‘ଚକଡା ଏକ୍ସପ୍ରେସ’ ପାଇଁ ଟାଣ ଖରାରେ ଟ୍ରେନିଂ ନେଉଛନ୍ତି ଅନୁଷ୍କା, ଶେୟାର କଲେ ଫେସ ଟ୍ୟାନ ଫଟୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ ତାଙ୍କ ଇନଷ୍ଟାଗ୍ରାମରେ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ଦେଖି ତାଙ୍କ ସ୍ୱାମୀ ବିରାଟ କୋହଲି ଅଡୁଆରେ ପଡିଯାଇଛନ୍ତି । ମଙ୍ଗଳବାର ଅନୁଷ୍କା ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ସେଥିରେ ତାଙ୍କ ଟ୍ୟାନକୁ ଦେଖାଇଛନ୍ତି । ଆଉ ଫଟୋର କ୍ୟାପଶନରେ ଲେଖିଛନ୍ତି, ‘ଟେନ ପର ଟ୍ୟାନ ହୈ’ । ଏହି ଫଟୋକୁ ତାଙ୍କ ପ୍ରଶଂସକ ଓ ବନ୍ଧୁମାନେ ବେଶ ପସନ୍ଦ କରିଛନ୍ତି ।
ପତ୍ନୀଙ୍କ ଏହି ଫଟୋ ଉପରେ ବିରାଟ କୋହଲି ଏକ ସ୍ମାଇଲ ପୋଷ୍ଟ କରିଛନ୍ତି । ଫିଲ୍ମ ଜଗତର ବି କେତେଜଣ ସେଲିବ୍ରିଟି ଏହା ଉପରେ କମେଣ୍ଟ କରିଛନ୍ତି । ସୂଚନାଯୋଗ୍ୟ, ଅନୁଷ୍କା ଏବେ ତାଙ୍କ ଅପକମିଂ ଫିଲ୍ମ ପାଇଁ କ୍ରିକେଟ ଖେଳୁଛନ୍ତି ।
ନିକଟରେ ଅନୁଷ୍କା ବାଜାର ଇଣ୍ଡିଆ ମାଗାଜିନର କଭର ପେଜରେ ନଜର ଆସିଥିଲେ । ଏହି ସମୟରେ ଅଭିନେତ୍ରୀ କହିଥିଲେ, ମହିଳାମାନେ ପର୍ସନାଲ ଲାଇଫ ଓ ୱାର୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବା କାଠିକର ପାଠ । ମୁଁ ଭବିପାରୁନି ଯେ ଲୋକେ କାମ କରୁଥିବା ମାଆଙ୍କ ଜୀବନ ଓ ଭାବନାକୁ ବୁଝି ପାରୁଥିବେ । ମୁଁ ବି ଜଣେ ନାରୀ ହେଲେ ଯେପର୍ଯ୍ୟନ୍ତ ମୁଁ ମାଆ ହୋଇ ନ ଥିଲି ସେପର୍ଯ୍ୟନ୍ତ ମୁଁ ଏହା ବୁଝି ପାରୁ ନ ଥିଲି । ହେଲେ ଆଜି ମହିଳାଙ୍କ ପାଇଁ ମୋ ମନରେ ବହୁତ ଅଧିକ ସମ୍ମାନ ରହିଛି । ଆଉ ଭଲପାଇବା ବି ରହିଛି ।
କାମର କଥା ଯଦି ଆଲୋଚନା କରଯାଏ ତେବେ ଅନୁଷ୍କା ଖୁବଶୀଘ୍ର ‘ଚକଡା ଏକ୍ସପ୍ରେସ’ରେ ନଜର ଆସିବେ । ନେଟଫ୍ଲିକ୍ସ ଫିଲ୍ମ୍ମରେ ସେ କ୍ରିକେଟର ଝୁଲଣ ଗୋସ୍ୱାମୀ ଭୂମିକାରେ ନଜର ଆସିବେ । ସେ କହିଛନ୍ତି ଜଣେ ମହିଳା ଭାବେ ମୁଁ ଝୁଲଣଙ୍କ କାହାଣୀ ଶୁଣିବା ପରେ ଗର୍ବ ଅନୁଭବ କଲି । ଦର୍ଶକ ଓ କ୍ରିକେଟ ପ୍ରେମୀଙ୍କ ପାଇଁ ତାଙ୍କ ଜୀବନକୁ ପରଦାରେ ଦେଖାଇବାକୁ ଯାଉଥିବାରୁ ମୋ ପାଇଁ ଏହା ସମ୍ମାନର କଥା ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri