ଅପରାଜିତାଙ୍କୁ ଦେଖାଦେଲେନି ଭାଜପା ନେତା

ବ୍ରହ୍ମପୁର ଅଫିସ,୨୨ା୫: ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଗତ ଶୁକ୍ରବାର ଗଞ୍ଜାମ ଜିଲା ଗସ୍ତ ବେଳେ ତାଙ୍କୁ ଦେଖାଦେଲେନି ଭାଜପା ନେତା। ଏହା ବିରୋଧୀ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଅବଶ୍ୟ ସେ ଦଳୀୟ କାର୍ଯ୍ୟକ୍ରମରେ ଆସି ନ ଥିଲେ। ପୁରୁଷୋତ୍ତମପୁର ନିକଟ ତାରାତାରିଣୀଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ଅନ୍ତିମ ଦିବସରେ ମା’ଙ୍କୁ ଦର୍ଶନ ଏବଂ ଛତ୍ରପୁର ଠାକୁରାଣୀ ଯାତ୍ରା ଦେଖିବା ଓ ଦର୍ଶନ କାର୍ଯ୍ୟକ୍ରମ ରଖିଥିଲେ। ତେବେ ପାର୍ଟି ରାଷ୍ଟ୍ରୀୟ ପ୍ରବକ୍ତାଙ୍କୁ ନେତାମାନେ କାହିଁକି ସୌଜନ୍ୟମୂଳକ ସାକ୍ଷାତ କଲେ ନାହିଁ ଗୁଞ୍ଜରଣ ସୃଷ୍ଟି ହୋଇଛି।
ଗଞ୍ଜାମରେ ଭାଜପାର ଦୁଇ ସାଙ୍ଗଠନିକ ଜିଲା ଅଛି। ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ତାରାତାରିଣୀ ପୀଠ ଘୁମୁସର ସାଙ୍ଗଠନିକ ଜିଲାରେ ଅଛି। ପୁରୁଷୋତ୍ତମପୁର ବ୍ଲକର ସମୁଦାୟ ପଞ୍ଚାୟତ ମଧ୍ୟରୁ କେତେକ ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ବେଳେ ଆଉ କେତେକ କବିସୂର୍ଯ୍ୟନଗର ବିଧାନସଭା କ୍ଷେତ୍ରରେ ଅନ୍ତର୍ଭୁକ୍ତ। ବରିଷ୍ଠ ନେତ୍ରୀଙ୍କ ଗସ୍ତ ବେଳେ ଉପରୋକ୍ତ ଦୁଇ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀମାନେ ଅନୁପସ୍ଥିତ ରହିବା ପ୍ରଶ୍ନବାଚୀ ହୋଇଛି। ଅପରପକ୍ଷରେ ଘୁମୁସର ଜିଲା ସଭାପତି ଗୋକୁଳାନନ୍ଦ ମଲିକ ସେହିଦିନ ବୁଗୁଡ଼ା ତହସିଲ ଅଫିସ ଆଗରେ ହୋଇଥିବା ଆନ୍ଦୋଳନରେ ଥିବା ଖବର ମିଳିଛି।
ଅପରପକ୍ଷରେ ଗଞ୍ଜାମ ସାଙ୍ଗଠନିକ ଜିଲା ଅନ୍ତର୍ଭୁକ୍ତ ଛତ୍ରପୁର ନିର୍ବାଚନ ମଣ୍ଡଳୀ। ଅପରାଜିତା ଆସିବା ବେଳେ ଏହାର ସଭାପତି ବିଭୂତି ଜେନା ଭୁବନେଶ୍ୱର ଘରୋଇ କାର୍ଯ୍ୟରେ ଯାଇଥିଲେ ଓ ସେଠାରୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପୁରୀ ପଳାଇଥିଲେ। ତେବେ ବ୍ରହ୍ମପୁରର ନେତାମାନେ ଏବଂ ଗତ ସାଧାରଣ ନିର୍ବାଚନର ଛତ୍ରପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କର ମଧ୍ୟ ଦେଖା କରିନଥିଲେ। ପୁରୁଷୋତ୍ତମପୁର ଡାକବଙ୍ଗଳା ଓ ଛତ୍ରପୁର ସର୍କିଟ ହାଉସ୍‌ରେ କେତେକ କର୍ମୀଙ୍କ ସହିତ ଷଡ଼ଙ୍ଗୀ ଆଲୋଚନା କରିଥିଲେ।
ନାମ ଗୋପନ ରଖି ଜଣେ ପଦ୍ମ ଦଳ ନେତାଙ୍କ କହିବାନୁସାରେ ଭାଜପା ରାଜ୍ୟ ସଂଗଠନରେ ଅପରାଜିତା ବିବାଦୀୟ ହୋଇଛନ୍ତି। ତାଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ନେତା ଓ କର୍ମୀ ନିଲମ୍ବିତ ହେଉଛନ୍ତି। ତେଣୁ ତାଙ୍କ ମନ୍ଦିର କାର୍ଯ୍ୟକ୍ରମ ବେଳେ ଗଞ୍ଜାମର ନେତା ଓ ବିଧାୟକ ପ୍ରାର୍ଥୀମାନେ ନିଲମ୍ବନ ହେବା ଭୟରେ ଦେଖାକରିନାହାନ୍ତି। ଏହା ଯଦି ସତ୍ୟ ହୋଇଥାଏ ତେବେ ଅନ୍ୟ ବିରୋଧୀ ଦଳ ଭଳି ଭାଜପାରେ ମଧ୍ୟ ଅନ୍ତଃକନ୍ଦଳ ବିସ୍ଫୋରକ ହୋଇଥିବା ଅନୁମାନ କରାଯାଇଛି। ସୂଚନାଯୋଗ୍ୟ, ୯୦ ଦଶକର ଦ୍ୱିତୀୟ ଭାଗରେ ଷଡ଼ଙ୍ଗୀ ଗଞ୍ଜାମର ଅତିରିକ୍ତ ଜିଲାପାଳ ଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକଥର ମା’ଙ୍କ ଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

‘ଶିକ୍ଷା ସଚେତନତା ରଥ’ ଉଦ୍‌ଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୪ା୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଶନିବାର ଏକ ‘ଶିକ୍ଷା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମୁଖ୍ୟ ବଜାରରେ ବୋମାମାଡ଼ : ଭୁବନେଶ୍ୱରରୁ ବନ୍ଧା ହେଲେ ୫

ଚିକିଟି, ୪ା୪(ପ୍ରକାଶ ଚନ୍ଦ୍ର ସାହୁ ): ବ୍ରହ୍ମପୁର ପୋଲିସ ଜିଲା କେ. ନୂଆଗାଁ ଥାନା ଚିକିଟିପେଣ୍ଠ ମୁଖ୍ୟ ବଜାରରେ ଗତ ମଙ୍ଗଳବାର ରାତି ସାଢେ ୮ଟାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri