Posted inରାଜ୍ୟ

ଖୋର୍ଦ୍ଧାରେ ଜଣ୍ଡିସ୍‌ ଆତଙ୍କ: ଅନୁଧ୍ୟାନ ପାଇଁ ଗଲା ଜନସ୍ବାସ୍ଥ୍ୟ ଟିମ୍‌

ଭୁବନେଶ୍ୱର/ଖୋର୍ଦ୍ଧା,୫ା୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜବାହର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ବ୍ୟାପିବା ଘଟଣା ପରେ ଭୁବନେଶ୍ୱରରୁ ଜନସ୍ବାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍‌ ବିଦ୍ୟାଳୟକୁ ଯାଇଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନିଆଯାଉଛି, ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିବ।

ସୂଚନା ଥାଉକି, ଖୋର୍ଦ୍ଧା ଗୁରୁଜଙ୍ଗସ୍ଥିତ ପିଏମ୍‌ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ସହିତ ୩୫ ଛାତ୍ରୀଛାତ୍ର ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। ଏଥିସହ ଏକାଧିକ ପିଲା ଥଣ୍ଡାଜ୍ୱରରେ ପୀଡ଼ିତ ଥିବା ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ପରେ ପିଲାମାନଙ୍କୁ ଘରକୁ ପଠାଇ ଦିଆଯାଇଛି ବୋଲି ବିଦ୍ୟାଳୟ ଉପାଧ୍ୟକ୍ଷ ନୃସିଂହ ନାଥ ଚକ୍ର ସୂଚନା ଦେଇଛନ୍ତି। ଦୂଷିତ ପାଣି ବ୍ୟବହାରରୁ ଏଭଳି ଘଟଣା ଘଟିଥିବା କେତେଜଣ ଅଭିଭାବକ ଗଣମାଧ୍ୟମରେ କହିଛନ୍ତି। ତେବେ କାହିଁକି ଏତେ ସଂଖ୍ୟକ ଛାତ୍ରୀଛାତ୍ର ଆକ୍ରାନ୍ତ ହୋଇଛନ୍ତି, ସେ ସମ୍ପର୍କରେ ବିଦ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ପିଲାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି କୌଣସି ବାହାର ଖାଦ୍ୟ କିମ୍ବା ରନ୍ଧା ଖାଦ୍ୟ ଦିଅନ୍ତୁ ନାହିଁ, ବାହାର ଖାଦ୍ୟ ଖାଇବା ଫଳରେ ପିଲାଙ୍କ ଦେହ ଖରାପ ହେବା ସହ ପରିବେଶ ପ୍ରଦୂଷଣ ହେଉଛି ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ନୋଟିସ ବୋଡର୍ର୍ରେ ସୂଚନା ଦେଇ ନିଜ ଉପରୁ ଦୋଷ ଖସାଇ ନେଇଛନ୍ତି। ପିଲାମାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ପାଇଁ ଅଭିଭାବକମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଅନ୍ୟପଟେ ପିଲାମାନେ ବ୍ୟବହୃତ କରୁଥିବା ପାଣି ନମୁନା ପରୀକ୍ଷଣ ପାଇଁ ଭୁବେନଶ୍ୱର ପରୀକ୍ଷାଗାରକୁ ପଠାଯାଇଥିବା ଜଣାପଡ଼ିଛି।
ମୁତାବକ, ଏହି ବିଦ୍ୟାଳୟରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୫୭୦ ଛାତ୍ରୀଛାତ୍ର ଛାତ୍ରାବାସରେ ରହି ବିଦ୍ୟା ଅଧ୍ୟୟନ କରୁଛନ୍ତି। କିଛିଦିନ ହେବ ପିଲାମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅବନତି ଘଟୁଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇ ନ ଥିଲେ। ରବିବାର ଅପରାହ୍ନରେ ହଠାତ୍‌ ୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସିତ ହୋଇ ଫେରିବା ପରେ ଘଟଣା ପଦାକୁ ଆସିଥିଲା। ପରେ ପିଲାମାନଙ୍କ ପରିବାର ଲୋକଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଡକାଇ ଘରକୁ ପଠାଇବା ବ୍ୟବସ୍ଥା କରିଛନ୍ତି। ଦୂଷିତ ପାନୀୟଜଳ ବ୍ୟବହାରରୁ ପିଲାମାନେ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି ବୋଲି କେତେଜଣ ଅଭିଭାବକ ଅଭିଯୋଗ ଆଣିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଏଠାରେ ଉପଯୁକ୍ତ ମୌଳିକ ସୁବିଧା ମିଳୁନାହିଁ, ପିଲାଙ୍କ ପାଠପଢ଼ା ବ୍ୟାହତ ହେବା ଆଶଙ୍କାରେ ଅଭିଭାବକମାନେ ନୀରବ ରହୁଛନ୍ତି ବୋଲି ଜଣେ ଅଭିଭାବକ ନିଜ ନାମ ଗୋପନ ରଖି ଗଣମାଧ୍ୟମରେ କହିଛନ୍ତି। ଅନ୍ୟପକ୍ଷରେ ଏନେଇ ବିଦ୍ୟାଳୟ ଉପାଧ୍ୟକ୍ଷ ନୃସିଂହ ନାଥ ଚକ୍ର କହିଛନ୍ତି ଯେ, ଗତ ଛୁଟିରେ ପିଲାମାନେ ଘରକୁ ଯାଇ ଫେରିଥିଲେ। ସେଥିରୁ ଜଣଙ୍କ ଦେହ ଖରାପ ଥିଲା। ପରୀକ୍ଷା ପରେ ଜଣ୍ଡିସ ଲକ୍ଷଣ ଦେଖା ଦେବା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ନଭେମ୍ବର, ଡିସେମ୍ବର ମାସରେ କେତେଜଣଙ୍କୁ ଥଣ୍ଡା ଜ୍ୱର ହୋଇଥିଲା। ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ଅନ୍ୟପିଲାଙ୍କୁ ବ୍ୟାପିବା ଆଶଙ୍କାରେ ପରିବେଶ ସ୍ବଚ୍ଛତା, ପାଣି ଟାଙ୍କି ନିୟମିତ ସଫା, ବିଶୋଧନ କରାଯାଉଛି। ଏଥିସହିତ ପିଲାଙ୍କୁ କେବଳ ନିଜ ପାଣି ବୋତଲ ବ୍ୟବହାର, ଫୁଟା ପାଣି ପିଇବା ପାଇଁ କୁହାଯାଉଛି। କେହି କାହାରି ଥାଳି ବ୍ୟବହାର କିମ୍ବା ଖାଦ୍ୟପଦାର୍ଥ ଖାଇବେ ନାହିଁ। ଏପରିକି ଖାଇବା ପୂର୍ବରୁ ଶୌଚ ଯିବା ପରେ ହାତଗୋଡ଼, ମୁହଁକୁ ଭଲଭାବେ ଧୋଇବା, ସଫା ବସ୍ତ୍ର ପରିଧାନ ବ୍ୟବହାର କରିବା ତଥା ନିଜ ପରିବେଶ ସ୍ବଚ୍ଛତା ଉପରେ ସଚେତନ କରାଯାଉଛି। ସୋମବାର ସମସ୍ତ ପିଲାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ବିଦ୍ୟାଳୟ ପକ୍ଷରୁ ଜିଲା ସ୍ବାସ୍ଥ୍ୟ ବିଭାଗକୁ ଚିଠି କରାଯାଇଛି। ପିଲାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗକୁ ଅସ୍ବୀକାର କରିବା ସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ଧ୍ୟାନ ଦିଆଯାଉଛି ବୋଲି ବିଦ୍ୟାଳୟ ଉପାଧ୍ୟକ୍ଷ ଚକ୍ର କହିଛନ୍ତି। ସେହିପରି ବିଦ୍ୟାଳୟର ଷ୍ଟାଫନର୍ସ ଶାନ୍ତିଲତା ବସ୍ତିଆ କହିଛନ୍ତି ଯେ, ଗତ ଅକ୍ଟୋବରରେ ଘରୁ ଫେରିଥିବା ଜଣେ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ସମ୍ପର୍କରେ ଆସିଥିବା ଛାତ୍ରୀଛାତ୍ରମାନେ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ଏବେ ଶୀତଦିନ ଚାଲିଥିବାରୁ ଏକାଧିକ ଛାତ୍ରୀଛାତ୍ର ଥଣ୍ଡା ଜ୍ୱରରେ ପୀଡ଼ିତ ଥିବାରୁ ସେମାନଙ୍କର ମଧ୍ୟ ଚିକିତ୍ସା କରାଯାଇଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?