Posted inଜାତୀୟ

ଶ୍ରୀମନ୍ଦିର ଭିତରେ ଉଷୁନା ଚାଉଳ ଭର୍ତ୍ତି କରିଥିବା ବ୍ୟକ୍ତିକୁ ଗିରଫ କରାଯାଉ: ଭାଜପା

ଭୁବନେଶ୍ୱର,୯।୨(ସୁନିତ୍‌ ମିଶ୍ର):ଓଡ଼ିଶାର ଅଗଣିତ ଜଗନ୍ନାଥପ୍ରେମୀଙ୍କ ଆସ୍ଥା, ବିଶ୍ୱାସକୁ ଆଘାତ ପହଞ୍ଚାଇବା ସହିତ ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ବିଜେଡି ଧୂଳିସାତ କରିଛି। ପରିକ୍ରମା ପ୍ରକଳ୍ପ ସମୟରେ ବିଜେଡି ପକ୍ଷରୁ ଯେଉଁଭଳି ଚାଉଳ ସଂଗ୍ରହ କରାଗଲା, ପରବର୍ତୀ ସମୟରେ ସେହି ବାରମିଶା ଚାଉଳ କାହିଁକି ସଂଗୃହୀତ କରାଯାଉଛି ସେନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଗଜପତି ମହାରାଜା ସେହି ଚାଉଳ ସଂଗ୍ରହରେ ମନ୍ଦିର ପରିଚାଳନା ସମିତିର ସହମତି ନାହିଁ ବୋଲି ପ୍ରକାଶ କରିଛନ୍ତି। ସେହି ବାରମିଶା ଚାଉଳକୁ ସରକାର ଏବେ ଶ୍ରୀମନ୍ଦିରରେ ମହାପ୍ରସାଦ ଆକାରରେ ଭୋଗ ଲଗାଉଛନ୍ତି। ଏହାକୁ ଓଡ଼ିଶାର ଯୁବବର୍ଗ ଆଦୌ ବରଦାସ୍ତ କରିବେ ନାହିଁ ବୋଲି ଭାଜପା ଯୁବମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଗୁରୁବାର ମାଷ୍ଟର କ୍ୟାଣ୍ଟିନଠାରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କ ନେତୃତ୍ୱରେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଧୂଳିସାତ କରୁଥିବା ଅଭିଯୋଗରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ କରାଯାଇଛି। ଏଥିସହ ଯେଉଁ ବ୍ୟକ୍ତିମାନେ ଶ୍ରୀମନ୍ଦିର ଭିତରେ ଉଷୁନା ଚାଉଳ ପୂରାଇଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଯୁବମୋର୍ଚ୍ଚା ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ସେଟ୍ଟୀଙ୍କ ଘର ବାହାରେ ଫାୟାରିଂ, ପହଞ୍ଚିଲା ମୁମ୍ବାଇ ପୋଲିସ 

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ବିଳମ୍ବିତ ରାତିରେ ତାଙ୍କ ଘର ବାହାରେ…

Budget 2026: ଶସ୍ତା ହେଲା ଜୋତା ମହଙ୍ଗା ହେଲା ମଦ, ଜାଣନ୍ତୁ ଏଥର ବଜେଟରେ କ’ଣ ହେଲା ଶସ୍ତା

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କ୍ରମାଗତ ନବମ ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ସାଧାରଣ ଜନତାଙ୍କ ପାଇଁ ସବୁଠାରୁ ବଡ଼ ଏବଂ…

ବଜେଟ୍ ଝଟ୍‌କା: ଶେୟାର ବଜାରରେ ଭୟର ବାତାବରଣ, ସେନସେକ୍ସ ୧୫୦୦ ପଏଣ୍ଟ ଖସିଲା

ନୂଆଦିଲ୍ଲୀ,୧।୨: ଭାରତୀୟ ଶେୟାର ବଜାରକୁ ଲାଗିଛି ବଜେଟ୍ ଝଟ୍‌କା। ପ୍ରାରମ୍ଭିକ କାରବାରରେ ବଜାର ଲାଭରେ ଥିଲେ ହେଁ, ଅର୍ଥମନ୍ତ୍ରୀଙ୍କ ଭାଷଣ ପରେ ବଜାର ତଳମୁହଁ ହୋଇଥିଲା। ନିବେଶକମାନେ…

ଏଣିକି ଟ୍ୟାକ୍ସ ଫାଙ୍କିଲେ କି ନ ଦେଲେ ହେବନି ଜେଲ୍‌…ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୨: ଯଦି ଆପଣ ମଧ୍ୟ କଠୋର ଆୟକର ନିୟମ ଏବଂ ଯାଞ୍ଚ ପ୍ରକ୍ରିୟାକୁ ଭୟ କରୁଥିଲେ, ତେବେ 2026-27 ଆର୍ଥିକ ବର୍ଷର ବଜେଟ ଏକ ବଡ଼ ଆଶ୍ୱସ୍ତି…

Union Budget 2026-27: ଆୟକର ଦାତାଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ସଂସଦରେ ତାଙ୍କର ନବମ ବଜେଟ ଉପସ୍ଥାପନ କରିଛନ୍ତି। ଆର୍ଥିକ ବର୍ଷ 2026-27 ପାଇଁ ବଜେଟ ଦେଶର ସଂସଦୀୟ ଇତିହାସରେ ଏକ…

ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ମହାବିଦ୍ୟାଳୟର ପଛ ପଟେ…

ଖୋର୍ଦ୍ଧା,୧ା୨(ପ୍ରଭାତ ପାଣିଗ୍ରାହୀ): ଭଡ଼ାଘରୁ ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଖୋର୍ଦ୍ଧା ଜିଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ବର୍ଷା ରାଣୀ ଗଜେନ୍ଦ୍ରଙ୍କ…

ଫେବୃଆରୀ ୬ରୁ ରାମଚଣ୍ଡୀ ମହୋତ୍ସବ: ଦର୍ଶକଙ୍କ ମନମୋହିବ…

ଗଞ୍ଜାମ,୧।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ନୀଳାଦ୍ରିପୁରସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀଙ୍କ ଶକ୍ତିପୀଠରେ ଫେବୃଆରୀ ୬, ୭ ଓ ୮ ତାରିଖ ୩ଦିନ ଧରି…

Budget 2026: ଏସବୁ ଚାଷକୁ ପ୍ରୋତ୍ସାହନ ଘୋଷଣା; ଭାରତୀୟ ବ୍ରାଣ୍ଡକୁ ବିଶ୍ୱସ୍ତରୀୟ କରିବା ଯୋଜନା

ନୂଆଦିଲ୍ଲୀ,୧।୨: ବଜେଟ୍ ୨୦୨୬ରେ ଚାଷୀମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଉଚ୍ଚ ମୂଲ୍ୟର କୃଷିଜାତ ଦ୍ରବ୍ୟ ଯଥା କାଜୁ, କୋକୋ ଏବଂ ଚନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri