ଫିଲ୍ମ ଜଗତରେ ପାଦ ରଖିବାକୁ ଯାଉଛନ୍ତି ଆଉ ଜଣେ କ୍ରିକେଟର୍‌

ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ ତାମିଲ ଫିଲ୍ମ କୋବ୍ରା ସହିତ ଅଭିନୟ ଜଗତରେ ପାଦ ଥାପିବାକୁ ଯାଉଛନ୍ତି। ଏହି ଫିଲ୍ମର ଟିଜର ରିଲିଜ ହୋଇଛି। ତାମିଲ ସିନେମା ସୁପରଷ୍ଟାର ଚିଆନ ବିକ୍ରମଙ୍କ ଏହି ଫିଲ୍ମର ଟିଜର ବହୁତ ଶକ୍ତିଶାଳୀ ରହିଛି। ଚିଆନ ଏହି ଫିଲ୍ମରେ ସାତରୁ ଅଧିକ ଚରିତ୍ରରେ ଅଭିନୟ କରୁଛନ୍ତି। ଏହି ଫିଲ୍ମର ସଂଗୀତକୁ ଏ.ଆର୍‌ ରେହମାନ ରଚନା କରିଛନ୍ତି। ଫିଲ୍ମଟି ତାମିଲ ଏବଂ ତେଲୁଗୁ ଭାଷାରେ ଅଗଷ୍ଟ ୩୧ରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ ଇରଫାନ ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରୁଛନ୍ତି।
ଅଭିନୟ ଜରିଆରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଚିଆନ ବିକ୍ରମ ପୂର୍ବରୁ ସେଥୁ, ଅପରିଚିତ୍‌ ଏବଂ ପିଥାମଗନ ଭଳି ଫିଲ୍ମ କରିଛନ୍ତି।
ଏହି ଫିଲ୍ମ ପାଇଁ ଇରଫାନ ଦୀର୍ଘ ଦିନ ହେବ ପ୍ରସ୍ତୁତି କରୁଛନ୍ତି। ଫିଲ୍ମରେ ସେ ଫ୍ରାନ୍ସର ଇଣ୍ଟରପୋଲ ଅଧିକାରୀ ଯଶଲାନ ୟିମଲାଜଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ୨୦୨୦ରେ ଇରଫାନଙ୍କ ଜନ୍ମଦିନରେ ଅଜୟ ଗାନ୍ନାମୁଥୁ ତାଙ୍କର ପ୍ରଥମ ଲୁକ ଶେୟାର କରିଥିଲେ। ତାଙ୍କ ଚରିତ୍ର ବିଷୟରେ କହିଥିଲେ। ଏହି ଫଟୋରେ ଇରଫାନଙ୍କ ହାତରେ ବନ୍ଧୁକ ଥିବା ଦେଖିବାକୁ ମିଳିଥିଲା। କରୋନା ମହାମାରୀ ହେତୁ ଏହି ଫିଲ୍ମର ଶୁଟିଂରେ ବାବଧା ସୃଷ୍ଟି ହୋଇଥିଲା। ଏହା ପୂର୍ବରୁ ଏହି ଫିଲ୍ମ ମେ ୨୦୨୦ରେ ରିଲିଜ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହା ୩୧ ଅଗଷ୍ଟରେ ମୁକ୍ତିଲାଭ କରୁଛି।
ଏହି ଫିଲ୍ମର ଶୁଟିଂ ସମୟରେ ଇରଫାନ ପଠାନ ମଧ୍ୟ ତାଙ୍କର ଅନେକ ଫଟୋ ଶେୟାର କରିଥିଲେ। କ୍ରିକେଟରୁ ଅବସର ନେବା ପରେ ଇରଫାନ ପଠାନ ହିନ୍ଦୀ କମେଣ୍ଟ୍ରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri