ଚିନ୍ତା ବଢ଼ିଯାଇଛି

Dillip Cherian

ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ(ସିଭିସି) ବିଭିନ୍ନ ମାମଲାରେ ହେଉଥିବା ଅମଲାତାନ୍ତ୍ରିକ ଅବହେଳାକୁ ନେଇ ଚିନ୍ତିତ ହେବା ସହ ଏହା ବିରୋଧରେ ପଦକ୍ଷେପ ନେଇଛି। ବିଚାର ନ ହୋଇ ପଡ଼ିରହିଥିବା ମାମଲାଗୁଡ଼ିକର ସମାଧାନ କରିବା ଲାଗି ଏହା ଅଣ୍ଟା ଭିଡ଼ିଛି ।
ଦୁର୍ନୀତି ବିରୋଧୀ ସଂସ୍ଥା ଭାବେ ଏହା ବିଚାରାଧୀନ ମାମଲାଗୁଡ଼ିକର ନିୟମିତ ସମୀକ୍ଷା କରେ ଓ ଆଗକୁ ବଢିପାରୁ ନ ଥିତ୍ବା ଦୁର୍ନୀତି ମାମଲାଗୁଡ଼ିକର ମଧ୍ୟ ତଦନ୍ତ ପାଇଁ ପଦକ୍ଷେପ ନେଇଥାଏ। କିନ୍ତୁ ସିଭିସି ଏଭଳି ପ୍ରୟାସରେ କମ୍‌ ସଫଳତା ପାଇବା ପରେ ଚଳିତ ବର୍ଷ ଜାନୁୟାରୀରେ ବିଚାର ନ ହୋଇ ପଡ଼ିରହିଥିବା ମାମଲାଗୁଡ଼ିକର ସମାଧାନ କରିବାକୁ ଏକ ସମୟସୀମା ସ୍ଥିର କରିଥିତ୍ଲା। ଜାନୁୟାରୀ ୨୦୧୧ ଓ ଡିସେମ୍ବର ୨୦୧୮ ମଧ୍ୟରେ ଏଭଳି ମାମଲାଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ସରକାରୀ ସଂସ୍ଥାରେ ରହିଥିବା ସମସ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ଭିଜିଲାନ୍ସ ଅଧିକାରୀଙ୍କୁ ଏହା ନିର୍ଦ୍ଦେଶ ଦେଇଥିଲା। ନିର୍ଦ୍ଧାରିତ ସମୟସୀମା ପୂରଣ ହେବାକୁ ଆଉ ଏକ ମାସ ଥିବାବେଳେ ମୁଖ୍ୟ ଭିଜିଲାନ୍ସ କମିଶନ ସଞ୍ଜୟ କୋଠାରୀ ଏବେ ଏଥିତ୍ରେ ସଫଳତା ପାଇବା ଓ କାର୍ଯ୍ୟଧାରାରେ ଉନ୍ନତି ଆଣିବା ଲାଗି ତପତ୍ରତା ପ୍ରକାଶ କରିଛନ୍ତି। ଅଧିକାରୀମାନଙ୍କ ବିରୋଧରେ ଗ୍ରହଣ କରାଯାଇଥିତ୍ବା ଅଭିଯୋଗଗୁଡ଼ିକୁ ୩ ମାସ ମଧ୍ୟରେ ସମାଧାନ କରିବା ପାଇଁ ସେ କେନ୍ଦ୍ର ମନ୍ତ୍ରଣାଳୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ସମୟସୀମା ମେ’ ୩୧ ରହିଛି ବୋଲି ସେମାନଙ୍କୁ ସ୍ମରଣ କରାଇଦେଇଛନ୍ତି କୋଠାରୀ। ଅଭିଯୋଗ ଗ୍ରହଣ କରିବା ଦିନଠାରୁ ୩ ମାସ ଶେଷସୁଦ୍ଧା ଏହାକୁ ସମାଧାନ କରିବା ବାଧ୍ୟତାମୂଳକ ବୋଲି ସେ କହିଛନ୍ତି। କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କ’ଣ ନିଷ୍ପତ୍ତିି ନିଆଯାଇଛି ସମ୍ପୃକ୍ତ କର୍ମଚାରୀଙ୍କୁ ତାହା ୧୫ ଦିନ ମଧ୍ୟରେ ଜଣାଇବାର ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି। ଭିଜିଲାନ୍ସ ମାମଲାକୁ ଆଗକୁ ବଢାଇବା ଲାଗି ଥରେ ଯଦି ନିଷ୍ପତ୍ତି ନିଆଯାଏ, ତେବେ ମାମଲା ପଞ୍ଜୀକରଣର ୩ ମାସ ମଧ୍ୟରେ ସମ୍ପୃକ୍ତ ସଂସ୍ଥା ପ୍ରଥମ ପର୍ଯ୍ୟାୟ ପରାମର୍ଶ ପାଇଁ ତା’ର ତଦନ୍ତ ରିପୋର୍ଟ ସିଭିସି କିମ୍ବା ମୁଖ୍ୟ ଭିଜିଲାନ୍ସ ଅଧିକାରୀଙ୍କ ନିକଟକୁ ପଠାଇବାକୁ ପଡ଼ିବ ବୋଲି କୋଠାରୀ କହିଛନ୍ତି।
ନିଯୁକ୍ତି ବିବାଦ
କୋଭିଡ୍‌ ମହାମାରୀର ଭୟାବହତା ଲାଗିରହିଛି। ଏହାକୁ ଅଣଦେଖା କରି ପଞ୍ଜାବ ସରକାର ଏବଂ କେନ୍ଦ୍ର ମଧ୍ୟରେ ଚଣ୍ଡିଗଡ଼ ପ୍ରଶାସନରେ ରାଜସ୍ବ ସଚିବ ଭାବେ ୨୦୦୨ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ବିଜୟ ନମଦେଓରାଓ ଜାଦେଙ୍କ ନିଯୁକ୍ତିକୁ ନେଇ ବିବାଦ ଉପୁଜିଛି। ଏହି ପଦବୀ ପାଇଁ ଜାଦେ ୟୁଟି ଆଡ୍‌ମିନିଷ୍ଟ୍ରେଶନ ବା କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ଦ୍ୱାରା ମନୋନୀତ ହୋଇଥିଲେ। ଉକ୍ତ ପଦବୀ ପଞ୍ଜାବ କ୍ୟାଡର ଲାଗି ସଂରକ୍ଷିତ। ୟୁଟି ଆଡ୍‌ଭାଇଜର ବା ପରାମର୍ଶଦାତା ଏବଂ ସ୍ବରାଷ୍ଟ୍ର ସଚିବ ପଦବୀ ପରେ ଏହା ତୃତୀୟ ଗୁରୁତ୍ୱପୂର୍ଣ୍ଣ ପଦବୀ। ସୂତ୍ରରୁ ପ୍ରକାଶ ଯେ, ଏକ ୧୭ଟି ପଏଣ୍ଟ ଥିବା ପ୍ରୋଫର୍ମାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ (ଏମ୍‌ଏଚ୍‌ଏ) ଜାଦେଙ୍କ ସମ୍ପୂର୍ଣ୍ଣ ବୃତ୍ତିଗତ ବିବରଣୀ ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି। କ୍ୟାଡରରେ ଜାଦେଙ୍କ ସେବା ସମ୍ପାଦନ ଓ ପ୍ରତିନିଯୁକ୍ତି ପଛର କାରଣ , ଭିଜିଲାନ୍ସ ଷ୍ଟାଟସ୍‌ ଏବଂ ଦାଖଲ କରିଥିତ୍ବା ବାର୍ଷିକ ସମ୍ପତ୍ତି ବିବରଣୀ ଆଦି ବିଷୟରେ ଏଥିତ୍ରେ ଉଲ୍ଲେଖ କରିବାକୁ କୁହାଯାଇଛି । ପୂର୍ବରୁ ଏମିତି କୌଣସି ପରମ୍ପରା ନ ଥିତ୍ବାବେଳେ ପ୍ରଥମ ଥର ଲାଗି ମନ୍ତ୍ରଣାଳୟ ଏଭଳି ବିବରଣୀ ଦେବା ଲାଗି କହିଛି। ସେମାନଙ୍କର ସଂରକ୍ଷଣ ବ୍ୟବସ୍ଥା ରହିଥିବା ସତ୍ତ୍ୱେ, ପଞ୍ଜାବ ସରକାର ଏମ୍‌ଏଚ୍‌ଏର ନିର୍ଦ୍ଦେଶ ଗ୍ରହଣ କରି ଅଧିକାରୀଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଯୋଗାଇ ଦେଇଛନ୍ତି। ଏଠାରେ ସ୍ମରଣ ଯୋଗ୍ୟ ଯେ, ଜାଦେଙ୍କ ନିଯୁକ୍ତି ପାଇଁ ପଞ୍ଜାବ ସରକାର ଗତ ବର୍ଷ କେନ୍ଦ୍ରକୁ ସୁପାରିସ କରିଥିଲେ। କିନ୍ତୁ ଏହି ଘଟଣା ଉପରେ ପଦକ୍ଷେପ ନିଆଯିବାର କୌଣସି ସୂଚନା ମିଳୁନାହିଁ।
ରାଜନୈତିକ ମନ୍ଥନ ଓ ପ୍ରଭାବିତ ବାବୁ
ପରମବୀର ସିଂଙ୍କ ଘୃଣ୍ୟ ଅଧ୍ୟାୟ ପରେ ବି ମହାରାଷ୍ଟ୍ରରେ ରାଜନୈତିକ ମନ୍ଥନ ଲାଗି ରହିଛି। ମହାରାଷ୍ଟ୍ର ବିକାଶ ଅଘାଡ଼ି(ଏମ୍‌ଭିଏ) ସରକାର ଏବଂ ବିରୋଧୀ ଭାଜପା ମଧ୍ୟରେ ଏବକାର ଝଗଡ଼ା ଯୋଗୁ ରାଜନୈତିକ ଗତିବିଧି ବି ବଢିଯାଇଛି। ରାଜ୍ୟ ପୋଲିସରେ ହୋଇଥିବା ଦୁର୍ନୀତି ସମ୍ପର୍କିତ ରିପୋର୍ଟ କେମିତି ପ୍ରଘଟ ହେଲା ଓ ଭାଜପା ନେତା ଦେବେନ୍ଦ୍ର ପଡ୍‌ନବିସ ଜାଣିପାରିଲେ ତାକୁ ନେଇ ତଦନ୍ତ କରିବାକୁ ରାଜ୍ୟ ସରକାର ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରିପୋର୍ଟ ପୂର୍ବତନ ରାଜ୍ୟ ଗୋଇନ୍ଦା ମୁଖ୍ୟ ରଶ୍ମି ଶୁକ୍ଳାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ଓ ତାହା ଫଡ୍‌ନବିସଙ୍କ ହାତରେ ପଡ଼ିଲା। ମୁମ୍ବାଇ ପୋଲିସ ତଦନ୍ତ ଜାରି ରଖିଛି ଓ ମୁମ୍ବାଇ ସିଆର୍‌ପିଏଫ୍‌ର ଏଡିଜି ଶୁକ୍ଳାଙ୍କୁ ତଦନ୍ତରେ ସହଯୋଗ କରିବାକୁ ସମନ ଜାରି କରିଛି। ଏହାର କାହାଣୀ ଭାରି ରୋଚକ। ରାଜ୍ୟ ମୁଖ୍ୟ ଶାସନ ସଚିବ ସୀତାରାମ କୁନ୍ତେଙ୍କ ନିର୍ଦ୍ଦେଶ କ୍ରମେ ଏଫ୍‌ଆଇଆର୍‌ ଦାୟର ହୋଇଥିଲା। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ କୁନ୍ତେ ପ୍ରଦାନ କରିଥିବା ରିପୋର୍ଟରେ ସନ୍ଦେହର ଅଙ୍ଗୁଳି ଶୁକ୍ଳାଙ୍କ ଆଡକୁ ଇଙ୍ଗିତ କରୁଥିବା ଏଥିରୁ ଜଣାପଡ଼ିଥିଲା। ତେବେ ଏହି ଅଧ୍ୟାୟକୁ କେନ୍ଦ୍ର କରି ବାବୁଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି। ଉକ୍ତ ତଦନ୍ତ ନିଷ୍ପକ୍ଷ ହେବା ବଦଳରେ ଏହାକୁ ବ୍ୟକ୍ତିଗତ ସ୍ତରରେ ଏକ ଭୟଙ୍କର ଆକ୍ରମଣ ବୋଲି ଅନେକ ବାବୁ କହୁଛନ୍ତି। ମହାରାଷ୍ଟ୍ରରେ ରାଜନୈତିକ ପାଣି ସେମିତିି ଗୋଳିଆ ରହିଛି ଓ ଏଥିରେ ଅଧିକ ସ୍ବଚ୍ଛତା ଆଣିବା ଲାଗି ଏହା ରାସ୍ତା ପ୍ରସ୍ତୁତ କରିବାକୁ ଯାଉଥିବା ଜଣାପଡୁଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?