ପୁଣି ଆଉ ଏକ ଟାର୍ଗେଟ ମିଶାଇଲ ସମୁଦ୍ର ଭିତରୁ ଉଦ୍ଧାର

ବାହାନଗା, ୫।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ଖରାସାହାପୁର ପଞ୍ଚାୟତର ବାଉଁଶ ଆଡିଆ ସ୍ଥିତ ମାଛ ଧରା କେନ୍ଦ୍ର(ଜେଟି)ର ସମୁଦ୍ର ଭିତରୁ ପୁଣି ଏକ ଟାର୍ଗେଟ ମିଶାଇଲକୁ ଧିବୀରମାନେ ଉଦ୍ଧାର କରିଛନ୍ତି। ଏହାକୁ ଦେଖିବା ପାଇଁ ବାଉଁଶ ଆଡିଆ ଓ ବରଜଦେଉଳୀ ଗାଁଲୋକଙ୍କ ଭିଡ଼ ଜମିଥିଲା। ଏହାପରେ ଗ୍ରାମବାସୀ ଓ ଧିବୀରମାନେ ବାଲେଶର ସ୍ଥିତ ଡିଆରଡିଏ (ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା ) ଓ ଆଇଟିଆର(ସମ୍ମନିତ ପରିକ୍ଷଣ ଘାଟି)କୁ ଖବର ଦେଇଥିଲେ। କିନ୍ତୁ ଘଟଣାସ୍ଥଳରେ ଅଧିକାରୀଙ୍କ ପହଞ୍ଚିବା ବିଳମ୍ବ ହେବାରୁ ମତ୍ସ୍ୟଜୀବୀମାନେ ଉକ୍ତ ମିଶାଇଲକୁ ଖରାସାହାପୁର ମାଝି ସାହିକୁ ନେଇଆସିଛନ୍ତି। ଏହି ମିଶାଇଲ ମତ୍ସ୍ୟଜୀବୀ ହରିହର ମାଝୀଙ୍କ ଜାଲରେ ବିଳମ୍ବିତ ରାତିରେ ଲାଗିଥିବା ବେଳେ ତାଙ୍କ ୪ଜଣ ସାଥି ଜାଲକୁ ଟାଣି ଭୂଟୁଭୂଟି (ଯନ୍ତ୍ର ଚାଳିତ ଡଙ୍ଗା )ସାହାଯ୍ୟରେ ଗୁରୁବାର ସକାଳେ କୂଳକୁ ଆଣିଥିଲେ। ଏହା ଜେଟିର ୧୦ କିଲୋମିଟର ଦୂର ସମୁଦ୍ର ଭିତରେ ପଡିଥିଲା।

ଏହି ଟାର୍ଗେଟ ମିଶାଇଲକୁ ପ୍ରତିରକ୍ଷା ବିଭାଗ ଗତ ବୁଧବାର ପରିକ୍ଷଣ କରିଥିବା ବେଳେ ତାହା ସମୁଦ୍ର ଭିତରେ ଖସିପଡିଥିବା ଅନୁମାନ କରାଯାଉଛି। ଏହି ମିଶାଇଲି ପ୍ରତିରକ୍ଷା ବିଭାଗର ମାନବ ବିହୀନ ଟାର୍ଗେଟ ଏୟାରକ୍ରାପ୍ଟ ବଂଶୀ ମିଶାଇଲ। ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ପ୍ରତିରକ୍ଷା ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନ ଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ୧୭ ତାରିଖରେ ରେମୁଣା ବ୍ଲକର ତାଳପଦା ସ୍ଥିତ ଜାମୁକା ମତ୍ସ୍ୟଧରା କେନ୍ଦ୍ରର ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରୁ ଜାଲ ସାହାଯ୍ୟରେ ଅଫୁଟା ମିଶାଇଲ ଉଦ୍ଧାର କରିଥିଲେ। ପରେ ପ୍ରତିରକ୍ଷା ବିଭାଗ ପହଞ୍ଚି ଉଦ୍ଧାର ହୋଇଥିବା ମିଶାଇଲକୁ ନେଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri