କରନ୍‌ଙ୍କ ସହ ବ୍ରେକ୍‌ଅପ୍‌ ପରେ ଅନୁଷାଙ୍କ ଜୀବନରେ ନୂଆ ପ୍ରେମିକଙ୍କ ଏଣ୍ଟ୍ରି: ଏହି ଅଭିନେତାଙ୍କୁ କରୁଛନ୍ତି ଡେଟ୍‌

ବମ୍ବେ: ଗତ ଡିସେମ୍ବରରେ ପ୍ରେମିକ କରନ କୁନ୍ଦ୍ରାଙ୍କଠାରୁ ଅଲଗା ହୋଇଥିଲେ ଭିଜେ ତଥା ଅଭିନେତ୍ରୀ ଅନୁଷା ଦାଣ୍ଡେକର। ଉଭୟଙ୍କ ସମ୍ପର୍କ ତୁଟିବା ପଛର କାରଣ ପ୍ରତାରଣା ବୋଲି ଅନୁଷା କହିଥିଲେ। ଏବେ ତାଙ୍କ ଜୀବନରେ ପୁଣି ଥରେ ପ୍ରେମର ବା’ ବୋହିବାରେ ଲାଗିଛି। କହିବାର ତାତ୍ପର୍ଯ୍ୟ ଟେଲି ଅଭିନେତା ଜେସନ ଶାହଙ୍କ ସହ ଯୋଡ଼ି ହୋଇଛି ଅନୁଷାଙ୍କ ମନ। ଉଭୟ ଏବେ ଏକାଠି ସମୟ ବିତାଇବାକୁ ପସନ୍ଦ କରୁଛନ୍ତି।

ବିଗ୍‌ବସ୍‌ରେ ନଜର ଆସିଥିବା ଜେସନ ଏକ ସାକ୍ଷାତକାରରେ ଅନୁଷାଙ୍କୁ ଏକ ମ୍ୟୁଜିକ୍‌ ଭିଡିଓ ଶୁଟିଂ ସେଟ୍‌ରେ ଭେଟିଥିବା କହିଛନ୍ତି। ସେଠାରୁ ଉଭୟ ପ୍ରଥମେ ବନ୍ଧୁ, ଆଉ ଏବେ ଡେଟ୍‌ କରୁଛନ୍ତି। କିଛି ସପ୍ତାହ ଭିତରେ ସେମାନେ ପରସ୍ପରର ନିକଟତର ହୋଇଛନ୍ତି। ଅନୁଷା ବହୁତ ସୁନ୍ଦର, ଦୟାଳୁ ଏବଂ ସ୍ବତନ୍ତ୍ର ମହିଳା। ନିଜ ଇଚ୍ଛା ଅନୁଯାୟୀ ବଞ୍ଚିବା ତାଙ୍କୁ ପସନ୍ଦ। ଏହି ଗୁଣଟି ଜେସନଙ୍କୁ ପସନ୍ଦ ଆସିଛି। ସେ ଏବେ ପ୍ରେମରେ ପଡ଼ିଥିବା ଅନୁଭବ ମଧ୍ୟ କରୁଥିବା କହିଛନ୍ତି। ହେଲେ ଉଭୟ ବିବାହ ବିଷୟରେ କିଛି ବି ଭାବି ନାହାନ୍ତି। ଯଦି ସବୁକିଛି ଠିକ୍‌ ରୁହେ ତେବେ ସେମାନେ ବିବାହ କରିବା କଥା ଚିନ୍ତା କରିବେ ବୋଲି କହିଛନ୍ତି ଜେସନ।

ଅପରପକ୍ଷେ ଅନୁଷା ମାର୍ଚ୍ଚରେ ଜେସନଙ୍କ ସହ ରୋମାଣ୍ଟିକ ଫଟୋଟିଏ ଶେୟାର କରିଥିଲେ। ଏହା ଏକ ଫଟୋଶୁଟ୍‌ ସମୟର ଥିଲା। ସେଥିରେ ଜେସନ ଶର୍ଟଲେସ୍‌ ଥିବା ବେଳେ ଅନୁଷା ତାଙ୍କୁ ଆଲିଙ୍ଗନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

କାହିଁକି ସ୍ବୟଂବର କରିଥିଲେ ରାଖୀ ସାୱନ୍ତ? ଖୋଲିଦେଲେ ଅସଲ କାରଣ, କହିଲେ-ବିବାହ ପାଇଁ ନୁହେଁ ବରଂ…

ମୁମ୍ବାଇ: ବଲିଉଡର ‘ଡ୍ରାମା କ୍ୱିନ’ ଭାବେ ପରିଚିତ ରାଖୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ। ୨୦୦୯ରେ ତାଙ୍କ ସ୍ବୟଂବର ରିଆଲିଟି ଶୋ’ ଟେଲିଭିଜନରେ ଖୁବ ଚର୍ଚ୍ଚିତ ହୋଇଥିଲା। ସେତେବେଳେ…

ତୁମ ପରି କେହି ନାହିଁ…ଇମୋଶନାଲ ହେଲେ ଅକ୍ଷୟ କୁମାର

ପ୍ରବୀଣ ହାସ୍ୟ ଅଭିନେତା ଏବଂ ଅଭିନେତା ଅସରାନି ଆଉ ନାହାନ୍ତି ସେ ତାଙ୍କ ଚଳଚ୍ଚିତ୍ର ଏବଂ ଚମତ୍କାର ଅଭିନୟ ମାଧ୍ୟମରେ ସର୍ବଦା ଦର୍ଶକଙ୍କ ହୃଦୟରେ ଜୀବିତ ରହିବେ।…

ବଲିଉଡ୍‌ରେ ଆଉ ଜଣେ ଷ୍ଟାର୍ କିଡ୍‌ଙ୍କ ଏଣ୍ଟ୍ରି! ମଲାଇକା-ଅରବାଜଙ୍କ ପୁଅ ଅରହାନ କରିବେ ଡେବ୍ୟୁ…

ମୁମ୍ବାଇ: ଦୀର୍ଘଦିନରୁ ଚାଲିଥିବା ଚର୍ଚ୍ଚାରେ ଲାଗିଲା ବିରାମ। ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନ ବଲିଉଡ ଡେବ୍ୟୁ କରିବା ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri