ନନ୍ଦନକାନନରେ ପୁଣି ଏକ ଭାଲୁର ମୃତ୍ୟୁ

ବାରଙ୍ଗ,୧ା୬(ଡି.ଏନ୍‌.ଏ.): ନନ୍ଦନକାନନରେ ପୁଣି ଏକ ଭାଲୁର ମୃତ୍ୟୁ ଘଟିଛି। ଭାଲୁଟିକୁ ଗତ ୪ ତାରିଖରେ କୋରାପୁଟ ରେଞ୍ଜରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ନନ୍ଦନକାନନ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାହାର ମୃତ୍ୟୁ ଘଟିଛି । ଭାଲୁ ମୃତ୍ୟୁ ପରେ ନନ୍ଦନକାନନରେ ଦେଶୀ ଭାଲୁଙ୍କ ସଂଖ୍ୟା ୧୪କୁ ହ୍ରାସ ପାଇଛି।
ସୂଚନାଯୋଗ୍ୟ, ଗତ ୨୮ ତାରିଖରେ ସାପ କାମୁଡାରେ ନନ୍ଦନକାନନରେ ଆଫ୍ରିକୀୟ ସିଂହୀ ଗଙ୍ଗାର ମୃତ୍ୟୁ ଘଟିଥିଲା। ୨୦୧୫ରେ ସିଂହୀକୁ ଇସ୍ରାଏଲରୁ ଅଣାଯାଇଥିଲା।