Posted inରାଜ୍ୟ

ବର୍ଷାଙ୍କୁ ଅନୁଭବଙ୍କ ଭାବପୂର୍ଣ୍ଣ ଚିଠି ‘ସାଇବାବା ତୁମର ସମସ୍ତ ଇଚ୍ଛା ପୂରଣ କରନ୍ତୁ’

କଟକ ଅଫିସ,୮ା୯- ଓଲିଉଡର ଚର୍ଚ୍ଚିତ ଯୋଡ଼ି ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ଏବେ କୋର୍ଟକୁ ଯାଇସାରିଲାଣି। ଉଭୟଙ୍କ ପ୍ରସଙ୍ଗକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ଏବେ ଏକ ଚିଠି ଭାଇରାଲ ହେଉଛି। ଏହି ଚିଠି ଅନୁଭବ କିଛିଦିନ ତଳେ ବର୍ଷାଙ୍କ ନିକଟକୁ ପଠାଇଥିଲେ। ମେଲ୍‌ ଯୋଗେ ଆସିଥିବା ଉକ୍ତ ଚିଠିରେ ଅନୁଭବ ନିଜ ଜୀବନର କଥା, ବ୍ୟଥା ଓ ଅଭିମାନକୁ ଭାବପୂର୍ଣ୍ଣ ଶୈଳୀରେ ବଖାଣିଛନ୍ତି।
ମେ’ ୮ ତାରିଖରେ ଅନୁଭବ ଚିଠିଟିକୁ ବର୍ଷାଙ୍କ ନିକଟକୁ ମେଲ୍‌ କରିଥିଲେ। ‘ଜୟ ଜଗନ୍ନାଥ, ହାଏ ବର୍ଷା’ରୁ ଆରମ୍ଭ ହୋଇଛି ଲେଖା। ଉଭୟ ପରସ୍ପରକୁ କିପରି ଚିହ୍ନିଲେ ଓ କିଭଳି ସମ୍ପର୍କ ଆଗକୁ ବଢ଼ିଲା ତାହା ଏଥିରେ ଉଲ୍ଲେଖ କରିଛନ୍ତି। ଏକ ହନୁମାନ ଚାଳିଶା କାର୍ଯ୍ୟକ୍ରମରେ ବର୍ଷା ଯୋଗଦେଇଥିଲେ। ଏହି ଦିନ ବର୍ଷାଙ୍କୁ ଅନୁଭବ ବୁଲାଇ ନିଜ ଘର ଦେଖାଉଥିଲେ। ପରେ ଭିଦିଶା କ୍ରାଫ୍ଟ ବ୍ୟାନରରେ ୨୦୦୬ରେ ଉଭୟ ବଡ଼ ପରଦାକୁ ଆସିଥିଲେ। ୨୦୦୮ ପର୍ଯ୍ୟନ୍ତ କୌଣସି ସିନେମାରେ ଉଭୟ ଏକତ୍ର କାମ କରି ନ ଥିଲେ। ହେଲେ ୨୦୦୮ ଉଭୟଙ୍କ ଭାଗ୍ୟ ବଦଳାଇଥିଲା ବୋଲି ଅନୁଭବ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଏକଥା ବି ଲେଖିଛନ୍ତି ଯେ, ଭାଗ୍ୟ ସବୁଠାରୁ ଊର୍ଦ୍ଧ୍ୱରେ। ଭଗବାନଙ୍କ ଇଚ୍ଛା ଯୋଗୁ ୨୦୦୮ରେ ଉଭୟ ଗୋଟିଏ ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ଓ ନାୟକ ଭାବେ କାର୍ଯ୍ୟ କରିଥିଲେ। ଯେଉଁ ଚଳଚ୍ଚିତ୍ରଟି ଓଲିଉଡରେ ବ୍ଲକବଷ୍ଟର ମାନ୍ୟତା ପାଇଥିଲା। ସେହିବର୍ଷ ହିଁ ଉଭୟଙ୍କ ସମ୍ପର୍କର ମୂଳଦୁଆ ପଡ଼ିଥିଲା। ୨୦୧୩ ମେ’ ୨୭ରେ ଉଭୟଙ୍କ ବିବାହ ତାରିଖ ସ୍ଥିର ହୋଇଥିଲା। ପରସ୍ପରର ପରିବାର ଏହି କାର୍ଯ୍ୟକୁ କିପରି ଆଗକୁ ନେଇଥିଲେ ତାହା ଚିଠିରେ ଲେଖାଯାଇଛି। ମଦ ପିଇବା ପ୍ରସଙ୍ଗକୁ ମଧ୍ୟ ଚିଠିରେ ସ୍ଥାନ ଦେଇଛନ୍ତି ଅନୁଭବ। ‘ମୁଁ ଖୁସିରେ ମଦ ପିଏନି, କେବଳ ଶୋଇବା ପାଇଁ ମଦପିଏ। ହେଲେ ଆମ ସମ୍ପର୍କ ଆରମ୍ଭ ହେବା ପରେ ମଦ ପିଇବା ଛାଡ଼ି ଦେଇଛି’ ବୋଲି ସେ ଲେଖିଛନ୍ତି। ପ୍ରେମ ପାଇଁ ଚିତ୍ର ଆଙ୍କିବାଠାରୁ ଆରମ୍ଭ କରି ରୋଷେଇ କରିବା ମଧ୍ୟ ଶିଖିଥିଲି। ଯାହା ପୂର୍ବରୁ କେବେ ମୁଁ କରି ନ ଥିଲି ବୋଲି ଚିଠିରେ ଲେଖାଯାଇଛି। ବିବାହ ପୂର୍ବରୁ ବର୍ଷାଙ୍କ ସଂଯମତାକୁ ଅନୁଭବ ସମ୍ମାନ ଜଣାନ୍ତି ବୋଲି ଲେଖିଛନ୍ତି।
ବର୍ଷାଙ୍କ ପ୍ରତି ନିଜର ଭଲପାଇବାକୁ ସମ୍ପୂର୍ଣ୍ଣ ଭାବେ ଅନୁଭବ ଚିଠିରେ ଉପସ୍ଥାପନ କରିଛନ୍ତି। ଏହାଛଡ଼ା ଏଥିରେ କିଛି ଅଭିମାନ ମଧ୍ୟ ରହିଛି। ପ୍ରେମ ସମ୍ପର୍କ ଗଢ଼ିଉଠିବା ପରେ ମଧ୍ୟ ବର୍ଷା ଭଲ ଭାବେ ମୋ ସହ କଥା ହେଉ ନ ଥିଲେ ବୋଲି ଅନୁଭବଙ୍କ ଚିଠିରେ ଲେଖାଯାଇଛି। ଶେଷରେ ସାଇବାବା ତୁମର ସବୁ ଇଚ୍ଛା ପୂରଣ କରନ୍ତୁ ବୋଲି ଲେଖିଛନ୍ତି ଅନୁଭବ।
ଅନୁଭବଙ୍କ ମ୍ୟାନେଜର, ସହଯୋଗୀଙ୍କୁ ପଚରାଉଚରା-
ପୁରୀଘାଟ ଥାନାରେ ବର୍ଷା ଏତଲା ଦେବା ପରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଭବଙ୍କ ମ୍ୟାନେଜର ଖଗେନ୍ଦ୍ର ସାହୁ ଓ ସହଯୋଗୀ ସୁଜିତ ଦଳାଇଙ୍କୁ ପୋଲିସ ଡାକି ପଚରାଉଚରା କରିଛି। ବର୍ଷା ନିଜ ଏତଲାରେ ଦର୍ଶାଇଛନ୍ତି, ଗତ ୬ ତାରିଖ ଅପରାହ୍ନ ପ୍ରାୟ ୨.୪୦ ମିନିଟ୍‌ରେ ମୁଁ ବେଡ୍‌ରୁମରେ ଏକୁଟିଆ ଥିଲି। ରୋଷେୟା ଖାଇବା ଆଣି ଦେବାବେଳେ ସୁଜିତ ଆସି ଭିଡିଓ ରେକର୍ଡିଂ କରିଥିଲେ। ମୁଁ ବାରଣ କରିବା ସତ୍ତ୍ବେ ସେ ଭିଡିଓ ରେକର୍ଡିଂ ବନ୍ଦ କରି ନ ଥିଲେ। ଏହି ସମୟରେ ଖଗେନ୍ଦ୍ର ଡ୍ରଇଂ ରୁମ୍‌ରେ ଉପସ୍ଥିତ ଥିଲେ। ମୁଁ ଭୟଭୀତ ଓ ଲଜ୍ଜିତ ଅନୁଭବ କରି ପୋଲିସର ସହାୟତା ଲୋଡ଼ିଥିଲି ବୋଲି ବର୍ଷା ଏତଲାରେ ଦର୍ଶାଇଛନ୍ତି।
ଚର୍ଚ୍ଚାରେ ଅନୁଭବଙ୍କ ନୂଆ ଟୁଇଟ୍‌-


ମଙ୍ଗଳବାର ଅପରାହ୍ନରେ ଅନୁଭବ ଏକ ଟୁଇଟ୍‌ କରିଛନ୍ତି। ଏଥିରେ ସେ ଏକ ଭିଡ଼ିଓ ଯୋଡ଼ିଛନ୍ତି। ଏଥିରେ ଅନୁଭବଙ୍କ ଘରେ ଗଣେଶପୂଜା ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଗତ ଗଣେଶପୂଜା ଦିନର ଏହା ଭିଡିଓ। ଏଥିରେ ବର୍ଷା ଆଗରେ ବସିଛନ୍ତି। ବର୍ଷା ଘରୋଇ ହିଂସାର ଅଭିଯୋଗ ଉଠାଇଥିବାବେଳେ ଏହା ଏଭଳି କିଛି ବାର୍ତ୍ତା ଦେଉଛି କି ନାହିଁ ବୋଲି ଅନୁଭବ ଟୁଇଟ୍‌ରେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri