ପ୍ରଶାନ୍ତଙ୍କୁ ମିଳିଲାନି ଆଗୁଆ ଜାମିନ

ଭୁବନେଶ୍ୱର,୫।୧୦(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମଙ୍ଗଳବାର ଓଡ଼ିଶା ହାଇକୋର୍ଟ ଆଗୁଆ ଜାମିନ ଦେଲେନାହିଁ। ଏହାଛଡ଼ା ନିମ୍ନ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଯଦି ସେ ଆବେଦନ କରନ୍ତି, ସେହିଦିନ ନିଷ୍ପତ୍ତି ନେବାକୁ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସେପ୍ଟେମ୍ବର ୮ରେ ବାଲୁଗାଁ ଏନ୍‌ଏସି ଅଫିସ ସମ୍ମୁଖରେ ଭାଜପା ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ପ୍ରଶାନ୍ତ ଧକ୍କା ମାରିଥିଲେ। ଏହାର ଭିଡିଓ ଭାଇରାଲ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।