ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ଗତ ମାସରେ ଥିଲେ ନିଖୋଜ

ଓ୍ବାଶିଂଟନ,୯।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଗତ ମାସରେ ନିଖୋଜ ହୋଇଯାଇଥିବା ଭାରତୀୟ ଛାତ୍ର ମହମ୍ମଦ ଅବଦୁଲ ଅରଫତଙ୍କ ମୃତଦେହ ଏବେ ମିଳିଛି। ଆମେରିକାର କ୍ଲିଭଲାଣ୍ଡରୁ ମହମ୍ମଦ ଅବଦୁଲ ଆରାଫତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏକ ସପ୍ତାହ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା ଯେତେବେଳେ ଆମେରିକାରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି। ମହମ୍ମଦ ଅବଦୁଲ ଅରଫତ ଭାରତର ହାଇଦ୍ରାବାଦର ନାଚରାମର ବାସିନ୍ଦା ଥିଲେ ଏବଂ ସେ ଗତ ବର୍ଷ ମେ’ ରେ ଆମେରିକାରେ କ୍ଲିଭଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟରୁ ଆଇଟିରେ ମାଷ୍ଟର ଡିଗ୍ରୀ ଅଧ୍ୟୟନ କରିଥିଲେ।

ଅରାଫାତଙ୍କ ପିତା ମହମ୍ମଦ ସଲିମ କହିଛନ୍ତି ଯେ ସେ ଶେଷ ଥର ପାଇଁ ମାର୍ଚ୍ଚ ୭ରେ ତାଙ୍କ ସହ କଥା ହୋଇଥିଲେ, ପରେ ପରିବାର ସହ ତାଙ୍କର କୌଣସି ସମ୍ପର୍କ ନ ଥିଲା। ତାଙ୍କ ମୋବାଇଲ ଫୋନ ମଧ୍ୟ ବନ୍ଦ ହୋଇଯାଇଥିଲା। ଅରାଫତଙ୍କ ସହ ରହୁଥିବା ଯୁବକ ତାଙ୍କ ପିତାଙ୍କୁ କହିଥିଲେ ଯେ ସେ ପୋଲିସ ନିକଟରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଛନ୍ତି। ମାର୍ଚ୍ଚ ୧୯ରେ, ଅରାଫତଙ୍କ ପରିବାର ଏକ ଅଜ୍ଞାତ କଲ ପାଇଥିଲେ ଯେ ଅରାଫତଙ୍କୁ ଏକ ଡ୍ରଗ ଗ୍ୟାଙ୍ଗ ଅପହରଣ କରି ନେଇଥିଲା ଏବଂ ତାଙ୍କୁ ମୁକ୍ତ କରିବା ପାଇଁ ୧୨୦୦ ଡଲାର ମାଗିଥିଲା। ତାଙ୍କ ପିତା କହିଛନ୍ତି ଯେ ‘କଲ କରୁଥିବା ବ୍ୟକ୍ତି ଧମକ ଦେଇଛନ୍ତି ଯେ ଯଦି ଟଙ୍କା ନ ଦିଆଯାଏ ତେବେ ସେ ତାଙ୍କ କିଡନୀ ବିକ୍ରି କରିବେ।
ମହମ୍ମଦ ସଲିମ କହିଛନ୍ତି ଯେ ଯେତେବେଳେ ଆମେ କଲ କରୁଥିବା ବ୍ୟକ୍ତିଙ୍କୁ ପେମେଣ୍ଟ କିପରି କରିବେ ବୋଲି ପଚାରିଥିଲୁ, ସେ ଏ ବିଷୟରେ ସୂଚନା ଦେଇନଥିଲେ। ଯେତେବେଳେ ଆମେ ଆମ ପୁଅ ସହିତ କଥା ହେବାକୁ ଦାବି କଲୁ, ସେ ମନା କଲେ। ବର୍ତ୍ତମାନ, ପୁଅ ମୃତଦେହ ମିଳିବା ପରେ ତାଙ୍କ ପରିବାର ଉପରେ ଦୁଃଖର ପର୍ବତ ପଡିଛି। ଗତ ସପ୍ତାହରେ ମଧ୍ୟ ଭାରତୀୟ ଛାତ୍ର ଉମା ସତ୍ୟ ସାଇ ଗାଡେଙ୍କର ଓହିଓରେ ମୃତ୍ୟୁ ଘଟିଥିଲା, ଯାହାର ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri