Categories: ଖେଳ

ନେଟ୍‌ରେ ବୋଲିଂ ଟେଷ୍ଟ ଦେବେ ହାର୍ଦ୍ଦିକ

ଦୁବାଇ,୨୯।୧୦: ଆସନ୍ତା ରବିବାର ଭାରତୀୟ ଦଳ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ। ଦୁବାଇରେ ଖେଳାଯିବାକୁ ଥିବା କର ବା ମର ମ୍ୟାଚ୍‌ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିପାରନ୍ତି। ଶୁକ୍ରବାର ତାଙ୍କୁ ପ୍ରାକ୍ଟିସ ସେସନ ବେଳେ ପୁଣି ଥରେ ବୋଲିଂ କୁହାଯିବ। ଏହା ଦ୍ୱାରା ତାଙ୍କ ଫିଟ୍‌ନେସ ଯାଞ୍ଚ କରାଯିବ। ଏହା ପରେ ହିଁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ଲାଗି ତାଙ୍କୁ ଦଳରେ ନିଆଯିବ ନା ନାହିଁ ଜଣାପଡ଼ିବ। ପାଣ୍ଡ୍ୟା ବୁଧବାର ନେଟ୍ସରେ ବୋଲିଂ କରିଥିଲେ। ମିଳିଥିବା ସୂଚନା ମୁତାବକ ଯଦି ଆବଶ୍ୟକତା ପଡ଼େ, ମ୍ୟାଚ୍‌ରେ ପୂରା ୪ ଓଭର ବୋଲିଂ କରିବାକୁ କୁହାଯାଇପାରେ।

Share