ସଂଘର୍ଷର ଅନ୍ୟନାମ ଦିବ୍ୟାଙ୍ଗ ନିଦ୍ରାବତୀ

କେନ୍ଦୁଝର,୨୮ା୧୧(ସ୍ବ.ପ୍ର.): ଦିବ୍ୟାଙ୍ଗ ହେଲେ ବି ସେ ହାର ମାନି ନାହାନ୍ତି। ନିଜେ ଅଟୋ ଚଳାଇ ସ୍ବାବଲମ୍ବୀ ହେବା ସହ ବୃଦ୍ଧ ମା’ ବାପାଙ୍କ ମୁହଁରେ ଆହାର ଦେଉଛନ୍ତି। ତାଙ୍କ ସଂଘର୍ଷମୟ ଜୀବନ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ନାରୀଟିଏ ହୋଇ ବି ଦୃଢ଼ ଇଛା ଶକ୍ତି ବଳରେ ସମାଜରେ ଦୃଷ୍ଟାନ୍ତ ସାଜିଛନ୍ତି କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଗୋନାସିକା ପଞ୍ଚାୟତ ଅନ୍ତର୍ଗତ ବଣପାହାଡ଼ ଘେରା ଜନ୍ତାରୀ ଗ୍ରାମର ନିଦ୍ରାବତୀ ନାଏକ। ଋଣ ଅର୍ଥରେ ଅଟୋ କିଣି ପରିବାର ଚଳାଉଥିବା ବେଳେ ସରକାରୀ ସହାୟତାକୁ ସେ ଅପେକ୍ଷା କରି ରହିଛନ୍ତି।
ବାପା ରାମଚନ୍ଦ୍ର ଓ ମା’ ଜାଇ ବହୁ କଷ୍ଟରେ ମୂଲ ମଜୁରୀ ଲାଗି ପରିବାର ଚଳାଇ ଆସୁଥିଲେ। ଆର୍ଥିକ ଅନଟନ ଯୋଗୁ ଜୁଙ୍ଗା ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ିବା ସମୟରେ ନିଦ୍ରାବତୀ ପାଠ ଛାଡ଼ି ବିଲରେ କାମ କରିବା ସହ ମୂଲ ମଜୁରୀ ଲାଗି ମା’ବାପାଙ୍କୁ ରୋଜଗାରରେ ସହାୟତା କରୁଥିଲେ। ତାଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ସେତେବେଳେ ହଠାତ ଜ୍ୱରରେ ପଡ଼ିଲେ। ଉପଯୁକ୍ତ ଚିକିତ୍ସା ଅଭାବରୁ ଅଣ୍ଟା ତଳକୁ ଦୁର୍ବଳ ହୋଇଯିବାରୁ ଭଲ ଭାବେ ଚଳପ୍ରଚଳ କରିପାରିଲେ ନାହିଁ। ଫଳରେ ଆଉ ମୂଲ ମଜୁରୀ ଲାଗି ନ ପାରି ମା’ବାପାଙ୍କ ଉପରେ ବୋଝ ପାଲଟିଥିଲେ। ତେବେ ଇଛା ଥିଲେ ଉପାୟ ଆପେ ଆପେ ଆସେ ଭଳି ରୋଜଗାର କରି ମା’ବାପାଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେ ଉଦ୍ୟମ ଆରମ୍ଭ କରିଥିଲେ। ବର୍ଷେ ତଳେ ଧାର କରଜ କରି ୭୨ ହଜାର ଟଙ୍କା ଜମା ଦେଇ ଏକ ଅଟୋ ଫାଇନାନ୍ସରେ ଆଣି ନିଜେ ଚଲାଇବା ଶିଖିଥିଲେ। ସେହି ଅଟୋ ଆଜି ତାଙ୍କ ଜୀବନରେ ପରିବର୍ତ୍ତନ ଆଣି ଦେଇଛି। ଦିନ ରାତି ପରିଶ୍ରମ କରି ଅଟୋରେ ଯାତ୍ରୀଙ୍କୁ ନେବା ଆଣିବା କରି ରୋଜଗାର କରୁଛନ୍ତି। ତେବେ ମାସକୁ ୮ ହଜାର ଟଙ୍କା କିସ୍ତି ଦେବା ବୋଝ ତାଙ୍କୁ ବେଶୀ ଚିନ୍ତିତ କରୁଛି। ଏଣୁ ସରକାରୀ ସହାୟତା କିଛି ମିଳିଲେ ସେ ଋଣ ବୋଝରୁ ମୁକ୍ତି ପାଇ ପାରନ୍ତେ ବୋଲି କହିଛନ୍ତି।
ତାଙ୍କର ଭାଇ ଅଛନ୍ତି କିନ୍ତୁ ବିବାହ ପରେ ଘରୁ ଅଲଗା ହୋଇଯିବାରୁ ବୃଦ୍ଧ ମା’ ବାପାଙ୍କ ଦାୟିତ୍ୱ ନିଦ୍ରାବତୀ ବୁଝୁଛନ୍ତି। ଆହୁରି ୩ ବର୍ଷ ଋଣ କିପରି ଶୁଝିବେ ସେ ନେଇ ଚିନ୍ତାରେ ରହୁଛନ୍ତି ା ଏଣୁ ତାଙ୍କୁ ସରକାରୀ ସହାୟତା ମିଳିବା ଜରୁରୀ ବୋଲି ଉକ୍ତ ଅଞ୍ଚଳର ତଳ ବୈତରଣୀ ଗ୍ରାମର ପଦ୍ମଶ୍ରୀ ଦୈତାରୀ ନାୟକ କହିଛନ୍ତି।
ନିଦ୍ରାବତୀ ଅଟୋ ନେଇ ଦୂରଦୂରାନ୍ତ ଯୋଡ଼ା, ବଡ଼ବିଲ, ତେଲକୋଇ, ପାଲଲହଡ଼ା ଆଦି ଅଞ୍ଚଳ ପର୍ଯ୍ୟନ୍ତ ଯାତ୍ରୀ ନେଇ ଯାଇଥିବା କୁହନ୍ତି ା ମନରେ ଭୟ ଥିଲେ ବି ଘରେ ବସିଲେ କ’ଣ ହେବ ବୋଲି ସେ କୁହନ୍ତି। ଆଗରୁ ରାତିରେ ଯାତ୍ରୀ ନେଇ ଫେରିବା ସମୟରେ ରାସ୍ତାରେ ଅଟୋ ଖରାପ ହେଲେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେବେ ଅନେକ ସମୟରେ ଗ୍ରାମବାସୀ ତଥା ଯାତ୍ରୀମାନେ ମଧ୍ୟ ସହାୟତା କରିଥିବା ସେ କହିଛନ୍ତି। ଏସମ୍ପର୍କରେ ଜିଲାପାଳ ଆଶୀଷ ଠାକରେ କହିଛନ୍ତି ଯେ ତାଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ା ସେହିପରି ବାଂଶପାଳ ବ୍ଲକ ବିଡିଓ କହିଛନ୍ତି, ତାଙ୍କୁ ସରକାରଙ୍କ ଯୋଜନା ଅନୁଯାୟୀ ସମସ୍ତ ସହାୟତା ଦିଆଯିବ ା


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ସୁନା ଦୋକାନୀ ଗହଣା ଭର୍ତ୍ତି ବ୍ୟାଗ ଘରେ ଥୋଇ ଯାଇଥିଲେ ବଜାର: ଆସିଲା ବେଳକୁ …

କେନ୍ଦୁଝର,(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନାରୁ ପ୍ରାୟ ଅଧ କି.ମି. ଦୂରରେ ସୋମବାର ରାତିରେ ଜଣେ ଗହଣା ବ୍ୟବସାୟୀ ସଞ୍ଜୟ ରାଣାଙ୍କ ଘରୁ...

ଶୀଘ୍ର ମଣ୍ଡି ଖୋଲିବା ସହ ଗିରଫ ନେତାଙ୍କୁ ଖଲାସ ଦାବି କଲା ନବ ନିର୍ମାଣ କୃଷକ ସଂଘ ସଂଗଠନ

ପାଟଣା,୧୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ନବନିର୍ମାଣ କୃଷକ ସଂଗଠନ ତରଫରୁ ସୋମବାର ପାଟଣା ତହସିଲ ଦାର ଅଶ୍ୱିନୀ କୁମାର ନାଏକଙ୍କୁ ଭେଟି...

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ଆନନ୍ଦପୁର, ୧୩।୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନ ଆନନ୍ଦପୁର ଅତିରିକ୍ତ ଜଜିଲା ଦୌରାଜଜ୍‌ଙ୍କ କୋର୍ଟରେ ଶୁକ୍ରବାର ଏସଟି କେସ ନଂ ୫୪/୨୦୨୨ର...

ପ୍ରସ୍ତାବିତ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ କଡ଼ା ସୁରକ୍ଷାରେ ଚାଲିଛି ଗ୍ରାମସଭା: ଗ୍ରାମବାସୀଙ୍କ ଏସବୁ ଦାବି ପୂରଣ ନ ହେଲେ…

ପାଟଣା,୧୨ା୧୨(ବୀରକିଶୋର ଦାଶ): ପ୍ରସ୍ତାବିତ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଭୃଙ୍ଗରାଜପୋଷିରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗ୍ରାମସଭା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ବାସିନ୍ଦା କହିଛନ୍ତି ଆମ ଭିଟା...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri