Posted inଜାତୀୟ

ଔଷଧ ପ୍ରତିରୋଧୀ ବ୍ୟାକ୍ଟେରିଆର ମୁକାବିଲା କରିବ ଭାରତ ପ୍ରସ୍ତୁତ ଆଣ୍ଟିବାୟୋଟିକ୍‌

ନୂଆଦିଲ୍ଲୀ,୨ା୧୨ : ଭାରତୀୟ ବୈଜ୍ଞାନିକମାନେ ଏକ ନୂଆ ଆଣ୍ଟିବାୟୋଟିକ୍‌ ବିକଶିତ କରିଛନ୍ତି। ନାଫିଥ୍ରୋମାଇସିନ୍‌ ନାମକ ଭାରତର ଏହି ପ୍ରଥମ ସ୍ବଦେଶୀ ଆଣ୍ଟିବାୟୋଟିକ୍‌ ବିଭିନ୍ନ ଔଷଧକୁ ପ୍ରତିରୋଧ କରୁଥିବା ବ୍ୟାକ୍ଟେରିଆଗୁଡ଼ିକର ମୁକାବିଲା କରିପାରିବ। ଭାରତର ବାୟୋଟେକ୍‌ନିକ୍‌ ବିଭାଗର ବାୟୋଟେକ୍‌ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନ୍‌ସିଲ (ବିଆଇଆର୍‌ଏସି)ର ଗବେଷକମାନେ ନାଫିଥ୍ରୋମାଇସିନ୍‌ର ବିକାଶ କରିଛନ୍ତି। ଔଷଧ ପ୍ରତିରୋଧୀ ନିମୋନିଆ ଚିକିତ୍ସାରେ ଏହାକୁ ବ୍ୟବହାର କରାଯିବ। ‘ମିକ୍‌ନାଫ୍‌’ ବ୍ରାଣ୍ଡ୍‌ ନାମରେ ଏହି ଔଷଧ ଖୁବ୍‌ଶୀଘ୍ର ବଜାରରେ ଉପଲବ୍ଧ ହେବ। ଆଣ୍ଟିବାୟୋଟିକ୍‌ ଏବଂ ଆଣ୍ଟିଫଙ୍ଗାଲଗୁଡ଼ିକ ବଦଳରେ ଅନ୍ୟ ଔଷଧ ବ୍ୟବହାର ପାଇଁ ପ୍ରତିଯୋଗିତା ଚାଲିଥିବାବେଳେ ନୀରବ ମହାମାରୀ ଆଣ୍ଟିମାଇକ୍ରୋବିଆଲ୍‌ ରେଜିଷ୍ଟାନ୍ସ (ଏଏମ୍‌ଆର୍‌)ର ମୁକାବିଲାରେ ନିଫିଥ୍ରୋମାଇସିନ୍‌ ଏକ ବଡ଼ ସଫଳତା। ପ୍ରତିବର୍ଷ ଔଷଧ ପ୍ରତିରୋଧୀ ନିମୋନିଆ ଯୋଗୁ ବିଶ୍ୱବ୍ୟାପୀ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟୁଛି। ବିଶ୍ୱ ନିମୋନିଆ ମାମଲାର ୨୩ ପ୍ରତିଶତ ଭାରତରେ ଦେଖାଦେଇଥାଏ। ଆଜିଥ୍ରୋମାଇସିନ୍‌ ଭଳି ଔଷଧକୁ ନିମୋନିଆ ବ୍ୟାକ୍ଟେରିଆଗୁଡ଼ିକ ପ୍ରତିରୋଧ କରୁଥିବାବେଳେ ନିଫିଥ୍ରୋମାଇସିନ୍‌ ଏହାର ୧୦ ଗୁଣ ପ୍ରଭାବଶାଳୀ ବୋଲି କୁହାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ପ୍ରକୃତ ‘BOSS“

ନୂଆଦିଲ୍ଲୀ,୨୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଫିଜି ଗଣରାଜ୍ୟର ପ୍ରଧାନମନ୍ତ୍ରୀ ସିଟେନି ଲିଗାମାମାଡ଼ା ରାବୁକା। ସେ ମୋଦିଙ୍କୁ ବିଶ୍ୱର ପ୍ରକୃତ ବସ୍‌(ମାଲିକ) ବୋଲି...

ଭାରତ ପାଇଁ ଭାବପୂର୍ଣ୍ଣ ‘ଶେଷ ଚିଠି’ ଲେଖିଲେ ଆମେରିକୀୟ ରାଷ୍ଟ୍ରଦୂତ, କହିଲେ-‘ତୁମକୁ ଝୁରି ହେବି’…

ନୂଆଦିଲ୍ଲୀ,୨୨।୧: ଭାରତରେ ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍ସେଟିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତାଙ୍କର ଭାରତ ପ୍ରତି ଏକ ବିଶେଷ ଆସକ୍ତି ରହିଛି। ଅନେକ ଥର ସେ...

ମହାରାଷ୍ଟ୍ରରେ ବଡ ଦୁର୍ଘଟଣା: ଟ୍ରେନରୁ ଓହ୍ଲାଇଲା ବେଳେ ମାଡ଼ିଗଲା ଆଉ ଏକ ଟ୍ରେନ, ୧୦ ମୃତ

ମହାରାଷ୍ଟ୍ର,୨୨।୧: ମହାରାଷ୍ଟ୍ରର ଜଳଗାଁଓର ପରଣ୍ଡା ରେଳ ଷ୍ଟେସନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୁଷ୍ପକ ଏକ୍ସପ୍ରେସର ଯାତ୍ରୀମାନଙ୍କ ଉପରେ କର୍ଣ୍ଣାଟକ ଏକ୍ସପ୍ରେସ ମାଡି ଯାଇଛି। ଖବର...

ଏନଡିଏକୁ ଶକ୍ତ ଝଟ୍‌କା ଦେଲେ ନୀତିଶ କୁମାର! ଫେରାଇନେଲେ ସମର୍ଥନ

ନୂଆଦିଲ୍ଲୀ,୨୨।୧:ମୋଦି ସରକାରଙ୍କୁ ବଡ଼ ଝଟ୍‌କା ଦେଲେ ନୀତିଶ କୁମାର। ବୁଧବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଜନତା ଦଳ (ୟୁନାଇଟେଡ) ନିଜ ସମର୍ଥନ ପ୍ରତ୍ୟାହାର...

ଆମେରିକାରେ ଜୟଶଙ୍କରଙ୍କୁ ଅପମାନ! ପଛଧାଡିକୁ ଯିବାକୁ କହିଲେ…ଭିଡିଓ ଭାଇରାଲ

ଓ୍ବାଶିଂଟନ୍‌,୨୨।୧:ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେଇ ସାରିଛନ୍ତି। ତାଙ୍କ ଶଫଥ ସମାରୋହରେ ଭାରତ ସମେତ ଅନେକ ଦେଶ ଏଥିରେ ଯୋଗ ଦେଇଥିଲେ।...

କୃଷକଙ୍କୁ ଖୁସିଖବର ଦେବେ ମୋଦି ସରକାର! ବୃଦ୍ଧି ହେବ…

ନୂଆଦିଲ୍ଲୀ,୨୨।୧: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦି କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଚାଷୀଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ। ଯଦି ସୂତ୍ରଗୁଡ଼ିକୁ ବିଶ୍ୱାସ...

ସ୍କୁଲରେ ପ୍ରଧାନଶିକ୍ଷକ-ଶିକ୍ଷୟିତୀ କରୁଥିଲେ ଏମିତି କାମ, ସିସିଟିଭିରେ ଧରାପଡିବା ପରେ…

ନୂଆଦିଲ୍ଲୀ,୨୨।୧: ରାଜସ୍ଥାନର ଜଣେ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ଏବଂ ଜଣେ ମହିଳା ଶିକ୍ଷୟିତ୍ରୀ ସ୍କୁଲର କାର୍ଯ୍ୟାଳୟ ଭିତରେ ଅଶାଳୀନ କାର୍ଯ୍ୟ କରୁଥିବାର ଏକ ଭିଡିଓ ଭାଇରାଲ...

ମୃତ୍ୟୁ ପର୍ଯ୍ୟନ୍ତ ମୋଦିଙ୍କ ହାତ ଛାଡିବି ନାହିଁ: କାହିଁକି ଏମିତି କହିଲେ ମାନଝୀ

ପାଟନା,୨୨।୧: ମୋଦି କ୍ୟାବିନେଟ ଛାଡିବା ଗୁଜବ ଉପରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାନଝୀ ମୁହଁ ଖୋଲିଛନ୍ତି। ସେ ମିଥ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri