Posted inଖେଳ

ଆଉ ଏକ ଇଞ୍ଜୁରି: ସଇନୀ ଆହତ

ବ୍ରିସ୍‌ବେନ୍‌,୧୬।୧(ପି.ଟି.): ଆଘାତ ସମସ୍ୟା ଜର୍ଜରିତ ଭାରତୀୟ ଦଳର ସମସ୍ୟା ବଢିବାରେ ଲାଗିଛି। ଆଉ ଜଣେ ଖେଳାଳି ଆହତ ହୋଇ ପଡିଆ ବାହରକୁ ଯାଇଛନ୍ତି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟରେ ଭାରତୀୟ ଯୁବ ଦ୍ରୁତ ବୋଲର ନବଦୀପ ସଇନୀ ପ୍ରଥମ ଦିବସରେ ବୋଲିଂ କରିବା ଅବସରରେ ଆହତ ହୋଇଛନ୍ତି। ନିଜର ଅଷ୍ଟମ ତଥା ଦଳର ୩୬ତମ ଓଭରର ପଞ୍ଚମ ବଲ୍‌ ପକାଇବା ପରେ ୨୮ ବର୍ଷୀୟ ସଇନୀ ଆଉ ବୋଲିଂ କରିପାରି ନ ଥିଲେ। ଓଭରର ବାକି ଥିବା ଗୋଟିଏ ବଲ୍‌କୁ ଉପଅଧିନାୟକ ରୋହିତ ଶର୍ମା ପକାଇଥିଲେ। ସେ ଗ୍ରୋନ୍‌ ପେନ୍‌ର ଶିକାର ହୋଇଥିଲେ ଅର୍ଥାତ କୋହ୍ଲାରେ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ତାଙ୍କୁ ପଡିଆ ବାହାରକୁ ଯିବାକୁ ପଡିଥିଲା। ସେ ପୁଣି ପଡିଆକୁ ଫେରି ଦଳରେ ସାମିଲ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସଇନୀ ଗ୍ରୋନ୍‌ ପେନ୍‌ର ଶିକାର ହୋଇଥିଲେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମେଡିକାଲ ଟିମ୍‌ ତାଙ୍କର ଦେଖାଶୁଣା କରୁଛି। ସ୍କାନ ପାଇଁ ତାଙ୍କୁ ନିଆଯାଇଛି।
ଉଲ୍ଲେଖଥାଉ କି, ଏହା ପୂର୍ବରୁ ଭାରତ ଏକାଧିକ ଆଗଧାଡିର ଖେଳାଳିଙ୍କୁ ଇଞ୍ଜୁରି କାରଣରୁ ହରାଇଛି। ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆହତ ହୋଇ ଏହି ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି। ସିଡ୍‌ନୀରେ ସଇନୀ ଟେଷ୍ଟ ପଦାର୍ପଣ କରିଥିଲେ ଓ ୪ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାଦ ମଧ୍ୟରେ ଲୁଚି ଲୁଚି ବିବାହ କଲେ RCB ବୋଲର ୟଶ ଦୟାଲ୍

ନୂଆଦିଲ୍ଲୀ,୧୫ା୩: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ର ଦ୍ରୁତ ବୋଲର ୟଶ ଦୟାଲ୍ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଯୌନ ନିର୍ଯାତନା ଭଳି ଗମ୍ଭୀର…

ସଚିନ କି ରୋହିତ ନୁହଁନ୍ତି, ଏହି ବ୍ୟାଟରଙ୍କୁ ସର୍ବଶ୍ରେଷ୍ଠ ଟି-୨୦ ଓପନର ବାଛିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୫।୩: କିଏ ସର୍ବଶ୍ରେଷ୍ଠ ଟି-୨୦ ଓପନର ? ଏନେଇ ଏକ ଚମକାଇଲା ଭଳି ମନ୍ତବ୍ୟ ଦେଇଛନ୍ତି ବିରାଟ କୋହଲି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ବୟାନ ଦେଲେ ପୂର୍ବତନ କ୍ରିକେଟର, କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୩: ରାଜସ୍ଥାନ ରୟାଲ୍ସ ପାଇଁ ଡେବ୍ୟୁ କରି ବୈଭବ ସୂର୍ଯ୍ୟବଂଶୀ ପୂର୍ବ IPL ସଂସ୍କରଣରେ ଏକ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ IPLରେ ଦ୍ରୁତତମ ଭାରତୀୟ ଶତକ…

ପାକିସ୍ତାନରୁ ଆସିଲା ବଡ଼ ଖବର, ଅବସର ନେଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୫।୩: ଅଭିଜ୍ଞ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଏବଂ ପାକିସ୍ତାନ କ୍ରିକେଟର ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପ୍ରାୟ ଦୁଇ ଦଶନ୍ଧି…

କେମିତି ଫେରିଲେ ସଞ୍ଜୁ ସାମସନ, ଜିମରେ ଗୁପ୍ତ କଥାବାର୍ତ୍ତାର ଗୁମର ଖୋଲିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୧୫।୩: ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସଞ୍ଜୁ ସାମସନଙ୍କୁ ପ୍ରଶଂସା କରିଛନ୍ତି। ଗମ୍ଭୀର ବିଶ୍ୱାସ କରନ୍ତି ଯେ ଯେତେବେଳେ ସଞ୍ଜୁ ସାମସନ ଫର୍ମରେ ଥାଆନ୍ତି,…

ବାଜିଲା ମୋହର: ବାପା ହେବାକୁ ଯାଉଛନ୍ତି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ପତ୍ନୀ ଦେବିଶାଙ୍କ…

ନୂଆଦିଲ୍ଲୀ,୧୫।୩: ଭାରତୀୟ ଟି-୨୦ ଦଳର ଅଧିନାୟକ ତଥା ବିଶ୍ୱକପ ବିଜୟୀ ହିରୋ ସୂର୍ଯ୍ୟକୁମାର ଯାଦବଙ୍କ ଘରକୁ ଆସିବାକୁ ଯାଉଛି ନୂଆ ଅତିଥି। ଖୁବଶୀଘ୍ର ସୂର୍ଯ୍ୟକୁମାର ବାପା ହେବାକୁ…

ପାକିସ୍ତାନ-ବାଂଲାଦେଶକୁ ଟାର୍ଗେଟ କରିଥିଲେ ଜୟ ଶାହା? କହିଛନ୍ତି: ‘କୌଣସି ଦଳ ଅନୁଷ୍ଠାନଠାରୁ ବଡ଼ ନୁହେଁ…’

ନୂଆଦିଲ୍ଲୀ,୧୫।୩: ICC ସଭାପତି ଜୟ ଶାହା ସ୍ପଷ୍ଟ ଭାବରେ ନାମ ନ ନେଇ ପାକିସ୍ତାନ ଏବଂ ବାଂଲାଦେଶ ଉପରେ କଟାକ୍ଷ କରି କହିଛନ୍ତି ଯେ କୌଣସି ଗୋଟିଏ…

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri