ଆଉ ଜଣେ ଶିଶୁଙ୍କୁ ଅପହରଣ : ଗାଁ ଦାଣ୍ଡରୁ ଉଠାଇ ନେଲେ ୨ ଦୁର୍ବୃତ୍ତ

କାଶୀନଗର,୧୭ା୧୨(ଡି.ଏନ୍‌.ଏ.)- ଓଡ଼ିଶାର ବିଭିନ୍ନ ସ୍ଥାନରେ ଶିଶୁ ଅପହରଣକୁ ନେଇ ତୁମ୍ବିତୋଫାନ ଚାଲିଥିବାବେଳେ ଗଜପତି ଜିଲା କାଶୀନଗର ଅଞ୍ଚଳରୁ ଗୁରୁବାର ପୁଣି ଜଣେ ଶିଶୁଙ୍କୁ ଅପହରଣ କରାଯାଇଛି। ଦାଣ୍ଡରେ ଖେଳୁଥିବାବେଳେ ଗଜପତି ଜିଲା କାଶୀନଗରସ୍ଥିତ ଜନଗହଳିପୂର୍ଣ୍ଣ ବସ୍‌ଷ୍ଟାଣ୍ଡ ନିକଟ ମର୍ଣ୍ଣିଂ ସାହିରୁ ଜଣେ ୭ ବର୍ଷର ଶିଶୁଙ୍କୁ ବୁଧବାର ବାଇକ୍‌ରେ ଆସି ୨ଜଣ ଦୁର୍ବୃତ୍ତ ଅପହରଣ କରି ନେଇଛନ୍ତି। ସେ ହେଲେ ଯାମି ଗୋପୀଙ୍କ ପୁଅ ହାର୍ଦ୍ଦିକ। ଦୀର୍ଘ ସମୟ ପର୍ଯ୍ୟନ୍ତ ପୁଅକୁ ନ ପାଇବାରୁ ପରିବାର ଲୋକେ କାଶୀନଗର ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ନଂ.୧୨୨/୨୦ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ।