ଜଗବନ୍ଧୁଙ୍କ ପାଇଁ ବଢିଲା ଅଡୁଆ: ଆଗୁଆ ଜାମିନ୍‌ ଆବେଦନର ହେବନି ଶୁଣାଣି

କଟକ ଅଫିସ,୨୭।୧୦: ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ପାଇଁ ବଢିଲା ଅଡୁଆ। ଗିରଫ ପୂର୍ବରୁ ଆଗୁଆ ଜାମିନ୍‌ ଆବେଦନ କରିଥିବା ଜଗବନ୍ଧୁଙ୍କ ଶୁଣାଣି ଉପରେ ରୋକ ଲଗାଇଛନ୍ତି କୋର୍ଟ। ତାଙ୍କୁ ପୋଲିସ ଗିରଫ କରିସାରିଥିବାରୁ ଆବେଦନର ଶୁଣାଣି ହେବ ନାହିଁ। ଏଥିପାଇଁ ମାମଲା ପ୍ରତ୍ୟାହାର କରିଦେବାକୁ ଆବେଦନକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ବ୍ୟବସାୟୀ, ପୋଲିସ ଅଧିକାରୀଙ୍କୁ ମାୟାଜାଲରେ ଫସାଇ ଟଙ୍କା ହଡ଼ପ କରିଥିବା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଏବେ ଜେଲ୍‌ରେ ଦିନ କାଟୁଛନ୍ତି।