ଦାରିଙ୍ଗବାଡ଼ିରେ ଭାଇଚାରା ଶାନ୍ତି ସଦ୍‌ଭାବନାର ଆଉ ଗୋଟିଏ ପ୍ରୟାସ, ଦୀର୍ଘଦିନ ପରେ ଏକାଠି ହେଲେ…

ଦାରିଙ୍ଗବାଡ଼ି,୨୮ା୫(ଅରୁଣ ସାହୁ): ଦୁଇ ଦଶନ୍ଧି ପରେ ନିଜ ଗାଁ ତଥା ନିଜ ବ୍ଲକ ମାଟିରେ ବସିକି ଅଞ୍ଚଳବାସୀ ଦେଖିବେ ଅପେରା। ଯେଉଁଠି ସାମାଜିକ ନାଟକ ତଥା ଘର ଘରର କାହାଣୀର ଦୃଶ୍ୟ ଏବଂ ସାମାଜିକ ଚଳଣି ସମ୍ପର୍କିତ ଦୃଶ୍ୟକୁ ଦେଖିବାକୁ ମିଳିବ। ବୁଧବାରଠାରୁ ଦାରିଙ୍ଗବାଡ଼ିର ରାଶିପଦା ପଡ଼ିଆରେ ଯାତ୍ରା କଳାକାରଙ୍କ ଦ୍ୱାରା ଯାତ୍ରା ପରିବେଷଣ କାର୍ଯ୍ୟକ୍ରମ ରହିଛି। ପ୍ରଥମ ଦିନରେ ‘ମୁଁ ଗୋଟେ ଝିଅର ବାପ’ ସାମାଜିକ ନାଟକ ରହିଛି। ଏଥିପାଇଁ କଳାକାରଙ୍କ ମଧ୍ୟରେ ଯେତିକି ଆଗ୍ରହ ଦେଖାଯାଇଛି ଦର୍ଶକଙ୍କ ମଧ୍ୟରେ ମଧ୍ୟ ବହୁତ ଦିନ ପରେ ନାଟକ ଦେଖିବାକୁ ଆଗ୍ରହ ଦେଖିବାକୁ ମିଳିଛି।
ପ୍ରକାଶ ଯେ, ଗତ ୧୯୯୮ପରଠାରୁ ଦାରିଙ୍ଗବାଡ଼ିକୁ କୌଣସି ଯାତ୍ରା ଦଳ ଆସି ନ ଥିଲେ। ତେବେ ଦାରିଙ୍ଗବାଡ଼ି ଯୁବ ସଂଗଠନ ପକ୍ଷରୁ ବିଭିନ୍ନ ସମୟରେ ନିଜେ ସାମାଜିକ ନାଟକ କରି ଅଞ୍ଚଳବାସୀଙ୍କୁ ମନୋରଞ୍ଜନ କରିଆସୁଥିବା ବେକେ ଚଳିତ ବର୍ଷ ୨୦ରୁ ଊର୍ଦ୍ଧ୍ୱ ସଂଗଠନ ମିଳିତ ବୈଠକ କରିଅଞ୍ଚଳବାସୀଙ୍କ ମନୋରଞ୍ଜନ ପାଇଁ ବାହାରୁ ଯାତ୍ରା ଦଳକୁ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ମିଳିତ ଭାବେ ଆଞ୍ଚଳିକ ଯାତ୍ରା କମିଟି ଗଠନ କରି ଓଡ଼ିଶାର ଜଣାଶୁଣା ରଙ୍ଗମହଲ ଯାତ୍ରା ଦଳକୁ ବ୍ୟବସାୟିକ ବୁକିଂ କରି ଅଣାଯାଇଛି ବୁଧବାରଠାରୁ ଶନିବାର ୪ ଦିନ ଧରି ବିଭିନ୍ନ ନାଟକ ପରିବେଷଣ ହେବାକୁ ରହିଥିବା ବେଳେ ଓଡ଼ିଶାର ସୁନାମଧନ୍ୟ ଯାତ୍ରା କଳାକାର ବାପି ପଣ୍ଡା ଗୁରୁବାରଠାରୁ ଦାରିଙ୍ଗବାଡ଼ି ଆସିବାକୁ ରହିଥିବାରୁ ଏଥିପାଇଁ ଦର୍ଶକ ଆଗୁଆ ଟିକେଟ ସଂଗ୍ରହ କରି ନିଜ ପସନ୍ଦର କଳାକାରଙ୍କ ଅଭିନୟ ଦେଖିବାକୁ ଚାହିଁ ବସିଛନ୍ତି।

ସେହିପରି ପ୍ରତିଦିନ ଛୋଟ ପରଦାର କଳାକାରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଯାହାକି ବିଭିନ୍ନ ଧାରାବାହିକର କଳାକାରମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଲାର ଫୁଲବାଣୀ, ବାଲିଗୁଡ଼ା, ଉଦୟଗିରି, ପଡୋଶୀ ବ୍ଲକ ରାଇକିଆ, କ. ନୂଆଗାଁ ସମେତ ଗଞ୍ଜାମ ଜିଲାର ସୋରଡ଼ା, ଗାଜଲବାଡ଼ି, ଗୋଚ୍ଛା, ବଡ଼ଗଡ଼ ଆଦି ଅଞ୍ଚଳରୁ ଦର୍ଶକମାନେ ଟିକେଟ ସଂଗ୍ରହ କରୁଥିବା କମିଟି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri