Posted inଖେଳ

ବିରାଟ କୋହଲି କେଉଁ କଥାରେ ବେଶୀ ରାଗନ୍ତି, ଅନୁଷ୍କା କଲେ ଖୁଲାସା

ଆଜିକାଲି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ସମୟ ବିତାଉଛନ୍ତି। ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ‘ଆସ୍କ-ମି-ଏନିଥିଙ୍ଗ୍‌’ ସେଶନ ରଖିଥିଲେ। ଏହି ସମୟରେ ଅନୁଷ୍କା ଶର୍ମା ପ୍ରଶଂସକମାନଙ୍କୁ ନିଜ ବିଷୟରେ ଅନେକ ମଜାଦାର କଥା କହିଥିଲେ। ପ୍ରଶଂସକମାନେ ତାଙ୍କୁ ପସନ୍ଦର ଖାଦ୍ୟ, ବିରାଟଙ୍କୁ ଅଧିକ କଷ୍ଟ ଦେଉଥିବା କଥା ଭଳି ଭଳି ଅନେକ ପ୍ରଶ୍ନ ପଚାରିଥିଲେ। ଅନୁଷ୍କା ଏସବୁ ପ୍ରଶ୍ନର ଉତ୍ତର ଦେଇଥିଲେ।

ପ୍ରଶଂସକଙ୍କ ପସନ୍ଦର ଖାଦ୍ୟ ପ୍ରଶ୍ନରେ ଅନୁଷ୍କା ଶର୍ମା କହିଛନ୍ତି ଯେ ସେ ୨୦୧୫ ଆରମ୍ଭରୁ ଶାକାହାରୀ ରହିଆସିଛନ୍ତି। ଏହା ତାଙ୍କ ଜୀବନର ସର୍ବୋତ୍ତମ ନିଷ୍ପତ୍ତି ଅଟେ। ସେ ପାହାଡୀ ଖାଦ୍ୟକୁ ପସନ୍ଦ କରନ୍ତି। ଅନୁଷ୍କା ଶର୍ମାଙ୍କ ଜଣେ ପ୍ରଶଂସକ ବିରାଟଙ୍କୁ ଅଧିକ କଷ୍ଟ ଦେଉଥିବା ପ୍ରଶ୍ନ କରିଛନ୍ତି। ଏହା ଉପରେ ଅଭିନେତ୍ରୀ କହିଥିଲେ ଯେ ବିରାଟ ଯେତେବେଳେ କାହାଠାରୁ କୌଣସି ବୋର୍ଡ ଗେମ୍‌ରେ ହାରିଯାନ୍ତି ସେତେବେଳେ ବିରକ୍ତ ହୁଅନ୍ତି। ଅନ୍ୟ ଜଣେ ପ୍ରଶଂସକ ପଚାରିଲେ ତୁମେ ବିରାଟଙ୍କୁ ସାହାଯ୍ୟ କର? ଅନୁଷ୍କା ଶର୍ମା କହିଛନ୍ତି ଯେ ହଁ, ଟାଇଟ୍‌ ବୋତଲ ଖୋଲିବା ଏବଂ ଭାରି ଚେୟାର ଉଠାଇବାରେ ସାହାଯ୍ୟ କରରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଭିଡ-୧୯: ଲିଡ୍ସ କିମ୍ବଦନ୍ତୀ ଫୁଟବଲର ହଣ୍ଟରଙ୍କ ପରଲୋକ

ଲଣ୍ଡନ,୧୭।୪(ଏଏଫ୍‌ପି): ଲିଡ୍ସ କିମ୍ବଦନ୍ତୀ ତଥା ଇଂଲଣ୍ଡ ପୂର୍ବତନ ଫୁଟବଲର ନର୍ମାନ ହଣ୍ଟର ୭୬ ବର୍ଷରେ ମୃତ୍ୟୁବରଣ କରିଛନ୍ତି। କୋଭିଡ-୧୯ ସଂକ୍ରମଣ କାରଣରୁ ସେ ପରଲୋଗ ଗମନ...

ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ୟୁଏଇ, ୧୧।୧୦: ଚଳିତବର୍ଷ ଆଇପିଏଲ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ଖରାପ ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ ପଞ୍ଜାବର ତାରକା ଖେଳାଳି ଶେଲଡେନ କଟ୍ରେଲଙ୍କୁ...

ଟସ୍‌ ଜିତିଲା ଏଲ୍‌ଏସ୍‌ଜି, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୧୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୩୧ ତମ ମ୍ୟାଚ୍‌ରେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ଟସ...

ଐତିହାସିକ ରେକର୍ଡ ହାସଲ କଲେ କୋହଲି

ମେଲବୋର୍ନ,୧୩।୧୧: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଟି-୨୦ ବିଶ୍ୱକପ ୨୦୨୨ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଏହି ଟୁର୍ନାମେଣ୍ଟରେ ସର୍ବାଧିକ ରନ ସ୍କୋରର...

ଅଜଣା ମହିଳାଙ୍କୁ ମେସେଜ କରି ଫଶିଲେ ସାମି: ସ୍କ୍ରିନ୍‌ସଟ୍‌ ଭାଇରାଲ

ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସାମି ପୁଣି ଏକ ବିବାଦରେ ଫଶିଯାଇଛନ୍ତି। ଜଣେ ଅଜଣା ମହିଳାଙ୍କୁ ‘ଗୁଡ୍‌ ମର୍ଣ୍ଣିଙ୍ଗ୍‌’ ଲେଖି ମେସେଜ୍‌ କରିଛନ୍ତି ସାମି।...

ମୁହଁରେ ବଲ୍‌ ବାଜିବାରୁ ବ୍ୟାଟ୍ସମ୍ୟାନ୍‌ଙ୍କ ପଡିଲା ୭ ଷ୍ଟିଚ୍‌

କରୋନା କାରଣରୁ ସ୍ଥଗିତ ରଖାଯାଇଥିବା ପାକିସ୍ତାନ ସୁପର ଲିଗ (ପିଏସଏଲ)ର ଏହି ସିଜିନର ଅବଶିଷ୍ଟ ମ୍ୟାଚ ବୁଧବାରଠାରୁ ଆରମ୍ଭ ହେଉଛି। କିନ୍ତୁ ଏହାପୂର୍ବରୁ ଲାହୋର କଲନ୍ଦର୍ସ...

ଟସ ଜିତିଲା ଏସଆରଏଚ, ପ୍ରଥମେ ବ୍ୟାଟିଂ…

ହାଇଦ୍ରାବାଦ,୧୩।୫ : ଆଇପିଏଲ ୨୦୨୩ର ୫୮ ତମ ମ୍ୟାଚରେ ସନରାଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ(ଏଲଏସଜି) ମୁହାଁମୁହିଁ ହୋଇଛନ୍ତି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ...

ଫର୍ମକୁ ଫେରି ସମସ୍ତଙ୍କ ମୁହଁ ବନ୍ଦ କଲେ ଏହି ଭାରତୀୟ କ୍ରିକେଟର: ଦୀର୍ଘ ବର୍ଷେ ପରେ…

ପୁଣେ,୨୬।୩: ଭାରତ-ଇଂଲଣ୍ଡ ମଧ୍ୟରେ ପୁଣେର ଏମ୍‌ସିଏ ଷ୍ଟାଡିୟମରେ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଶନିବାର ଖେଳାଯାଉଛି। ଏଥିରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସମାଲୋଚନା ଉପରେ ପୂର୍ଣ୍ଣଚ୍ଛେଦ...

Advertisement
Archives

Model This Week