ପୁଣି ଆଉ ଏକ ଟାର୍ଗେଟ ମିଶାଇଲ ସମୁଦ୍ର ଭିତରୁ ଉଦ୍ଧାର

ବାହାନଗା, ୫।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ଖରାସାହାପୁର ପଞ୍ଚାୟତର ବାଉଁଶ ଆଡିଆ ସ୍ଥିତ ମାଛ ଧରା କେନ୍ଦ୍ର(ଜେଟି)ର ସମୁଦ୍ର ଭିତରୁ ପୁଣି ଏକ ଟାର୍ଗେଟ ମିଶାଇଲକୁ ଧିବୀରମାନେ ଉଦ୍ଧାର କରିଛନ୍ତି। ଏହାକୁ ଦେଖିବା ପାଇଁ ବାଉଁଶ ଆଡିଆ ଓ ବରଜଦେଉଳୀ ଗାଁଲୋକଙ୍କ ଭିଡ଼ ଜମିଥିଲା। ଏହାପରେ ଗ୍ରାମବାସୀ ଓ ଧିବୀରମାନେ ବାଲେଶର ସ୍ଥିତ ଡିଆରଡିଏ (ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା ) ଓ ଆଇଟିଆର(ସମ୍ମନିତ ପରିକ୍ଷଣ ଘାଟି)କୁ ଖବର ଦେଇଥିଲେ। କିନ୍ତୁ ଘଟଣାସ୍ଥଳରେ ଅଧିକାରୀଙ୍କ ପହଞ୍ଚିବା ବିଳମ୍ବ ହେବାରୁ ମତ୍ସ୍ୟଜୀବୀମାନେ ଉକ୍ତ ମିଶାଇଲକୁ ଖରାସାହାପୁର ମାଝି ସାହିକୁ ନେଇଆସିଛନ୍ତି। ଏହି ମିଶାଇଲ ମତ୍ସ୍ୟଜୀବୀ ହରିହର ମାଝୀଙ୍କ ଜାଲରେ ବିଳମ୍ବିତ ରାତିରେ ଲାଗିଥିବା ବେଳେ ତାଙ୍କ ୪ଜଣ ସାଥି ଜାଲକୁ ଟାଣି ଭୂଟୁଭୂଟି (ଯନ୍ତ୍ର ଚାଳିତ ଡଙ୍ଗା )ସାହାଯ୍ୟରେ ଗୁରୁବାର ସକାଳେ କୂଳକୁ ଆଣିଥିଲେ। ଏହା ଜେଟିର ୧୦ କିଲୋମିଟର ଦୂର ସମୁଦ୍ର ଭିତରେ ପଡିଥିଲା।

ଏହି ଟାର୍ଗେଟ ମିଶାଇଲକୁ ପ୍ରତିରକ୍ଷା ବିଭାଗ ଗତ ବୁଧବାର ପରିକ୍ଷଣ କରିଥିବା ବେଳେ ତାହା ସମୁଦ୍ର ଭିତରେ ଖସିପଡିଥିବା ଅନୁମାନ କରାଯାଉଛି। ଏହି ମିଶାଇଲି ପ୍ରତିରକ୍ଷା ବିଭାଗର ମାନବ ବିହୀନ ଟାର୍ଗେଟ ଏୟାରକ୍ରାପ୍ଟ ବଂଶୀ ମିଶାଇଲ। ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ପ୍ରତିରକ୍ଷା ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନ ଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ୧୭ ତାରିଖରେ ରେମୁଣା ବ୍ଲକର ତାଳପଦା ସ୍ଥିତ ଜାମୁକା ମତ୍ସ୍ୟଧରା କେନ୍ଦ୍ରର ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରୁ ଜାଲ ସାହାଯ୍ୟରେ ଅଫୁଟା ମିଶାଇଲ ଉଦ୍ଧାର କରିଥିଲେ। ପରେ ପ୍ରତିରକ୍ଷା ବିଭାଗ ପହଞ୍ଚି ଉଦ୍ଧାର ହୋଇଥିବା ମିଶାଇଲକୁ ନେଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଛତ୍ରପୁରରେ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ଆକର୍ଷଣ ସାଜିଛି ପାରମ୍ପରିକ ବାଘ ବେଶ

ଛତ୍ରପୁର (ଦିଲୀପ ସାମଲ), ୨୩।୫: ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅବସରରେ ଏବେ ସାରା ସହର ଉତ୍ସବମୁଖର ହୋଇଉଠିଛି।…

ଭଟଲି ରାଇସ୍‌ ମିଲ୍‌ରୁ ଧରାପଡ଼ିଲା ଛତିଶଗଡ଼ ଧାନ, ଥାନାରେ ଅଟକ ରଖି ପୋଲିସର ତଦନ୍ତ, ଦାବିଦାର ଆସୁ ନଥିବାରୁ…

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟକୁ ଦିନକ ପରେ ୨ସପ୍ତାହ ପୂରିବ। କିନ୍ତୁ ଜିଲାରେ ଧାନ କିଣାବିକା ଶୀଥିଳ ହୋଇ ପଡ଼ିଛି। ମଣ୍ଡିକୁ ଧାନ ଆସୁଛି,…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri