ରାଜ୍ୟରେ ପୁଣି ୯୮୬ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ରାଜ୍ୟରେ ପୁଣି ୯୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୭୨ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୪୧୪ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୫ ହଜାର ୯୮୬ରେ ପହଞ୍ଚିଛି। ଗୁରୁବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧୨ଜଣ ଥିବା ଜଣାପଡିଛି। ସେହିପରି କଟକ ୮୧, ମୟୁରଭଞ୍ଜ ୫୭, ବରଗଡ ୩୪, ଭଦ୍ରକ ୧୦, ବାଲେଶ୍ୱର ୪୩, ଯାଜପୁର ୨୮, ରାୟଗଡାରୁ ୧୬, ନବରଙ୍ଗପୁର ୧୫, କେନ୍ଦ୍ରାପଡା ୪୪, କୋରାପୁଟ ୧୪, ଜଗତସିଂହପୁର ୫୪, ଢେଙ୍କାନାଳରୁ ୨୬, ଝାରସୁଗୁଡା ୧୯, ଅନୁଗୋଳ ୬୪, ନୂଆପଡା ୩୮, ସମ୍ବଲପୁର ୧୬, ସୁନ୍ଦରଗଡ ୮୦, ସୋନପୁର ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।