ବିଜେବି କଲେଜ ନାଁରେ ଆଉ ଏକ ର଼୍ୟାଗିଂ ଅଭିଯୋଗ

ଭୁବନେଶ୍ୱର,୭ା୭(ବ୍ୟୁରୋ): ବିଜେବି କଲେଜ ନାଁରେ ପୁଣି ର଼୍ୟାଗିଂ ଅଭିଯୋଗ ହୋଇଚି। ଜଣେ ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଥିବା ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର ରୁଦ୍ର ନାରାୟଣ ପାତ୍ରଙ୍କୁ ହଷ୍ଟେଲରେ ରହୁଥିବା ତାଙ୍କର ଜଣେ ସହପାଠୀ ଗାଡ଼ି କାହିଁକି ଆଣୁଛୁ ବୋଲି କହି କଲେଜରେ ଉଠବସ୍‌ କରାଇବା ସହ ମାଡ଼ପିଟ୍‌ କରୁଥିବା ରୁଦ୍ର ପୋଲିସରେ ଅଭିଯୋଗ କରିଛନ୍ତି।

ରୁଦ୍ର ଜଣେ ଡେସ୍କଲାର ହୋଇଥିବା ବେଳେ ଆମ୍ବେଦକର ହଷ୍ଟେଲରେ ରହୁଥିବା ତାଙ୍କ ସହପାଠୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଅଧ୍ୟାପକଙ୍କ ସାମ୍ନାରେ ରା୍ୟାଗିଂ କରାଯାଉଥିଲେ ମଧ୍ୟ କେହି ଭ୍ରୁକ୍ଷେପ କରୁ ନ ଥିବା ଅଭିଯୋଗ କରିଛନ୍ତି ରୁଦ୍ର।

କିଛିଦିନ ତଳେ ଛାତ୍ରୀ ରୁଚିକା ମହାନ୍ତି ର଼୍ୟାଗିଂର ଶିକାର ହୋଇ ଆତ୍ମହତ୍ୟା କରିଥିବା ନେଇ ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ ଏବେ ପୁଣି ଜଣେ ଛାତ୍ରଙ୍କୁ ର଼୍ୟାଗିଂ କରାଯିବା ଚିନ୍ତାଜନକ ଅଟେ।