ବକ୍ସିଂ ମହାସଂଘ: ଅନୁରାଗଙ୍କ ନିର୍ବାଚନ ଲଢ଼ିବା ଲାଗି ପଥ ପରିଷ୍କାର

ଶିମ୍‌ଳା,୨୦ା୩: ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ରହିତାଦେଶ ପରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଭାରତ ବକ୍ସିଂ ମହାସଂଘ (ବିଏଫ୍‌ଆଇ) ସଭାପତି ପାଇଁ ନିର୍ବାଚନ ଲଢ଼ିବା ଲାଗି ପଥ ପରିଷ୍କାର ହୋଇଛି। କୋର୍ଟ ଆହୁରି ମଧ୍ୟ ପ୍ରାର୍ଥିପତ୍ର ଦାଖଲ ସମୟସୀମା ବୃଦ୍ଧି କରିବା ଲାଗି ବିଏଫ୍‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି, ଫଳରେ ଅନୁରାଗ ପ୍ରାର୍ଥତ୍ପତ୍ର ଦାଖଲ କରିପାରିବେ।

ଅନୁରାଗ ହେଉଛନ୍ତି ହାମିରପୁର ଲୋକ ସଭା ନିର୍ବାଚନମଣ୍ଡଳୀର ଜଣେ ଏମ୍‌ପି। ଗତ ମାର୍ଚ୍ଚ ୭ରେ ବିଏଫ୍‌ଆଇ ସଭାପତି ଅଜୟ ସିଂ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। କେବଳ ନିର୍ବାଚିତ ସଦସ୍ୟମାନେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇପାରିବେ ବୋଲି ସେ ଏଥିରେ ଉଲ୍ଲେଖ କରିଥିଲେ, ଫଳରେ ଅନୁରାଗ ନିର୍ବାଚନରେ ଭାଗ ନେବା ଲାଗି ଅଯୋଗ୍ୟ ବିବେଚିତ ହୋଇଥିଲେ।

ଅନୁରାଗ ହିମାଚଳ ପ୍ରଦେଶ ବକ୍ସିଂ ଆସୋସିଏଶନରୁ ଇଲେକ୍ଟୋରାଲ କଲେଜରେ ପ୍ରତିନିଧିତ୍ୱ କରିବାକୁ ଚାହିଁଥିଲେ। ମାତ୍ର ତାଙ୍କୁ ନିର୍ବାଚିତ ସଦସ୍ୟ ରୂପେ ବିବେଚନା କରାଗଲା ନାହିଁ। ମାର୍ଚ୍ଚ ୧୩ରେ ରିଟର୍ନିଂ ଅଫିସର ଆର.କେ. ଗୌବାଙ୍କ ଦ୍ୱାରା ଅନୁମୋଦନ ଲାଭ କରିଥିବା ଇଲେକ୍ଟୋରାଲ କଲେଜରୁ ଠାକୁରଙ୍କ ନାମ ବାଦ ଦିଆଯିବା ଆଇନଗତ ଦୃଷ୍ଟିରୁ ଏହା ସ୍ଥାୟୀ ନୁହେଁ ବୋଲି ଜଷ୍ଟିସ ଅଜୟ ମୋହନ ଗୋଏଲ୍‌ ଗୁରୁବାର ତାଙ୍କ ରାୟରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

ପ୍ରେମିକାଙ୍କ ସ୍ୱାମୀଙ୍କୁ ଏସ୍‌ଆଇଆର୍‌ ପାଇଁ ଡାକି ହତ୍ୟା

କୋଲକାତା,୧୫ା୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଦିନକୁ ଦିନ ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମେ ଜଣେ ବୁଥ୍‌ସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri