ଆସୁ ଆସୁ ଆକ୍ସନ ମୋଡ୍‌ରେ ଅନୁ ଗର୍ଗ: ନିଯୁକ୍ତି ପ୍ରକ୍ରିୟାକୁ ନେଇ କହିଲେ…

ଭୁବନେଶ୍ୱର,୫ା୧(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ବଜେଟରେ ଯେଉଁ ଅର୍ଥ ଭିତ୍ତିଭୂମି ତଥା କାର୍ଯ୍ୟକ୍ରମ ବାବଦରେ ରଖାଯାଉଛି ତାହାକୁ ତ୍ୱରିତ ଭାବରେ ଖର୍ଚ୍ଚ କର। ଏହାସହିତ ଇଂଲିଶ ନୂଆବର୍ଷଠାରୁ ଯେତେସବୁ ବିଭାଗୀୟ ନିଯୁକ୍ତି ପରୀକ୍ଷା ହେବ, ସେଥିରେ ଯେଭଳି କୌଣସି ତ୍ରୁଟି ନ ହେବ ସେଥିପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମସ୍ତ ସଚିବଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରୀ ପହିଲାରେ ଲୋକସେବା ଭବନରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ଅଦ୍ୟାବଧି ଯେଉଁସବୁ ବିଭାଗର କମ୍‌ ଖର୍ଚ୍ଚ ହୋଇଛି ତାହା କିଭଳି ତ୍ୱରାନ୍ବିତ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦିଅ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ଗର୍ଗ ଉନ୍ନୟନ ଆୟୁକ୍ତ ଏବଂ ଅର୍ଥ ବିଭାଗ ପ୍ରମୁଖ ସଚିବଙ୍କୁ ଏକ ବିଶେଷ ପରାମର୍ଶ ଦେଇଛନ୍ତି। ମୁଖ୍ୟ ସଚିବ କହିଛନ୍ତି, ରାଜ୍ୟର ପ୍ରମୁଖ ୧୦ଟି ବିଭାଗର ଖର୍ଚ୍ଚ କେତେ ହୋଇଛି ଏବଂ ଏହା କିଭଳି ଆଗକୁ ତ୍ୱରାନ୍ବିତ ହୋଇପାରିବ ତାହାକୁ ନିୟମିତ ଭାବେ ସମୀକ୍ଷା କରିବେ। ସେହିପରି ଜାନୁଆରୀ ୨୯ରେ ବିଶ୍ୱବ୍ୟାଙ୍କ ପ୍ରେସିଡେଣ୍ଟ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଶିଳ୍ପ ବିଭାଗ ସ୍ବତନ୍ତ୍ର ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି। ଏହାସହ ଜାନୁଆରୀ ୨୬ରେ ହେବାକୁଥିବା ସାଧାରଣତନ୍ତ୍ର ଦିବସ ଲାଗି ପ୍ରସ୍ତୁତି କରିବାକୁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି।
ମୁଖ୍ୟ ସଚିବ ସମସ୍ତ ବିଭାଗକୁ ଏକ ବିଶେଷ ନିର୍ଦ୍ଦେଶ ଜାରି କରି କହିଛନ୍ତି, ଏଣିକି କୌଣସି ବିଭାଗର ନିଯୁକ୍ତି ପରୀକ୍ଷାବେଳେ ଯେପରି ତ୍ରୁଟିବିଚ୍ୟୁତି ଦେଖା ନ ଦେବ ସେଥିପ୍ରତି ଗୁରୁତ୍ୱ ଦିଅ। ଯଦି କୌଣସି ପରିସ୍ଥିତିରେ ପରୀକ୍ଷା ବେଳେ ପ୍ରଶ୍ନପତ୍ର ଲିକ୍‌ କିମ୍ବା ଅନ୍ୟାନ୍ୟ ଅଭିଯୋଗ ଆସିବ ତାକୁ ସରକାର ବରଦାସ୍ତ କରିବେ ନାହିଁ। ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ସାଧାରଣ ପ୍ରଶାସନ ଏବଂ ଗୃହ ବିଭାଗ ନେବାକୁ ମୁଖ୍ୟ ସଚିବ କହିଛନ୍ତି। ସେହିପରି ପ୍ରତ୍ୟେକ ବିଭାଗର ସଚିବମାନେ କାର୍ଯ୍ୟାଳୟରେ ଆଇଟି ଭିତ୍ତିଭୂମି କିଭଳି ସୁଦୃଢ଼ ହେବ, ସେଥିପ୍ରତି ଗୁରୁତ୍ୱ ଦେବେ। ଯାହାଦ୍ୱାରା କାର୍ଯ୍ୟରେ ସ୍ବଚ୍ଛତା, ଦକ୍ଷତା ରହିବା ସହ ସାଧାରଣ ଲୋକେ ଉତ୍ତମ ସେବା ପାଇପାରିବେ।
ବୈଠକର ସୂଚନା ଅନୁଯାୟୀ, ଭିତ୍ତିଭୂମି ତଥା କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚରେ ପ୍ରାୟ ୧୦ଟି ବିଭାଗ ପଛରେ ପଡ଼ିଛି। ସେଥିମଧ୍ୟରେ ଯୁବ ଓ କ୍ରୀଡ଼ା ବିଭାଗର ଖର୍ଚ୍ଚ ସବୁଠାରୁ ନୈରାଶ୍ୟଜନକ। ଏହି ବିଭାଗ ୨୦୨୪-୨୫ ଆର୍ଥିକ ବର୍ଷରେ ୯.୮୮ପ୍ରତିଶତ ଖର୍ଚ୍ଚ କରିଥିବାବେଳେ ୨୦୨୬-୨୭ରେ ମାତ୍ର ୫.୬୭ପ୍ରତିଶତ ଡିସେମ୍ବର ୨୦୨୫ ସୁଦ୍ଧା ଖର୍ଚ୍ଚ କରିଛି। ସେହିପରି ଇସ୍ପାତ ଓ ଖଣି ବିଭାଗ ୭.୭୨ ପ୍ରତିଶତ ଖର୍ଚ୍ଚ କରିଥିବାବେଳେ ସାଧାରଣ ଉଦ୍ୟୋଗ ୩.୫୫% ଖର୍ଚ୍ଚ କରିଛି। ସରକାରଙ୍କ ନିୟମ ଅନୁଯାୟୀ, ଡିସେମ୍ବର ସୁଦ୍ଧା ବଜେଟରେ ପ୍ରାବଧାନ ହୋଇଥିବା ଟଙ୍କାର ୬୦ପ୍ରତିଶତ ଅର୍ଥ ଖର୍ଚ୍ଚ ହେବାକଥା। ଏହି ଦୃଷ୍ଟିରୁ ବିପର୍ଯ୍ୟୟ ଓ ପରିଚାଳନା ବିଭାଗ ସର୍ବାଧିକ ୯୯.୧୪ପ୍ରତିଶତ ଖର୍ଚ୍ଚ କରିଥିବାବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ୭୮.୬୯ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛି। ସେହିପରି ସରକାରଙ୍କ ଲକ୍ଷ୍ୟଧାର୍ଯ୍ୟଠାରୁ ଆଗରେ ମତ୍ସ୍ୟ ଓ ପଶୁସମ୍ପଦ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ୭୦ରୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ବଜେଟ ଅର୍ଥ ଖର୍ଚ୍ଚ କରିଥିବା ମୁଖ୍ୟ ଶାସନ ସଚିବଙ୍କ ବୈଠକରୁ ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

କ୍ଷତିପୂରଣ ସହାୟତା ପାଇଁ ଦାବି: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

ଆହୁରି ବଢିିବ ପେଟ୍ରୋଲ-LPG ଦର! ସାରା ବିଶ୍ୱକୁ ବଡ଼ ଝଟ୍‌କା ଦେଲା ଇରାନ

ତେହରାନ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ, ଇରାନ ସମଗ୍ର ବିଶ୍ୱକୁ ଏକ ବଡ଼ ଝଟକା ଦେବାକୁ ପ୍ରସ୍ତୁତ ହେଉଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ…

ଜୀବନ୍ତ ମାଛ ଗିଳି ଦେଲେ ବର୍ଷକର ଶିଶୁ: ତା’ପରେ ଯାହା ଘଟିଲା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୯।୨: ମଧ୍ୟପ୍ରଦେଶର ସର୍ବବୃହତ ସରକାରୀ ହସ୍ପିଟାଲ ମହାରାଜା ଯଶୱନ୍ତରାଓ ହସ୍ପିଟାଲ (MYH)ରେ ଡାକ୍ତରମାନେ ଏକ ଚିକିତ୍ସା ସଫଳତା ହାସଲ କରିଛନ୍ତି। ହସ୍ପିଟାଲର ENT ବିଭାଗର ବିଶେଷଜ୍ଞମାନେ ଜଣେ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

ଇରାନ ସହ ଯୁଦ୍ଧବିରତି ଭିତରେ ଟ୍ରମ୍ପଙ୍କ ଟାର୍ଗେଟରେ ଏହି ଦେଶ! ୬୭ ବର୍ଷର ଶତ୍ରୁତାର ନେବେ ପ୍ରତିଶୋଧ

ଓ଼୍ବାଶିଂଟନ,୯।୪: ଇରାନ ସହିତ ଯୁଦ୍ଧବିରତି ପରେ ତୁରନ୍ତ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପରବର୍ତ୍ତୀ ମିଶନର ସଙ୍କେତ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ…

ଇରାନ ସହ ବଡ଼ ଡିଲ୍‌ କଲେ ଟ୍ରମ୍ପ! ସାରା ବିଶ୍ୱ ଦେଖି କାବା

ଓ଼୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣାର କିଛି ଘଣ୍ଟା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri