ସଂଘର୍ଷର ଅନ୍ୟନାମ ଦିବ୍ୟାଙ୍ଗ ନିଦ୍ରାବତୀ

କେନ୍ଦୁଝର,୨୮ା୧୧(ସ୍ବ.ପ୍ର.): ଦିବ୍ୟାଙ୍ଗ ହେଲେ ବି ସେ ହାର ମାନି ନାହାନ୍ତି। ନିଜେ ଅଟୋ ଚଳାଇ ସ୍ବାବଲମ୍ବୀ ହେବା ସହ ବୃଦ୍ଧ ମା’ ବାପାଙ୍କ ମୁହଁରେ ଆହାର ଦେଉଛନ୍ତି। ତାଙ୍କ ସଂଘର୍ଷମୟ ଜୀବନ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ନାରୀଟିଏ ହୋଇ ବି ଦୃଢ଼ ଇଛା ଶକ୍ତି ବଳରେ ସମାଜରେ ଦୃଷ୍ଟାନ୍ତ ସାଜିଛନ୍ତି କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଗୋନାସିକା ପଞ୍ଚାୟତ ଅନ୍ତର୍ଗତ ବଣପାହାଡ଼ ଘେରା ଜନ୍ତାରୀ ଗ୍ରାମର ନିଦ୍ରାବତୀ ନାଏକ। ଋଣ ଅର୍ଥରେ ଅଟୋ କିଣି ପରିବାର ଚଳାଉଥିବା ବେଳେ ସରକାରୀ ସହାୟତାକୁ ସେ ଅପେକ୍ଷା କରି ରହିଛନ୍ତି।
ବାପା ରାମଚନ୍ଦ୍ର ଓ ମା’ ଜାଇ ବହୁ କଷ୍ଟରେ ମୂଲ ମଜୁରୀ ଲାଗି ପରିବାର ଚଳାଇ ଆସୁଥିଲେ। ଆର୍ଥିକ ଅନଟନ ଯୋଗୁ ଜୁଙ୍ଗା ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ିବା ସମୟରେ ନିଦ୍ରାବତୀ ପାଠ ଛାଡ଼ି ବିଲରେ କାମ କରିବା ସହ ମୂଲ ମଜୁରୀ ଲାଗି ମା’ବାପାଙ୍କୁ ରୋଜଗାରରେ ସହାୟତା କରୁଥିଲେ। ତାଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ସେତେବେଳେ ହଠାତ ଜ୍ୱରରେ ପଡ଼ିଲେ। ଉପଯୁକ୍ତ ଚିକିତ୍ସା ଅଭାବରୁ ଅଣ୍ଟା ତଳକୁ ଦୁର୍ବଳ ହୋଇଯିବାରୁ ଭଲ ଭାବେ ଚଳପ୍ରଚଳ କରିପାରିଲେ ନାହିଁ। ଫଳରେ ଆଉ ମୂଲ ମଜୁରୀ ଲାଗି ନ ପାରି ମା’ବାପାଙ୍କ ଉପରେ ବୋଝ ପାଲଟିଥିଲେ। ତେବେ ଇଛା ଥିଲେ ଉପାୟ ଆପେ ଆପେ ଆସେ ଭଳି ରୋଜଗାର କରି ମା’ବାପାଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେ ଉଦ୍ୟମ ଆରମ୍ଭ କରିଥିଲେ। ବର୍ଷେ ତଳେ ଧାର କରଜ କରି ୭୨ ହଜାର ଟଙ୍କା ଜମା ଦେଇ ଏକ ଅଟୋ ଫାଇନାନ୍ସରେ ଆଣି ନିଜେ ଚଲାଇବା ଶିଖିଥିଲେ। ସେହି ଅଟୋ ଆଜି ତାଙ୍କ ଜୀବନରେ ପରିବର୍ତ୍ତନ ଆଣି ଦେଇଛି। ଦିନ ରାତି ପରିଶ୍ରମ କରି ଅଟୋରେ ଯାତ୍ରୀଙ୍କୁ ନେବା ଆଣିବା କରି ରୋଜଗାର କରୁଛନ୍ତି। ତେବେ ମାସକୁ ୮ ହଜାର ଟଙ୍କା କିସ୍ତି ଦେବା ବୋଝ ତାଙ୍କୁ ବେଶୀ ଚିନ୍ତିତ କରୁଛି। ଏଣୁ ସରକାରୀ ସହାୟତା କିଛି ମିଳିଲେ ସେ ଋଣ ବୋଝରୁ ମୁକ୍ତି ପାଇ ପାରନ୍ତେ ବୋଲି କହିଛନ୍ତି।
ତାଙ୍କର ଭାଇ ଅଛନ୍ତି କିନ୍ତୁ ବିବାହ ପରେ ଘରୁ ଅଲଗା ହୋଇଯିବାରୁ ବୃଦ୍ଧ ମା’ ବାପାଙ୍କ ଦାୟିତ୍ୱ ନିଦ୍ରାବତୀ ବୁଝୁଛନ୍ତି। ଆହୁରି ୩ ବର୍ଷ ଋଣ କିପରି ଶୁଝିବେ ସେ ନେଇ ଚିନ୍ତାରେ ରହୁଛନ୍ତି ା ଏଣୁ ତାଙ୍କୁ ସରକାରୀ ସହାୟତା ମିଳିବା ଜରୁରୀ ବୋଲି ଉକ୍ତ ଅଞ୍ଚଳର ତଳ ବୈତରଣୀ ଗ୍ରାମର ପଦ୍ମଶ୍ରୀ ଦୈତାରୀ ନାୟକ କହିଛନ୍ତି।
ନିଦ୍ରାବତୀ ଅଟୋ ନେଇ ଦୂରଦୂରାନ୍ତ ଯୋଡ଼ା, ବଡ଼ବିଲ, ତେଲକୋଇ, ପାଲଲହଡ଼ା ଆଦି ଅଞ୍ଚଳ ପର୍ଯ୍ୟନ୍ତ ଯାତ୍ରୀ ନେଇ ଯାଇଥିବା କୁହନ୍ତି ା ମନରେ ଭୟ ଥିଲେ ବି ଘରେ ବସିଲେ କ’ଣ ହେବ ବୋଲି ସେ କୁହନ୍ତି। ଆଗରୁ ରାତିରେ ଯାତ୍ରୀ ନେଇ ଫେରିବା ସମୟରେ ରାସ୍ତାରେ ଅଟୋ ଖରାପ ହେଲେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେବେ ଅନେକ ସମୟରେ ଗ୍ରାମବାସୀ ତଥା ଯାତ୍ରୀମାନେ ମଧ୍ୟ ସହାୟତା କରିଥିବା ସେ କହିଛନ୍ତି। ଏସମ୍ପର୍କରେ ଜିଲାପାଳ ଆଶୀଷ ଠାକରେ କହିଛନ୍ତି ଯେ ତାଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ା ସେହିପରି ବାଂଶପାଳ ବ୍ଲକ ବିଡିଓ କହିଛନ୍ତି, ତାଙ୍କୁ ସରକାରଙ୍କ ଯୋଜନା ଅନୁଯାୟୀ ସମସ୍ତ ସହାୟତା ଦିଆଯିବ ା


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri