ମହିଳା କମିଶନରେ ହାଜର ହେଲେ ଅନୁଭବ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ପାରିବାରିକ ବିବାଦକୁ ନେଇ ରାଜ୍ୟ ମହିଳା କମିଶନଙ୍କ ନିକଟରେ ମଙ୍ଗଳବାର ହାଜର ହୋଇଛନ୍ତି ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଉଭୟଙ୍କୁ ସାମ୍ନାସାମ୍ନି ବସାଇ ଆଲୋଚନା କରିଛନ୍ତି ମହିଳା କମିଶନ। ବର୍ଷା ଆଣିଥିବା ଅଭିଯୋଗ ନେଇ ଆଲୋଚନା କରାଯାଉଛି। ପୂର୍ବରୁ ଅନୁଭବଙ୍କୁ ହାଜର ହେବା ପାଇଁ ନୋଟିସ୍‌ କରିଥିଲେ ମହିଳା କମିଶନ ।


ସୂଚନାଯୋଗ୍ୟ, ପାରିବାରିକ ବିବାଦ ନେଇ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।