ଟିକେଟ୍‌ ପାଇବା ପରେ ଏପରି କହିଲେ ଅପରାଜିତା

ଭୁବନେଶ୍ୱର,୨୫।୩: ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀକୁ ପ୍ରାର୍ଥୀ କରିଛି ଭାଜପା। ଭାଜପାର ପ୍ରାର୍ଥୀ ହେବା ପରେ ଏଥର ୧୫ରୁ ଅଧିକ ଆସନରେ ବିଜୟୀ ହେବୁ ବୋଲି କହିଛନ୍ତି ଅପରାଜିତା । ଓଡ଼ିଶା ପାଇଁ ୧୮ଟି ଲୋକସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିବା ପରେ ସେ ଏମିତି କହିଛନ୍ତି।
ଏ ନେଇ ସେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୁଣିଥରେ ତାଙ୍କ ଉପରେ ଭରସା କରିଥିବାରୁ ପ୍ରଧାନମନ୍ତ୍ରୀ ଓ ଭାଜପା  ରାଷ୍ଟ୍ରୀୟ ସଭାପତିଙ୍କୁ ସେ ଧନ୍ୟବାଦ  ଜଣାଇଛନ୍ତି।
ଏହାସହ ସେ  କହିଛନ୍ତି, ଭୁବନେଶ୍ୱରବାସୀଙ୍କ ଆଶୀର୍ବାଦ ଯୋଗୁ ତାଙ୍କୁ  ଟିକେଟ ମିଳିଛି । ଏହି ଟିକେଟ ଭୁବନେଶ୍ୱରବାସୀଙ୍କର ଟିକେଟ । ଭୁବନେଶ୍ୱରବାସୀ ମୋ ପାଇଁ ନର୍ବାଚନ ଲଢିବେ । ଗତ ୫ ବର୍ଷ କଠିନ ପରିଶ୍ରମ କରିଛି । ଲୋକଙ୍କର ସହଯୋଗ ଓ ଆଶୀର୍ବାଦ ମିଳିଛି । ଆଗାମୀ ଦିନରେ ମଧ୍ୟ ଭୁବନେଶ୍ୱରରେ ଅଧିକ କାମ କରିବୁ ବୋଲି ସେ କହିଛନ୍ତି।