୩୫ ବର୍ଷ ପରେ ତେଲୁଗୁ ଫିଲ୍ମରେ କାମ କରିବେ ଅନୁପମ

ମୁମ୍ବାଇ: ନିଜର ନିଖୁଣ ଅଭିନୟକୁ ନେଇ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି ଅଭିନେତା ଅନୁପମ ଖେର । ଏବେ ସେ ତାଙ୍କର କିଛି ଭଲ ପ୍ରୋଜେକ୍ଟକୁ ନେଇ ଅଛନ୍ତି ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ଅଭିନେତା ଏବେ ଏକ ପୋଷ୍ଟ ଶେୟାର କରି ଆସିଛନ୍ତି ଚର୍ଚ୍ଚାକୁ । ଅନୁପମ ତାଙ୍କର ୫୨୮ତମ ଫିଲ୍ମର ଘୋଷଣା କରିଛନ୍ତି । ଆଉ ଏହା ହେଉଛି ଏକ ତେଲୁଗୁ ଫିଲ୍ମ, ଯେଉଁଥିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।
‘ଦ କଶ୍ମୀର ଫାଇଲ୍ସ’ର ପ୍ରଯୋଜକ ଅଭିଷେକ ଅଗୟୱାଲଙ୍କ ବ୍ୟାନରରେ ନିର୍ମାଣ କରାଯାଉଥିବା ଏହି ଫିଲ୍ମର ଟାଇଟଲ ରହିଛି ‘ଟାଇଗର ନାଗେଶ୍ୱର ରାଓ’ । ସୂଚନାଯୋଗ୍ୟ, ଦୀର୍ଘ ୩୫ ବର୍ଷ ପରେ ଅନୁପମ ପୁଣିଥରେ ତେଲୁଗୁ ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ମିଳିଥିବା ଖବର ଅନୁଯାୟୀ, ‘ଟାଇଗର ନାଗେଶ୍ୱର ରାଓ’ ଏକ ବାୟୋପିକ ଓ ଏହା ବି ପ୍ରଥମ ଥର ଦେଖିବାକୁ ମିଳିବ ଯେ ଅନୁପମ ଖେର ପ୍ରଥମ ଥର ସାଉଥ ସୁପରଷ୍ଟାର ରବି ତେଜାଙ୍କ ସହ ଏକାଠି ନଜର ଆସିବେ । ନିକଟରେ ମିଳିଥିବା ସୂଚନା ଅନୁଯାୟୀ, ଏହି ଫିଲ୍ମକୁ ୭୦ ଦଶକରେ ସେଟ୍ କରାଯାଇଥିଲା । ଏହି ଫିଲ୍ମରେ ଅନୁପମ ଓ ରବି ତେଜାଙ୍କ ବ୍ୟତୀତ ନୁପୁର ସେନନ ଓ ଗାୟତ୍ରୀ ଭରଦ୍ୱାଜ ମୁଖ୍ୟ ଭୂମିକାରେ ନଜର ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଲିମ୍ପିକ୍ସରେ ଭାଗ ନେଉଥିବା ଖେଲାଳିଙ୍କ ସମର୍ଥନରେ ବାହାରିଲେ ସଚିନ ତେନ୍ଦୁଲକର

ମୁମ୍ବାଇ,୨୩।୮: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଟୋକିଓ ପାରାଲିମ୍ପିକ୍ସ ୨୦୨୦ ରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କୁ ସମର୍ଥନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ। ପାରା ଆଲିମ୍ପିକ୍ସରେ...

ସୋନୁ ସୁଦଙ୍କୁ ଭିଡିଓଗେମ୍‌ ମାଗିଲେ ଏହି ପିଲା: ଏମିତି ଉତ୍ତର ଦେଇ ହୃଦୟ ଜିତିଲେ ଅଭିନେତା

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟକରି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ସୋନୁ ସୁଦ। କେଉଁଠି କୃଷକଙ୍କ ପାଇଁ ସେ ଟ୍ରାକ୍ଟର...

ପ୍ରଶଂସକଙ୍କ ନିଦ ହଜାଇଲେ କଙ୍ଗନା!

ମୁମ୍ବାଇ: ବଲିଉଡ୍ ନାୟିକା କଙ୍ଗନା ରାନାୱତ ଆଜିକାଲି ଖୁବ୍ ଚର୍ଚ୍ଚାରେ । ଅବଶ୍ୟ ସେ ତାଙ୍କ କାମ ପାଇଁ ଯେତିକି ଚର୍ଚ୍ଚିତ ନୁହେଁ ନିଜର ବେକାବୁ...

‘ପଠାନ’ ଦେଖିବାକୁ ନିଜ ଦେଶ ଛାଡ଼ି ଭାରତ ଆସିଲେ ବ୍ୟକ୍ତି

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହାରୁଖ ତାଙ୍କ ଫିଲ୍ମ ‘ପଠାନ’କୁ ନେଇ ଏବେ ଖୁବ୍‌ ଚର୍ଚ୍ଚାରେ। ଏହି ଫିଲ୍ମ ଝଡ଼ ବେଗରେ ରୋଜଗାର ବି କରିଚାଲିଛି। ୪ ବର୍ଷ...

ଗର୍ଲଫ୍ରେଣ୍ଡ୍‌ଙ୍କ ଜନ୍ମଦିନରେ ସଲମାନ ଉପହାର ଦେଲେ ହୀରା ମୁଦି

ବଲିଉଡ ଭାଇଜାନ୍‌ ସଲମାନ ଖାନଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ୍‌ ଲୁଲିଆ ଭନ୍ତୁର ନିକଟରେ ନିଜ ଜନ୍ମଦିନ ପାଳନ କରିଛନ୍ତି। ମା’ ସଲମାଙ୍କ କଥା ମାନି ସେ ଏହି...

ଡ୍ୟାନ୍ସ ମୋ ଫିଟ୍‌ନେସ୍‌ର ମନ୍ତ୍ର : ଭୂମିକା

ଶିଶୁ କଳାକାର ଭାବରେ ସେ ଓଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ହେଲେ ୟା’ ଭିତରେ ସେ ବେଶ୍‌ କେତୋଟି ସିନେମାରେ ଲିଡ୍‌ ଆକ୍ଟ୍ରେସ୍‌ ଭାବରେ ଅଭିନୟ କରି...

କରୋନା ଟେଷ୍ଟ କରିବାକୁ ମନାକଲେ ରେଖା

କରୋନା ଦିନକୁ ଦିନ କାୟା ବିସ୍ତା କରିବାରେ ଲାଗିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ କଳାକାର ମଧ୍ୟ ଏହାର ଶିକାର ହେଲେଣି। ଦୁଇ ଦିନ...

ପ୍ରେମିକଙ୍କ ମୃତ୍ୟୁକୁ ଏବେ ବି ଗ୍ରହଣ କରିପାରୁନାହାନ୍ତି ସଞ୍ଜୟ ଦତ୍ତଙ୍କ ଝିଅ, କହିଲେ ‘ଦେହରେ ଜୀବନ ନ ଥିବା ଭଳି ଲାଗୁଛି’

ବମ୍ବେ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ। ଫିଲ୍ମଜଗତ ସହ ତାଙ୍କର କୌଣସି ସମ୍ପର୍କ ନ ଥିଲେ ହେଁ...

Advertisement
Archives

Model This Week