ତ୍ତିକ ସାହୁ): ଐତିହାସିକ ବାଲିଯାତ୍ରା ପାଇଁ କଟକ ସହର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ଶନିବାର ଅପରାହ୍ନରେ ମଣିସାହୁ ଛକ ନିକଟରେ ଘଟିଛି ଏକ ଅଘଟଣ। ଏକ ପୁରୁଣା ଆପାର୍ଟମେଣ୍ଟର ୫ମ ମହଲାରେ ଥିବା ବାଲ୍‌କୋନି ଭୁଶୁଡ଼ି ଆଜ୍‌ବେଷ୍ଟସ୍‌ ଘର ଉପରେ ଖସି ପଡ଼ିଛି। ଏଥିରେ ଜଣେ ଶିଶୁ ସମେତ ୩ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୨ମହିଳା ଏବଂ ୨ପିଲା ମଧ୍ୟ ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ବକ୍ସିବଜାର ମଣିସାହୁ ଛକରେ ଶନିବାର ଅପରାହ୍ନ ପ୍ରାୟ ୪.୪୫ ମିନିଟ ସମୟରେ ଏକ କୋଠାର ବାଲକୋନି ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଅବଦୁଲ ଜଲିଲ(୬୦), ଅବଦୁଲ ଜାହିଦ(୩୦) ଓ ରମ୍‌ଜାନି ଖାନ୍‌ଙ୍କ ପୁଅ ରେହାନ ଖାନ୍‌(୮)। ଅବଦୁଲ ଜଲିଲଙ୍କ ସ୍ତ୍ରୀ ରେହମାତୁନ୍‌ ନିଶା(୫୦) ଏବଂ ଅବଦୁଲ ଜାହିଦଙ୍କ ସ୍ତ୍ରୀ ସାହିନା ବେଗମ୍‌(୨୯) ଗୁରୁତର ଅବସ୍ଥାରେ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଉଭୟେ ସମ୍ପର୍କରେ ଶାଶୂ-ବୋହୂ ଅଟନ୍ତି। ଏହି ଘଟଣାରେ ଅବଦୁଲ୍‌ ଜାହିଦ୍‌ଙ୍କ ୨ପୁଅ ଅବଦୁଲ୍‌ ରେହମାନ୍‌(୮) ଏବଂ ଅବଦୁଲ ମୁଜାହିଦ୍‌(୪) ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମୃତାହତ ସମସ୍ତେ ଦୁଇଟି ପରିବାରର ବୋଲି ଜାଣିବାକୁ ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ କରିଛି।

ସୂଚନାନୁସାରେ, ବକ୍ସିବଜାର ମଣିସାହୁ ନିକଟସ୍ଥ ହାଡ଼ିବନ୍ଧୁ ସ୍କୁଲ ନିକଟ ବସ୍ତିରେ ପ୍ରାୟ ୨୫ରୁ ୩୦ ପରିବାର ରହନ୍ତି। ସମସ୍ତେ ଶ୍ରମିକ ଶ୍ରେଣୀର। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଆପାର୍ଟମେଣ୍ଟଟି ୨୦୦୦ ମସିହାରେ ନିର୍ମାଣ ଶେଷ ହୋଇ ସେଠାରେ ଲୋକମାନେ ରହୁଥିଲେ। ମାତ୍ର ଦୀର୍ଘ ବର୍ଷ ଧରି ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଆପାର୍ଟମେଣ୍ଟର ବାଲକୋନି ଦୁର୍ବଳ ହୋଇପଡ଼ିଥିଲା। ବାଲିଯାତ୍ରା ଯିବା ପାଇଁ ସମସ୍ତେ ତତ୍ପର ଥିବାବେଳେ ବସ୍ତିକୁ ଲାଗି ରହିଥିବା ଉକ୍ତ ପୁରୁଣା ଆପାର୍ଟମେଣ୍ଟର ବାଲକୋନୀ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଏହି ସମୟରେ ଆପାର୍ଟମେଣ୍ଟ ନିକଟସ୍ଥ ଆଜବେଷ୍ଟସ୍‌ ଘର ଭିତରେ ଥିବା ୭ ଜଣଙ୍କ ଉପରେ ବାଲ୍‌କୋନିର କଂକ୍ରିଟ ସବୁ ଅଜାଡ଼ି ହୋଇପଡ଼ିଥିଲା। ସ୍ଥାନୀୟ ଲୋକେ ଖବର ପାଇ ଘଟଣାସ୍ଥଳରୁ ତୁରନ୍ତ ମୁଜହିଦ୍‌(୪)ଙ୍କୁ ଉଦ୍ଧାର କରି ମେଡିକାଲ ନେଇଯାଇଥିଲେ। ପରେ ଦମକଳ ବାହିନୀ ଅନ୍ୟ ୬ ଜଣଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲା। ମାତ୍ର ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୪ ଜଣ ଏବେ ଚିକିତ୍ସିତ ହେଉଛନ୍ତି। ପ୍ରତ୍ୟକ୍ଷଦର୍ଶୀ ଗଙ୍ଗାଧର ସାହୁଙ୍କ କହିବାନୁସାରେ, ମଣିସାହୁ ଛକରେ ଥିବା ଏହି ଆପାର୍ଟମେଣ୍ଟଟି ପୁରୁଣା ଏବଂ ରକ୍ଷଣାବେକ୍ଷଣ ଅଭାବରୁ ବିପଦସ୍‌ଶଙ୍କୁଳ ଅବସ୍ଥାରେ ରହିଥିଲା। ଯଦି ଏହାର ଉପଯୁକ୍ତ ଯତ୍ନ ନିଆଯାଇଥାନ୍ତା ତେବେ ଏଭଳି ଅଘଟଣ ଘଟି ୩ଜଣଙ୍କ ଜୀବନ ଯାଇ ନ ଥାନ୍ତା। ଗତ ସେପ୍ଟେମ୍ବର ମାସରେ ଓଡ଼ିଶା ହାଇକୋର୍ଟ କଟକ ସହରରେ ବିପଦଶଙ୍କୁଳ ଅବସ୍ଥାରେ ଥିବା ୨୨୧ଟି ବିଲ୍‌ଡିଂକୁ ଭାଙ୍ଗିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏସମ୍ପର୍କରେ ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଯଦି କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଅଧିକାରୀ ପୂର୍ବରୁ ଏନେଇ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ, ତେବେ ଏଭଳି ଘଟଣା ଘଟି ନ ଥାନ୍ତା ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri