ଆଉଏକ ସେଲ୍‌ କମ୍ପାନୀର ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଫୁଟବଲ୍‌ ବେଟିଂ/ଗେମିଙ୍ଗ୍‌ ଆପ୍‌ (18football.com)ରେ ଦେଶବ୍ୟାପୀ ହୋଇଥିବା ୧ହଜାର କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଆଉଜଣେ ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଗିରଫ କରିଛି। ଅଭିଯୁକ୍ତ ହେଲେ ରାଜସ୍ଥାନ ଉଦୟପୁର ଅଞ୍ଚଳର ନବୀନ ପୋରିୱାର। ଅଭିଯୁକ୍ତ ନବୀନ ‘ଏଡୁଡାଡି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଡଭାନ୍ସଡ୍‌ ଷ୍ଟଡିଜ୍‌ ପ୍ରାଇଭେଟ ଲିଃ’ ନାମକ ଏକ ସେଲ୍‌ କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି। ତାଙ୍କୁ ରବିବାର ଗିରଫ କରାଯିବା ପରେ ଉଦୟପୁରସ୍ଥିତ କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଅଣାଯାଇଛି। ତେବେ ନବୀନଙ୍କ ଏହି ସେଲ କମ୍ପାନୀ ଦ୍ୱାରା ୧୧.୭୪ କୋଟି ଟଙ୍କା କାରବାର ହୋଇଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି। ଏପରିକି ଆଉ ୩ଟି ସେଲ୍‌ କମ୍ପାନୀର ମଧ୍ୟ ନବୀନ ନିର୍ଦ୍ଦେଶକ ଅଛନ୍ତି। ଏହି କମ୍ପାନୀଗୁଡ଼ିକ ଦ୍ୱାରା ମଧ୍ୟ ଟଙ୍କା କାରବାର ହୋଇଥିବା ସନ୍ଦେହ କରାଯାଉଛି। ତେବେ ଆଉଏକ ବଡ଼ କଥା ହେଲା, ଅଭିଯୁକ୍ତ ନବୀନ ରାଜସ୍ଥାନର ହୋଇଥିବାବେଳେ ତାଙ୍କ ସେଲ କମ୍ପାନୀଗୁଡ଼ିକ କେରଳରେ ପଞ୍ଜୀକୃତ ହୋଇଛି। ତେଣୁ କେରଳରେ ନବୀନଙ୍କ କେହି ସହଯୋଗୀ ରହିଥିବା ଇଓଡବ୍ଲ୍ୟୁ ସନ୍ଦେହ କରି ଅଧିକ ଅନୁସନ୍ଧାନ ଜାରି ରଖିଛି। ଏହି ମାମଲାରେ ପଶ୍ଚିମବଙ୍ଗସ୍ଥିତ ଅନ୍ୟଏକ ସେଲ କମ୍ପାନୀର ୨ ନିର୍ଦ୍ଦେଶକଙ୍କୁ ଇଓଡବ୍ଲ୍ୟୁ ପୂର୍ବରୁ ଗିରଫ କରିଥିବାବେଳେ ସେମାନେ ଏବେ ଜେଲରେ ଅଛନ୍ତି। ଅନ୍ୟପକ୍ଷରେ ୬ଦିନ ତଳେ ମାମଲାରେ ଦୁବାଇ ମାଷ୍ଟରମାଇଣ୍ଡ୍‌ ମହମ୍ମଦ ସୈଫ୍‌ଙ୍କ ବିରୋଧରେ ବ୍ୟୁରୋ ଅଫ୍‌ ଇମିଗ୍ରେଶନ୍‌ (ବିଓଆଇ) ଲୁକ୍‌ଆଉଟ୍‌ ସର୍କୁଲାର ମଧ୍ୟ ଜାରି କରିଛି। ସେହିପରି ଚାଇନା ହଂକଂରେ ଥିବା ର଼୍ୟାକେଟର ମୁଖ୍ୟ ମାଷ୍ଟରମାଇଣ୍ଡଙ୍କୁ ଚିହ୍ନଟ କରିବାକୁ ଇଓଡବ୍ଲ୍ୟୁ ପ୍ରୟାସ ଜାରି ରଖିଥିବା ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ର଼୍ୟାକେଟ୍‌ର ଏଜେଣ୍ଟମାନେ ଭାରତ, ଚାଇନା, ଦୁବାଇ ସମେତ ବିଭିନ୍ନ ଦେଶରେ ରହି ଠକେଇ କରନ୍ତି। ସେମାନେ ପ୍ରାୟତଃ ଯୁବକଙ୍କୁ ଟାର୍ଗେଟ କରି କମ୍‌ ସମୟରେ ଅଧିକ ଟଙ୍କା ରୋଜଗାର କରିବାର ଲୋଭ ଦେଖାଇ ଫସାଇଥାନ୍ତି। 18football.com ଆପ୍‌ର ଲିଙ୍କ୍‌କୁ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ ମାଧ୍ୟମରେ ସେମାନେ ଲୋକଙ୍କୁ ପଠାଇବା ପରେ ଏକ ଆକାଉଣ୍ଟ ଖୋଲିବାକୁ କହିଥାନ୍ତି। ପରେ ଉକ୍ତ ଆପ୍‌ରେ ହେଉଥିବା ଫୁଟ୍‌ବଲ୍‌ ମ୍ୟାଚ୍‌ରେ ଟଙ୍କା ଜମା କରିବାକୁ କୁହାଯାଇଥାଏ। ଆପ୍‌ ଦ୍ୱାରା ଟଙ୍କା ନିବେଶ କରିବା ପରେ ରିଟର୍ନ ସହ ବିଭିନ୍ନ ବୋନସ୍‌ ଆଦି ମିଳିବାର ଲୋଭ ଦେଖାଯାଇଥାଏ। ଏଥିସହ ଅନ୍ୟ ଲୋକଙ୍କୁ ଏଥିରେ ସାମିଲ କଲେ କମିଶନ ମିଳିବ ବୋଲି କୁହାଯାଇଥାଏ। ତେବେ ପୋଲିସଠୁ ବର୍ତ୍ତିବା ପାଇଁ ସେମାନେ ବିଭିନ୍ନ ସେଲ କମ୍ପାନୀ ଖୋଲି ଟଙ୍କା ନେଣଦେଣ କରୁଥିଲେ। ଏଭଳି ଭାବରେ ୨୦୨୧ରେ ଗଞ୍ଜାମର ୮୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଠକେଇର ଶିକାର ହୋଇ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହରାଇଥିଲେ। ଏନେଇ ଅଭିଯୋଗ ପରେ ଇଓଡବ୍ଲ୍ୟୁ ଗତ ଫେବୃୟାରୀ ୧୭ରେ ମାମଲା (ନଂ.୬/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri