କନ୍ଧମାଳରେ ପୁଣି ଗୁଳି ବିନିମୟ, ଜଣେ ମାଓବାଦୀ ମୃତ

ଫୁଲବାଣୀ ଅଫିସ, ୮ା୭-କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତ କିହାଲଗୁଡ଼ା ଜଙ୍ଗଲ କ୍ଲାଉଡଙ୍ଗା ଅଞ୍ଚଳରେ ଗତ ଶନିବାର ବିଳମ୍ବିତ ରାତିରେ ପୋଲିସ ଗୁଳିରେ ୪ ମାଓବାଦୀ ନିହତ ହୋଇଥିଲେ। ଏହି ଘଟଣା ପରେ ମାଓବାଦୀମାନେ ପ୍ରତିହିଂସା ପରାୟଣ ହୋଇପଡ଼ିଛନ୍ତି। ସେମାନେ ପୋଲିସକୁ ଚକ୍‌ମା ଦେଖାଇ ହିଂସା ଘଟାଇବାକୁ ଉଦ୍ୟମ କରୁଥିବା ବେଳେ ସୋମବାର ସନ୍ଧ୍ୟାରେ ପୁଣି ଗୁଳି ବିନିମୟ ହୋଇଛି। ଏଥିରେ ଆଉ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ ଏବଂ ଅନ୍ୟାନ୍ୟ ମାଓବାଦୀ ସାମଗ୍ରୀ ଜବତ ହୋଇଛି ା ସିର୍ଲା ଜଙ୍ଗଲରେ କୋମ୍ବିଂ ବେଳେ ୩ ଦିନରେ ୨ ମହିଳାଙ୍କ ସମେତ ୫ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ମାଲକାନଗିରିର ଷ୍ଟେଟ କ୍ୟାଡର ଶୁକ୍ରୁ ଓରଫ କୋଶାସୋଡି, ଛତିଶଗଡର ଏରିଆ କମିଟି ମେମ୍ବର ଇତେଶ ଏବଂ ରୀନା ା ରବିବାର ଭୋର୍‌ରେ ଏମାନଙ୍କ ମୃତଦେହ ମିଳିଥିଲା। ଶୁକ୍ରୁଙ୍କ ନାମରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ା ଇତେଶ ଏବଂ ରୀନାଙ୍କ ନାମରେ ୪ ଲକ୍ଷ ଲେଖାଏ ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଥିଲା। କନ୍ଧମାଳ ଏସ୍‌ପି ପ୍ରତୀକ ଗୀତା ସିଂ ମଙ୍ଗଳବାର ଜିଲା ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏସ୍‌ପି ସିଂ ଆହୁରି କହିଛନ୍ତି, ୪ ମାଓବାଦୀଙ୍କ ନିହତ ହେବା ପରେ ଛତ୍ରଭଙ୍ଗ ଦେଇଥିବା ଅନ୍ୟ ମାଓବାଦୀମାନେ ପ୍ରତିହିଂସା ପରାୟଣ ହୋଇ ନିକଟସ୍ଥ ଗ୍ରାମକୁଯାଇ ଲୋକଙ୍କୁ ଧମକାଇଥିଲେ ା ପୋଲିସକୁ କିଏ ସୂଚନା ଦେଇଛ ବୋଲି କହିବା ସହ ପୋଲିସକୁ ମାରିବା ପାଇଁ ଯୋଜନା କରିଥିଲେ ା ଏ ସମ୍ପର୍କରେ ସୂଚନା ମିଳିବା ପରେ ଏସ୍‌ଓଜି ଏବଂ ଡିଭିଏଫ (ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରି ଫୋର୍ସ) କୋମ୍ବିଂ ଜୋରଦାର କରିଥିଲେ। ଜଙ୍ଗଲ ମଧ୍ୟରେ ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। ହେଲେ ସେମାନେ ନ ମାନି ଗୁଳିଚାଳନା ଜାରି ରଖିଥିଲେ। ଯବାନମାନେ ସଜାଗ ହୋଇ ପାଲଟା ଜବାବ ଦେଇଥିଲେ। ଗୁଳି ବନ୍ଦ ହେବା ପରେ ସର୍ଚ୍ଚ ଅପରେଶନ ବେଳେ ଆଉ ଜଣେ ମାଓବାଦୀଙ୍କ ମୃତଦେହ ମିଳିଥିଲା ା ମାଓବାଦୀମାନେ ବଡ଼ ଧରଣର ହିଂସା ପାଇଁ ଯୋଜନା କରୁଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଷ୍ଟେଟ କ୍ୟାଡର ନିଖିଲ ଏବଂ ଇନ୍ଦୁ ଥିବା ଜଣାପଡିଛି ା କେକେବିଏନ୍‌ ଏବଂ ବିଜିଏନ୍‌ର ସଦସ୍ୟ କାର୍ଯ୍ୟକ୍ରମ ଜାରି ରଖିଥିବା ସୂଚନା ମିଳିଛି ା ସେମାନେ କାହିଁକି ଏକାଠି ହୋଇଥିଲେ ତାହାର ତଦନ୍ତ ଚାଲିଥିବା ଏସ୍‌ପି କହିଛନ୍ତି। ମାଓବାଦୀମାନେ ସରକାରଙ୍କ ନିୟମ ଅନୁସାରେ ଆତ୍ମସମର୍ପଣ କରି ସୁବିଧା ନେବାକୁ ଏସ୍‌ପି ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଗୋଟିଏ ନମ୍ବରରେ ୨ ଗାଡ଼ି: ଜଣେ ଭୁଲ କଲେ ଅନ୍ୟ ଜଣଙ୍କୁ ଆସୁଛି ଚାଲାଣ

ଛତ୍ରପୁର,୨୯ା୧୨ (ଦିଲ୍ଲୀପ ସାମଲ) ଜଣେ ଗାଡ଼ି ଚାଳକ ପ୍ରଦୂଷଣ ପ୍ରମାଣପତ୍ର କରିବାକୁ କେନ୍ଦ୍ରକୁ ଆସିଥିବା ବେଳେ ତାଙ୍କ ଗାଡ଼ିରେ ଚାଲାଣ କଟିଥିବାରୁ ହୋଇପାରିଲା ନାହିଁ। ଏହା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

ଭରସା କଲେ ନବୀନ ୩ ଜଣଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ବ୍ରଜରଜନଗର ୨୯ା୧୨( ବିଜୟ ବରାଡ଼): ଝାରସୁଗୁଡା ଜିଲା ବିଜୁ ଜନତା ଦଳକୁ ସକ୍ରିୟ କରିବା ପାଇଁ ବିଜେଡିର ସଭାପତି ନବୀନ ପଟନାୟକ ବ୍ରଜରଜନଗର ପୌରାଞ୍ଚଳରୁ ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri