ଶିଶୁ ଭବନରୁ ଆଉ ଜଣେ ଶିଶୁ କରୋନା ଆକ୍ରାନ୍ତ

କଟକ ଅଫିସ,୮।୭-କଟକ ଶିଶୁ ଭବନରେ ବୁଧବାର ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ହେଉଛନ୍ତି ଜଗତସିଂହପୁର ଅଞ୍ଚଳର ୬ ବର୍ଷର ଶିଶୁ ପୁତ୍ର। ଗତକାଲି ଶିଶୁ ଭବନର ଆଇସୋଲେସନ ଓ୍ବାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ପଠାଯାଇଥିଲା। ଆଜି ତାଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ଶିଶୁ ଭବନ ଅଧୀକ୍ଷକ ପ୍ରଫେସର ସରୋଜ ଶତପଥୀ ସୂଚନା ଦେଇଛନ୍ତି।