କୋକସରା,୩୦।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ଗୁରୁବାର ସା ୭.ଟା ୨୦.ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଝଟକା ଅନୁଭୁତ ହୋଇଥିଲା। ଫଳରେ ଲୋକେ ଆତଙ୍କିତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ। ଅନ୍ୟପକ୍ଷେ କୌଣସି କ୍ଷୟକ୍ଷତି ସମ୍ପର୍କରେ ଜଣାପଡି ନାହିଁ।
ସୂଚନା ଯୋଗ୍ୟ, ବୁଧବାର ସନ୍ଧ୍ୟାରେ କଳାହାଣ୍ଡି ଜିଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହା ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରହିଥିଲା। ଫଳରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।