ଜି୭ରେ ରୁଷିଆ ବିରୋଧୀ ରଣନୀତି

ହିରୋଶିମା,୨୦ା୫: ବିଶ୍ୱର ସବୁଠୁ ପ୍ରଭାବଶାଳୀ ଗଣତନ୍ତ୍ରଗୁଡ଼ିକର ନେତାମାନେ ଶୁକ୍ରବାର ଜାପାନର ହିରୋଶିମା ସହରରେ ଏକାଠି ହୋଇଛନ୍ତି। ୟୁକ୍ରେନ୍‌ ଉପରେ ୧୫ ମାସ ଧରି ଆକ୍ରମଣ ଜାରି ରଖିଥିବା ରୁଷିଆକୁ ଦଣ୍ଡିତ କରିବା ପାଇଁ ଜି୭ ସଦସ୍ୟ ରାଷ୍ଟ୍ରର ନେତୃବୃନ୍ଦ ସମ୍ମିଳନୀର ପ୍ରଥମ ଦିନ ନୂଆ ରଣନୀତି ସ୍ଥିର କରିଛନ୍ତି। ୟୁକ୍ରେନ୍‌କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଆଣବିକ ଆକ୍ରମଣ ଧମକ ସାଙ୍ଗକୁ ଉତ୍ତର କୋରିଆର ମାସାଧିକ କାଳ କ୍ଷେପଣାସ୍ତ୍ର ପରୀକ୍ଷଣ ଏବଂ ଚାଇନା ଦ୍ରୁତଗତିରେ ବିସ୍ତାର କରିଚାଲିଥିବା ନ୍ୟୁକ୍ଲିୟର ଅସ୍ତ୍ର ବିରୋଧରେ ଜାପାନର ଆଣବିକ ନିରସ୍ତ୍ରୀକରଣ ଅଭିଯାନକୁ ଜି୭ ରାଷ୍ଟ୍ରମୁଖ୍ୟମାନେ ସମର୍ଥନ କରିଛନ୍ତି। ବିଶ୍ୱନେତାମାନେ ୧୯୪୫ ଅଗଷ୍ଟ ୬ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଆମେରିକା ପକ୍ଷରୁ ହିରୋଶିମାରେ ଏକ ବି-୨୯ ପରମାଣୁ ବୋମା ନିକ୍ଷେପ ଫଳରେ ନିହତ ହୋଇଥିବା ୧,୪୦,୦୦୦ ଲୋକଙ୍କୁ ପିସ୍‌ ପାର୍କରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଗ୍ରୁପ୍‌ ଫଟୋ ଏବଂ ପ୍ରତୀକାମତ୍କ ଭାବେ ବୃକ୍ଷରୋପଣ କରିବା ପରେ ସେମାନେ ମସ୍କୋ ବିରୋଧରେ ନୂଆ ପର୍ଯ୍ୟାୟରେ କଟକଣା ଜାରି ପାଇଁ ଆଲୋଚନା କରିଥିଲେ।
ହେଉଛି ବିଶ୍ୱରେ ସର୍ବାଧିକ କଟକଣା ଭୋଗୁଥିବା ରାଷ୍ଟ୍ର। କିନ୍ତୁ ଏହା ବିରୋଧରେ ଲାଗିଥିବା ଆର୍ଥିକ କଟକଣାଗୁଡ଼ିକର ପ୍ରଭାବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି। ତେଣୁ ପୂର୍ବରୁ ଜାରି କରାଯାଇଥିବା କଟକଣାଗୁଡ଼ିକୁ କାର୍ଯ୍ୟକାରୀ ପାଇଁ ଉଦ୍ୟମକୁ ଦ୍ୱିଗୁଣିତ କରିବା ଉପରେ ସେମାନଙ୍କ ଫୋକସ୍‌ ରହିଥିବା ଜଣେ ଆମେରକୀୟ ଅଧିକାରୀ ସୂଚନା ଦେଇଛନ୍ତି। ରୁଷୀୟ ହୀରା ଆମଦାନୀ ବନ୍ଦ ସହ ମସ୍କୋ ପାଇଁ ବାଣିଜି୍ୟକ କାରବାରର ଦ୍ୱାର ବନ୍ଦ କରିବା ଉପରେ ୟୁରୋପୀୟ ସଂଘ (ଇୟୁ) ଗୁରୁତ୍ୱ ଦେଉଛି ବୋଲି ୟୁରୋପିଆନ୍‌ କାଉନ୍‌ସିଲ୍‌ ଅଧ୍ୟକ୍ଷ ଚାଲର୍‌ସ ମିଶେଲ କହିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି୭ରେ ଯୋଗଦେବା ପାଇଁ ହିରୋଶିମାରେ ପହଞ୍ଚତ୍ଛନ୍ତି। ସେ କ୍ୱାଡ୍‌ ସମ୍ମିଳନୀରେ ଯୋଗଦେବା ପାଇଁ ଏଠାରୁ ଅଷ୍ଟ୍ରେଲିଆ ଯିବେ। ଜାପାନ, ପପୁଆ ନ୍ୟୁ ଗିନି ଓ ଅଷ୍ଟ୍ରେଲିଆରେ ମୋଦି ୪୦ ବୈଠକରେ ସାମିଲ ହେବେ। ଭାରତ ଚଳିତ ବର୍ଷ ଜି୨୦ରେ ଅଧ୍ୟକ୍ଷତା କରୁଥିବାରୁ ଜି୭ ସମ୍ମିଳନୀରେ ତାଙ୍କ ଉପସ୍ଥିତି ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ମୋଦି ଟୁଇଟ୍‌ କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣକ୍ରମେ ଜି୭ରେ ସାମିଲ ହେବାକୁ ଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସହ ମଧ୍ୟ ମୋଦି ଆଲୋଚନା କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏତିକି ଦିନ ପାଇଁ ଅସ୍ତ୍ରବିରତି ଘୋଷଣା: ୨ ନେତାଙ୍କୁ ଧନ୍ୟବାଦ ଦେଲା ଇରାନ, କହିଲା ଏମାନଙ୍କ ପାଇଁ…

ଓ୍ବାଶିଂଟନ୍‌,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri