ଅନୁଭବ-ବର୍ଷା ଭିଡ଼ିଓ ଭାଇରାଲ ମାମଲା: ଆସନ୍ତା ୧୧ରେ ହେବ ଶୁଣାଣି

କଟକ ଅଫିସ,୫।୭: କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବରିକ ବିବାଦ ମାମଲା ଥମିବାର ନାଁ ନେଉନାହିଁ। ଅନୁଭବ କିଛି ଦିନ ତଳେ ସୋସିଆଲ ମିଡ଼ିଆରେ ବର୍ଷାଙ୍କ ବିରୋଧରେ ବିଭିନ୍ନ ଭିଡିଓ ଶେୟାର କରିଥିଲେ। ସେହି ଘଟଣାର ଶୁଣାଣି ସୋମବାର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଏବଂ ବିଚାରପତି ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଧାର୍ଯ୍ୟ ହୋଇଥିଲା। ତେବେ ଖଣ୍ଡପୀଠ ମାମଲାର ଶୁଣାଣିକୁ ଜଣିକିଆ ବିଚାରପତିଙ୍କ ଅଦାଲତକୁ ପଠାଇ ଦେଇଛନ୍ତି। ଆସନ୍ତା ୧୧ ତାରିଖକୁ ଏହି ମାମଲାର ଶୁଣାଣି ହେବ ।