ଧରାପଡ଼ିଲା ଆଉ ଏକ ଆନ୍ତଃରାଜ୍ୟ ସାଇବର କ୍ରାଇମ୍‌

ଝାରସୁଗୁଡ଼ା ଅଫିସ,୭ା୪: କିଛିଦିନର ବ୍ୟବଧାନ ପରେ ଝାରସୁଗୁଡା ଜିଲା ପୋଲିସ ପୁଣି ଏକ ଆନ୍ତଃରାଜ୍ୟ ସାଇବର କ୍ରାଇମ୍‌ର ପର୍ଦ୍ଦାଫାଶ କରି ୩ଜଣଙ୍କୁ ଗିରଫ କରିଛି। ଗତ ଫେବୃୟାରୀ ମାସରେ ବେଲପାହାଡର ଯୁବତୀ ନୀତା ଛତରଙ୍କୁ କୌନ ବେନେଗା କରୋଡପତିରେ ୩୫ଲକ୍ଷ ଟଙ୍କା ଲଟେରି ଜିତିଛ କହି ତାଙ୍କ ନିକଟରୁ ସାଇବର ଅପରାଧୀମାନେ ୧ଲକ୍ଷ ୬୯ହଜାର ଟଙ୍କା ଲୁଟି ନେଇଥିଲେ। ଏହାର ପର୍ଦ୍ଦାଫାଶ୍‌ କରି ପୋଲିସ ନେପାଳ ସୀମାରୁ ନିରୋଜ କୁମାରଙ୍କୁ ଗିରଫ କରି ମାର୍ଚ୍ଚ ୧୬ତାରିଖରେ କୋର୍ଟ ଚାଲାଣ କରିଛି। ଏଭଳି ସ୍ଥିତିରେ ପୁଣି ବେଲପାହାଡର ଶିବାଶିଷ କର୍ମକାର ନାମକ ଜଣେ ରେଲଓ୍ବେ କର୍ମଚାରୀଙ୍କଠାରୁ ସାଇବର ଅପରାଧୀମାନେ ଫୋନ୍‌ପେ’ରେ ୩୬ହଜାର ଟଙ୍କା ଲୁଟିନେଇଥିଲେ। ଶିବାଶିଷ ଏ ନେଇ ବେଲପାହାଡ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍‌ ଗତ ୨୪ତାରିଖରେ କେସ୍‌ ନଂ.୫୯/୨୧ରେ ମାମଲା ରଜୁକରି ତଦନ୍ତ ଚଳାଇଥିଲା। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ସୁନ୍ଦରଗଡ ଜିଲା ଲେଫ୍ରିପଡା ଥାନା ଲଖନପୁରରୁ ଗିରଫକରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଝାଡଖଣ୍ଡ ଗିରିଡି ଜିଲା ଅହଲ୍ୟାପୁର ଗ୍ରାମର ଗୁଡୁଲାଲ୍‌ ରଣା(୨୬), ପପୁ ରଣା(୩୨) ଓ ଗୋପାଳ ରଣା(୩୪)। ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ବିର୍ଜୁ ରଣା ଫେରାର୍‌ ଅଛନ୍ତି। ଏମାନଙ୍କ ନିକଟରୁ ଲୁଟ୍‌ ୨୩ହଜାର ଟଙ୍କା, ୯ ମୋବାଇଲ୍‌, ସୋନି ସାଉଣ୍ଡ୍‌ ସିଷ୍ଟମ୍‌ ଆଦି ସାମଗ୍ରୀ ପୋଲିସ ଜବତ କରିଛି। ଏ ନେଇ ଏସ୍‌ପି ବିକାଶ ଚନ୍ଦ୍ର ଦାସ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ସାଇବର ଅପରାଧୀମାନେ ଶିବାଶିଷଙ୍କୁ ପ୍ରଥମେ ମୋବାଇଲ୍‌ରେ କଲ୍‌କରି ଫୋନ୍‌ପେ’ରେ ତୁମର ୧୯ଶହ ଟଙ୍କା ଅଫର୍‌ ଆସିଛି। ପରେ ସେମାନେ ଏକ ଲିଙ୍କ୍‌ ପଠାଇଥିଲେ। ଏହାକୁ ଶିବାଶିଷ ପରିଚାଳନା କରିଥିଲେ। ପରେ ୧୯ଶହ ଟଙ୍କା ଅଫର୍‌ ମିଳିବା ପରିବର୍ତ୍ତେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପର୍ଯ୍ୟାୟକ୍ରମେ ୨ କିସ୍ତିରେ ୩୬ ହଜାର ଟଙ୍କା କଟିଥିଲା। ଏ ନେଇ ଶିବାଶିଷ ପୋଲିସ୍‌ରେ ଜଣାଇଥିଲେ। ଏସ୍‌ପି ଦାସଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଡିପିଓ ଦିଲୀପ ଦାସଙ୍କ ନେତୃତ୍ୱରେ ଏକ ପୋଲିସ୍‌ ଟିମ୍‌ ଗଠନ କରାଯାଇଥିଲା। ଏଥିରେ ବେଲପାହାଡ ଆଇଆଇସି ରଶ୍ମିତା ବେହେରା ଓ ସବ୍‌ଇନ୍ସପେକ୍ଟର ପି.କେ. ସ୍ବାଇଁ ରହିଥିଲେ। ଏହି ଟିମ୍‌ ସାଇବର ଅପରାଧୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଧାରକରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତମାନେ ସୁନ୍ଦରଗଡ ଜିଲାରେ କାଠ କାମ କରନ୍ତି। ସହଜ ଉପାୟରେ ଅର୍ଥ ଉପାର୍ଜନ କରିବାପାଇଁ ସେମାନେ ଅଜଣା ମୋବାଇଲ୍‌ ନମ୍ବରରେ ଲୋକଙ୍କୁ ଫୋନ୍‌କଲ୍‌ କରି ଲୋଭ ଦେଖାଇ ଜାଲରେ ଫସାଉଥିଲେ। ସୂଚନାଯୋଗ୍ୟ ଗତ ମାର୍ଚ୍ଚ ମାସରେ ବ୍ରଜରାଜନଗରର ଜଣେ ଏମ୍‌ସିଏଲ୍‌ ଅଧିକାରୀ ବିମାନ ଟିକେଟ୍‌ କରିବାକୁ ଯାଇ ୬ଲକ୍ଷ ଟଙ୍କା ସାଇବର କ୍ରାଇମ୍‌ ଠକେଇର ଶିକାର ହୋଇଥିଲେ। ପୋଲିସ୍‌ ୪ଲକ୍ଷ ଟଙ୍କା ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏ ନେଇ ପୋଲିସ୍‌ ବ୍ରଜରାଜନଗର ଥାନାରେ ଏକ ମାମଲା (ନଂ.୮୯/୨୧) ରୁଜୁକରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri