ମହିଳା ବିରୋଧୀ ଭାବନା

ବିଶ୍ୱର ପ୍ରାୟ ସବୁ ଦେଶରେ ମହିଳା ଅଧିକାର ଓ ସୁରକ୍ଷା ବିଷୟକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଆଫଗାନିସ୍ତାନ ଏହାର ଏକ ବ୍ୟତିକ୍ରମ । କେନ୍ଦ୍ର ଓ ଦକ୍ଷିଣ ଏସିଆର ମଧ୍ୟଭାଗରେ ଥିବା ଏହି ଦେଶରେ ତାଲିବାନ୍‌ ୨୦୨୧ରେ ଦ୍ୱିତୀୟ ଥର କ୍ଷମତା ଦଖଲ କରିବା ପରେ ମହିଳାଙ୍କ ଅଧିକାରରେ ଗମ୍ଭୀର ସଙ୍କଟ ସୃଷ୍ଟି କରିବାରେ ଲାଗିଛି। ଆଫଗାନିସ୍ତାନ ହେଉଛି ଏକମାତ୍ର ଦେଶ ଯେଉଁଠାରେ ଝିଇ କିମ୍ବା ମହିଳାମାନଙ୍କୁ ମାଧ୍ୟମିକ ଓ ଉଚ୍ଚଶିକ୍ଷା ଲାଭ କରିବାକୁ ସରକାରୀ ସ୍ତରରେ ବନ୍ଦ କରିଦିଆଯାଇଛି। ମହିଳାମାନଙ୍କ ରୋଜଗାର ପନ୍ଥାକୁ ସୀମିତ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଆଫଗାନିସ୍ତାନର ପୁନଃ ନିର୍ମାଣରେ ପ୍ରମୁଖ ଭୂମିକା ନେବାକୁ ଚାହଁୁଥିବା ଝିଅମାନେ ଶିକ୍ଷକ, ଡାକ୍ତର, ନର୍ସ, ଇଞ୍ଜିନିୟର ଓ ବ୍ୟବସାୟୀ ହେବା ପାଇଁ ସ୍ବପ୍ନ ଦେଖୁଛନ୍ତି। କିନ୍ତୁ ସେମାନଙ୍କୁ ସେଥିପାଇଁ ସୁଯୋଗ ନାହିଁ। ଫଳରେ ଆଫଗାନିସ୍ତାନ ଆଗାମୀ ଦିନରେ ସଶକ୍ତ ପିଢ଼ିକୁ ହରାଇବାର ସମ୍ଭାବନା ଦେଖାଯାଇଛି। ଏତେ ସବୁ କଟକଣା ସତ୍ତ୍ୱେ ୧୪ ଅଗଷ୍ଟରେ ତାଲିବାନ୍‌ ତା’ଶାସନର ଦ୍ୱିତୀୟ ପାଳିର ତୃତୀୟ ବାର୍ଷିକୀ ପାଳନ କରିବା ପୂର୍ବରୁ ମହିଳାଙ୍କ ଅଧିକାରକୁ ସଙ୍କୁଚିତ କରିବା ପାଇଁ ଆଉ ଏକ କଠୋର ଆଇନ ଆଣିଛି। ଅଗଷ୍ଟ ପ୍ରଥମ ସପ୍ତାହରେ ‘ଭାଇସ୍‌ ଆଣ୍ଡ ଭର୍ଚ୍ୟୁ’ ନାମରେ ଅଣାଯାଇଥିବା ନୂଆ ଆଇନରେ କୁହାଯାଇଛି ଯେ, ମହିଳାଙ୍କ ମୁହଁ ଓ ସ୍ବର ପ୍ରଲୋଭନର ଏକ ଉତ୍ସ ହୋଇଥିବାରୁ ତାହା ସର୍ବସାଧାରଣରେ ଶୁଣାଯିବା କିମ୍ବା ଦେଖାଯିବା ଉଚିତ ନୁହେଁ। ଏଣୁ କୌଣସି ପ୍ରାପ୍ତ ବୟସ୍କା ମହିଳା ବାହାରକୁ ଗଲାବେଳେ ମୁହଁ କିମ୍ବା ଶରୀର ସମ୍ପୂର୍ଣ୍ଣ ଘୋଡ଼ାଇରଖିବା ସହ ପଦେ କଥା କହିପାରିବେ ନାହିଁ। ଆଫଗାନିସ୍ତାନରେ ପୂର୍ବରୁ ରହିଥିବା ଅସହନୀୟ କଟକଣା ସହିତ ଏବେ ଘର ବାହାରେ ସେମାନଙ୍କ ସ୍ବରକୁ ଚାପିଦେବା ଲାଗି କରାଯାଇଥିବା ଆଇନ ମହିଳାଙ୍କ ଭବିଷ୍ୟତକୁ ଆହୁରି ଅନ୍ଧକାରକୁ ଠେଲିଦେଇଛି।
ଉଲ୍ଲେଖନୀୟ ଯେ, ୧୯୯୬ରେ ଆଫଗାନିସ୍ତାନରେ ତାଲିବାନ୍‌ ପ୍ରଥମେ କ୍ଷମତାକୁ ଆସିଥିଲା। ୧୧ ସେପ୍ଟେମ୍ବର ୨୦୨୧ରେ ଆମେରିକାର ନ୍ୟୁୟର୍କ ସହର ସ୍ଥିତ ଟୁଇନ ଟାଓ୍ବାର ଓ ଓ୍ବାଶିଂଟନ୍‌ର ପେଣ୍ଟାଗନ୍‌ ଉପରେ ଯାତ୍ରୀବାହୀ ବିମାନ ଯୋଗେ ଅଲ କାଏଦା ଉଗ୍ରବାଦୀ ଗୋଷ୍ଠୀ ଆକ୍ରମଣ କରିଥିଲେ। ଏଥିରେ ପାଖାପାଖି ୩୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା । ପରେ ଆଫଗାନିସ୍ତାନରେ ଥିବା ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଓସାମା ବିନ୍‌ ଲାଡେନ୍‌ଙ୍କୁ ପ୍ରତ୍ୟର୍ପଣ କରିବା ସହ ସେହି ଗୋଷ୍ଠୀର ଉଗ୍ରବାଦୀଙ୍କୁ ଦେଶରୁ ବାହାର କରିଦେବା ଲାଗି ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‌ ଦାବି କରିଥିଲେ। ଏହାକୁ ଆଫଗାନିସ୍ତାନର ତାଲିବାନ୍‌ ସରକାର ସ୍ବୀକାର ନ କରିବା ଯୋଗୁ ଆମେରିକା ଓ ବିଟ୍ରେନ୍‌ର ମିଳିତ ସେନା ଆକ୍ରମଣକରି ତାଲିବାନ୍‌କୁ କ୍ଷମତାରୁ ହଟାଇଦେଇଥିଲେ। ପରେ ସେଠାରେ ଏକ ମଧ୍ୟବର୍ତ୍ତିକାଳୀନ ସରକାର ପ୍ରତିଷ୍ଠା କରାଯାଇଥିଲା। ଆଫଗାନିସ୍ତାନରେ ଆମେରିକାର ସେନା ରହି ସେହି ସରକାରକୁ ସହଯୋଗ କରିଥିଲା। ୨୦ ବର୍ଷ ପରେ ଆମେରିକା ସେଠାରୁ ସେନା ପ୍ରତ୍ୟାହର କରିବା ପରେ ପୁନର୍ବାର ଅଗଷ୍ଟ ୨୦୨୧ରେ ତାଲିବାନ୍‌ ବାକୁଲ ଦଖଲ କରିନେଇଥିଲା। ତେବେ ଭାରତ ସମେତ ପୃଥିବୀର ଅଧିକାଂଶ ଦେଶ ଇସ୍‌ଲାମିକ୍‌ ଏମିରେଟ ଅଫ୍‌ ଆଫଗାନିସ୍ତାନର ତାଲିବାନ୍‌ ସରକାରକୁ ସ୍ବୀକୃତି ଦେଇନାହାନ୍ତି। ଉଲ୍ଲେଖନୀୟ ଯେ, ମିଳିତ ଜାତିସଂଘ ଦ୍ୱାରା ୨୦୨୩ରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଥିଲା ଯେ, ଆଫଗାନିସ୍ତାନରେ ବାଧ୍ୟତାମୂଳକ ଭାବେ ମହିଳାମାନଙ୍କୁ ଅଲଗାକରି ରଖାଯିବା ଦ୍ୱାରା ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଛି। ସେଠାରେ ଅନେକ ମହିଳା ବିଭିନ୍ନ କାର୍ଯ୍ୟରେ ସମ୍ପୃକ୍ତ ଥିଲେ। ୨୦୨୧ରେ ତାଲିବାନ୍‌ ଦ୍ୱାରା ପୁନର୍ବାର ସରକାର ଗଠନହେବା ପରେ ମହିଳାମାନେ ସ୍ବାସ୍ଥ୍ୟକର୍ମୀ, ପୋଲିସ, ବିଚାରପତି, ଶିକ୍ଷୟିତ୍ରୀ, ଡାକ୍ତର ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରୁ ହଠାତ୍‌ ବିଦାହୋଇଗଲେ। ଏହା ଫଳରେ ସମାଜର ୫୦% ନାଗରିକଙ୍କୁ ବିନା କୌଣସି ଦୋଷରେ ଏକ ପ୍ରକାର ପଣବନ୍ଦୀ କରିଦିଆଯାଇଛି। ଏହା ହେଉଛି କଠୋର ଇସ୍‌ଲାମୀୟ ମାନସିକତାର ଏକ ଜ୍ୱଳନ୍ତ ଉଦାହରଣ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ଆଫଗାନିସ୍ତାନକୁ ଚାରିଆଡୁ ଘେରି ରହିଥିବା ମୁସଲମାନ ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ ବି ଦେଶ ଏଭଳି ନକାରାମତ୍କ ସରକାରୀ ପଦକ୍ଷେପକୁ ସମାଲୋଚନା କରୁନାହାନ୍ତି। ତେଣୁ ବୁଝିବାକୁ ହେବ ଯେ, ସବୁ ମୁସଲମାନ ଦେଶରେ ଏହିଭଳି କାର୍ଯ୍ୟକୁ ପସନ୍ଦ କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ, ଏହିଭଳି ସମାଜ ବିରୋଧୀ ଚିନ୍ତାଧାରା କେବଳ ମୁସଲମାନ ସମ୍ପ୍ରଦାୟରେ ସୀମିତ ନୁହେଁ। ହୁଏତ ସେହି ଧର୍ମରେ ଥିବା ମହିଳା ବିରୋଧୀ ଭାବନା ଅଧିକ ମାତ୍ରାରେ ପ୍ରତିଫଳନ ହେଉଛି। କିନ୍ତୁ ଏଥିସହ ମନେରଖିବାକୁ ହେବ ଯେ, ଅନ୍ୟ ସବୁ ଧର୍ମରେ ମଧ୍ୟ ତାଲିବାନ୍‌ ଭଳି ପୁରାତନ ଚିନ୍ତାରେ ଅନେକ ବଡ଼ ଗୋଷ୍ଠୀ ବୁଡ଼ି ରହିଛନ୍ତି। ଭାରତବର୍ଷରେ ଦେଖାଦେଉଥିବା ମହିଳା ବିରୋଧୀ ଅପରାଧ ତାଲିବାନ୍‌ ତୁଳନାରେ କୌଣସି ଭାବେ ଊଣା ନୁହେଁ। ସମୟ ଥିବା ଭିତରେ ଏହିଭଳି ମାନସିକତାକୁ ଯଦି ସମସ୍ତେ ସକ୍ରିୟ ଭାବେ ବିରୋଧ କରିବାକୁ ଅରାଜି ହେବେ , ତେବେ ଏକ ବିକୃତ ସମାଜ ଭବିଷ୍ୟତରେ ଗଢ଼ିଉଠିବା ନିଶ୍ଚିତ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri