ଯୁଦ୍ଧରେ ରୁଷିଆର ପୁଣି ଜଣେ ଜେନେରାଲଙ୍କ ମୃତ୍ୟୁ, ୮ ଜେନେରାଲ-୩୪ କର୍ନେଲଙ୍କ ଜୀବନ ଗଲାଣି…

ମସ୍କୋ/କ୍ୱିଭ୍‌, ୧୮।୪ : ୟୁକ୍ରେନ ଯୁଦ୍ଧ ରୁଷିଆ ପାଇଁ ଏବେ ଗଳାର କଣ୍ଟା ପାଲଟିଛି। ଯୁଦ୍ଧ ଯୋଗୁ ରୁଷିଆ ସବୁଆଡୁ ପ୍ରତିରୋଧର ସମ୍ମୁଖୀନ ହେବାରେ ଲାଗିଛି। ରୁଷିଆ କେବେ ବି ଭାବି ନ ଥିଲା ଯେ ୟୁକ୍ରେନ ଏପରି ଚ୍ୟାଲେଞ୍ଜ କରିବ। ଏହାର କାରଣ ହେଉଛି ଯେ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ରୁଷିଆରେ ବିରୋଧରେ ସହାୟତା କ୍ୱିଭ୍‌ରେ ପହଞ୍ଚିବାରେ ଲାଗିଛି।

ଇତିମଧ୍ୟରେ ଯୁଦ୍ଧରେ ରୁଷିଆର ୮ ଜେନେରାଲ ଏବଂ ୩୪ ଜଣ କର୍ନେଲଙ୍କ ମୃତ୍ୟୁ ଘଟିଛି। ପ୍ରଥମ ବିଶ୍ୱଯୁଦ୍ଧ ପରେ ବରିଷ୍ଠ ସେନା ଅଧିକାରୀଙ୍କସ୍ତରରେ ରୁଷିଆ ସେନାରେ ଏହା ସର୍ବାଧିକ ମୃତ୍ୟୁ। କିନ୍ତୁ ଏହା ପରେ ମଧ୍ୟ ରୁଷିଆ ପଛକୁ ହଟିବାକୁ ପ୍ରସ୍ତୁତ ନୁହେଁ। ସେହିପରି ବହୁ ଧୟଧତି ପରେ ବି ୟୁକ୍ରେନ୍‌ ମୁଣ୍ଡ ନୋଇବାକୁ ଚାହୁଁନାହିଁ।
ଶନିବାର ରୁଷିଆର ଆଉ ଜଣେ ଜେନେରାଲଙ୍କ ମୃତ୍ୟୁ ଘଟିଛି।

ରିପୋର୍ଟ ଅନୁଯାୟୀ, ଜେନେରାଲଙ୍କ ମୃତଦେହକୁ ସେଣ୍ଟ ପିଟର୍ସବର୍ଗରେ ସମାଧି ଦିଆଯାଇଛି। ନିହତ ଜେନେରାଲଙ୍କୁ ମେଜର ଜେନେରାଲ ଭ୍ଲାଦିମିର ଫ୍ରୋଲୋଭ ବୋଲି ଚିହ୍ନଟ କରାଯାଇଛି। ସେ ଅଷ୍ଟମ ସେନାର ଡେପୁଟି କମାଣ୍ଡର ଥିଲେ।

ସେ, ତାଙ୍କ ୟୁନିଟ ସହିତ, ମାରିଆପୋଲ ବନ୍ଦରକୁ କିଛି ସପ୍ତାହ ଧରି ଦଖଲ କରିଥିଲେ। ଶନିବାର ୟୁକ୍ରେନ ସୈନ୍ୟଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା।

କେବଳ ଜେନେରାଲ ନୁହଁନ୍ତି, ଉଭୟ ପକ୍ଷର ହଜାର ହଜାର ରୁଷିଆ ସୈନିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଯୁଦ୍ଧରେ ରୁଷିଆର ସାମରିକ କ୍ଷୟକ୍ଷତି ଆଶା କରାଯାଉଥିବା ଠାରୁ ଅଧିକ ହୋଇଛି।

ୟୁକ୍ରେନ ଦାବି କରିଛି ଯେ ଏହି ଯୁଦ୍ଧ ଆରମ୍ଭରୁ ରୁଷିଆର ୨୦,୦୦୦ ରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଛି। ତେବେ ଏହାକୁ ନେଇ ରୁଷିଆ ପକ୍ଷରୁ କୌଣସି ତଥ୍ୟ ପ୍ରଦାନ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓମ୍‌ସାର ଆନ୍ଦୋଳନ: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

ବିଜେଡି ପ୍ରତିଷ୍ଠା ଦିବସରେ ଏକତାର ମନ୍ତ୍ର ଦେଲେ ପ୍ରଫୁଲ୍ଲ ଘଡ଼େଇ, କହିଲେ ନବୀନ ପଟ୍ଟନାୟକଙ୍କୁ…

ଭୁବନେଶ୍ୱର,୨୬।୧୨:  ଆଜି ବିଜୁ ଜନତା ଦଳ ୨୯ତମ ପ୍ରତିଷ୍ଠା ଦିବସ ପାଳୁଛି ।  ପ୍ରତିଷ୍ଠା ଦିବସ ପାଇଁ ଶଙ୍ଖ ଭବନ ସଜେଇ ହୋଇଥିବା ବେଳେ ନବୀନ...

୭ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା କୃଷକ ସଙ୍ଗଠନ: ପଦ୍ମପୁର ବନ୍ଦ ଡାକରା

ପଦ୍ମପୁର,୨୬।୧୨(ପ୍ରଦୀପ୍ତ ଦାଶ):ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ବାଟବଣା ହୋଇଯାଇଛି। ଡବଲ ଇଞ୍ଜିନ ଲୋକଙ୍କ ସରକାର କହି କହି କେବଳ ବାହାସ୍ଫୋଟ ମାରୁଛନ୍ତି।...

ବାଂଲାଦେଶରେ ପ୍ରତି ୫ ଜଣରେ ଜଣେ ଥିଲେ ହିନ୍ଦୁ, ହେଲେ ପ୍ରତିବର୍ଷ କମୁଛି ହିନ୍ଦୁଙ୍କ ସଂଖ୍ୟା, ଗତ ୩ ବର୍ଷରେ…

ଢାକା,୨୬।୧୨: ବାଂଲାଦେଶ ଆଜି ବିଶ୍ୱର ସବୁଠାରୁ ଘନ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ୱାଲର୍‌ଡମିଟର ଅନୁଯାୟୀ, ଏହାର ମୋଟ ଜନସଂଖ୍ୟା ୧୭୬.୬ ନିୟୁତ ଅତିକ୍ରମ...

Bangladesh elections: ତାରିକ ଫେରିବା ପରେ ହାତ ମିଳାଇଲେ ଦୁଇ ଭାରତ ବିରୋଧୀ ଦଳ, ଜାଣନ୍ତୁ କ’ଣ କହୁଛି ରାଜନୈତିକ ସମିକରଣ

ଢାକା,୨୬।୧୨: ବାଂଲାଦେଶରେ ଫେବୃଆରୀରେ ଜାତୀୟ ର୍ନିବାଚନ ହେବାକୁ ଯାଉଛି, ଯାହା ରାଜନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରୁଛି। ଏହାକୁ ଦୃଷ୍ଟିରେ ରଖି, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର...

ଛାତିଥରା…ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ଜୀଅନ୍ତା ଜାଳିଦେଲେ ସ୍ବାମୀ, ପରେ ଝିଅକୁ ବି ଠେଲିଦେଲେ

ନୂଆଦିଲ୍ଲୀ,୨୬।୧୨: ତେଲେଙ୍ଗାନାର ହାଇଦ୍ରାବାଦରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ସନ୍ଦେହ ହେତୁ ଜଣେ ମାନସିକ ବିକୃତ ବ୍ୟକ୍ତି ନାଲ୍ଲାକୁଣ୍ଟା ଅଞ୍ଚଳରେ ତାଙ୍କ...

Bangladesh Violence: ବାଂଲାଦେଶ ଫେରୁ ଫେରୁ ତାରିକ ଅହମଦଙ୍କୁ କାହିଁକି ଫୋନ କଲେ ୟୁନୁସ? ପିତାଙ୍କ କବର ସ୍ଥଳକୁ ଯିବେ ‘ଡାର୍କ ପ୍ରିନ୍ସ’

ଢାକା,୨୬।୧୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର କାର୍ଯ୍ୟକାରୀ ସଭାପତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ୧୭ ବର୍ଷ ପରେ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri