‘ୱାର୍ଡମେମ୍ବର ନିର୍ବାଚନ ଲଢ଼ିନାହାନ୍ତି, ମୋତେ ପଚାରୁଛନ୍ତି କ’ଣ କରିଛ’: ଅପରାଜିତା

ଭୁବନେଶ୍ୱର,୧୯।୫: ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଭାଜପା ନେତ୍ରୀ ତଥା ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ସୀମା ଭିତରେ ରହି ମର୍ଯ୍ୟାଦାପୂର୍ଣ୍ଣ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ”  ମୋର କାମକୁ ନେଇ ପାଣ୍ଡିଆନ ବାବୁ ସନ୍ତୁଷ୍ଠ ନୁହଁ ବୋଲି କହିଛନ୍ତି। ହେଲେ ମୋର ରାଜନୈତିକ ଭବିଷ୍ୟତ ତାଙ୍କ ମତାମତ ଉପରେ ନିର୍ଭର କରେନାହିଁ। ମୁଁ ପ୍ରତିବର୍ଷ ମୋର ରିପୋର୍ଟ କାର୍ଡ ଦେଇଛି। ଯାହାକି ପବ୍ଲିକ ଡୋମେନରେ ଉପଲବ୍ଧ ରହିଛି। ପାଣ୍ଡିଆନ ବାବୁ ତାହାକୁ ସେଠାରୁ ପଢି ନିଅନ୍ତୁ।

ମୁଁ ପାଣ୍ଡିଆନ ବାବୁଙ୍କୁ ପ୍ରଶ୍ନ କରୁଛି, ରାଜନୀତିରେ ମର୍ଯ୍ୟାଦାପୂର୍ଣ୍ଣ ମର୍ଯ୍ୟାଦା ପୂର୍ଣ୍ଣ ମନ୍ତବ୍ୟ ବ୍ୟବହାର କରାଯାଏ। ପ୍ରଶାସନିକ ଅଧିକାରୀଙ୍କୁ ଟ୍ରେନିଂ ରେ ମର୍ଯ୍ୟାଦାପୂର୍ଣ୍ଣ ବ୍ୟବହାରର ଶିକ୍ଷା ଦିଆଯାଇଥାଏ। ଜଣେ ପୂର୍ବତନ ଅଧିକାରୀ ହିସାବରେ ପ୍ରଧାନମନ୍ତ୍ରୀ ଙ୍କ କାମକୁ ନେଇ ନକାରାତ୍ମକ ଟିପ୍ପଣୀ ନକରନ୍ତୁ ପାଣ୍ଡିଆନ ବାବୁ। ପ୍ରଧାନମନ୍ତ୍ରୀଙ୍କୁ ଟୁରିଷ୍ଟ ବୋଲି ଟିପ୍ପଣୀ ନଦିଅନ୍ତୁ। ଖାଲି ସେତିକି ନୁହଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ତାଙ୍କ ଔକାତ୍, ଓ ଦମ ସବ୍ଦର ବ୍ୟବହାର କରିବା ଏବଂ ତାଙ୍କ ଯୋଗ୍ୟତାକୁ ନେଇ ପ୍ରଶ୍ନ କରିବା ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଶୋଭା ଦେଉନାହିଁ। ପାଣ୍ଡିଆନ୍ ବାବୁ ନିଜ ସୀମା ଭିତରେ ରହିବା ଦରକାର। ମର୍ଯ୍ୟାଦାପୂର୍ଣ୍ଣ କଥା କହିବା ଉଚିତ୍।

ମୋତେ ପଚାରୁଛନ୍ତି ମୁଁ ୫ ବର୍ଷରେ କଣ କରିଛି। ମାତ୍ର ବିଜେଡିର ୧୨ ଜଣ ସାଂସଦ ଙ୍କ ରିପୋର୍ଟ କାର୍ଡ ପବ୍ଲିକ୍ ଡୋମେନ୍ ରେ ରଖନ୍ତୁ ପାଣ୍ଡିଆନ୍ ବାବୁ। ପ୍ରସନ୍ନ ପାଟ୍ଟଶାଣୀ ବାବୁ ୨୫ ବର୍ଷ ସାଂସଦ ଥିଲେ। ସବୁ ବର୍ଷର ରିପୋର୍ଟ କାର୍ଡ ପବ୍ଲିକ୍ ଡୋମେନ୍ ରେ ରଖି ପାରିବେ କି? ୨୦୧୯-୨୪ ମଧ୍ୟରେ ୧୨ ଜଣ ସାଂସଦ ବିଜେଡିର ଲୋକସଭାରେ ଥିଲେ। ସେମାନଙ୍କ ରିପୋର୍ଟ କାର୍ଡ ପବ୍ଲିକ୍ ଡୋମେନରେ ରଖନ୍ତୁ ତ? ମାତ୍ର ୩ ଜଣ କୁ ଛାଡିଦେଲେ ଅନ୍ୟ କୌଣସି ସାଂସଦ ଲୋକସଭାରେ ନା ପ୍ରଶ୍ନ କରୁଥିଲେ ନା ସେମାନଙ୍କୁ ଲୋକସଭାରେ ଦେଖିବାକୁ ମିଳୁଥିଲା। ଲୋକମାନେ ମନସ୍ଥ କରିସାରିଲେଣି ବିଜେପିକୁ ଆଉ ନରେନ୍ଦ୍ର ମୋଦୀ ଙ୍କୁ ହିଁ ଜିତାଇବେ। ଆଶ୍ଚର୍ଯ୍ୟର କଥା ପାଣ୍ଡିଆନ ନିଜେ ୱାର୍ଡ ମେମ୍ବର ନିର୍ବାଚନ ମଧ୍ଯ ଲଢ଼ି ନାହାନ୍ତି। ସେ ପଚାରୁଛନ୍ତି ଅପରାଜିତା ଷଡଙ୍ଗୀ କଣ କରିଛନ୍ତି। ଲୋକେ ଜାଣିବା ଦରକାର ବିଜେଡି ଏମପି କଣ କରିଛନ୍ତି।

ସେପଟେ ସାକ୍ଷାତକାରରେ ଭାଜପାର ନେତାମାନଙ୍କୁ କୁଜି ନେତା କହିଛନ୍ତି ପାଣ୍ଡିଆନ୍ ବାବୁ। ମୁଁ ଏହିଭଳି ଶବ୍ଦ ପ୍ରୟୋଗକୁ ଭର୍ସନା କରୁଛି। ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ କ୍ଷେତ୍ରରେ ଏପରି ମତ ପାଣ୍ଡିଆନ୍ ବାବୁଙ୍କୁ ଶୋଭା ଦେଉନାହିଁ। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଙ୍କ ଉପରେ ଟିପ୍ପଣୀ ଦେବା ଶୋଭା ଦେଉନାହିଁ। ମୁଖ୍ୟମନ୍ତ୍ରୀଙ୍କ ଦୁର୍ବଳ ସ୍ଵାସ୍ଥ୍ୟର ଫାଇଦା ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଗୃହବନ୍ଦୀ କରି ନିଜକୁ ମହାନ ଜନ ନାୟକ ହେବାକୁ ଚେଷ୍ଟା କରୁଛନ୍ତି ସେ। ନିର୍ବାଚନୀରେ ଛିଡା ହେବାକୁ ସାହସ ନାହିଁ। ମାତ୍ର ଭାଜପାର ଯେଉଁ ନେତା ମାନେ ଦିର୍ଘ ଦିନ ଧରି କାମ କରୁଛନ୍ତି ସେମାନଙ୍କୁ କୁଜି ନେତା କହିଛନ୍ତି। ଏହା ସେ ନିଜ ଲକ୍ଷ୍ମଣରେଖା ଡେଇଁ ଯାଉଛନ୍ତି। ଶବ୍ଦର ଏହିଭଲି ପ୍ରୟୋଗ କରୁଛନ୍ତି ତାକୁ ମୁଁ ଘୋର ଭର୍ସନା କରୁଛି। ଯିଏ ନିଜେ ୱାର୍ଡ ମେମ୍ବର ପାଇଁ ନିର୍ବାଚନୀ ଲଢ଼ି ନାହାନ୍ତି ସେ ଏଭଲି ମନ୍ତବ୍ୟ ଦେବା ଉଚିତ୍ ନୁହଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri