ପୁଣି ଜଣେ ୫୧ ବର୍ଷୀୟ ଦାଦନ ଶ୍ରମିକ ନିଖୋଜ, ଚିନ୍ତାରେ ପରିବାର

କଲ୍ୟାଣସିଂହପୁର, ୨୧।୧୧( ଦୀପକ କୁମାର ପରିଡ଼ା ): ଦାଦନ କାମ ପାଇଁ ଯାତ୍ରା କଲାବେଳେ ଟ୍ରେନରୁ ସମୟରେ ଓହ୍ଲାଇ ପାରି ନ ଥିବାରୁ ଏକ ୫୧ ବର୍ଷୀୟ ଶ୍ରମିକ ନିଖୋଜ ହୋଇଯାଇଥିବା ଖବର ମିଳିଛି। ଘଟଣାକୁ ନେଇ ପରିବାର ସଦସ୍ୟମାନେ ଅତ୍ୟନ୍ତ ଚିନ୍ତିତ ଓ ଖୋଜାଖୋଜିରେ ଲାଗିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର କରପା ପଞ୍ଚାୟତ ଅଧୀନ ସିଙ୍ଗାପଟ୍ଟା ଗାଁର ଶିରି କାଡ୍ରାକା (୫୧) ଗତ ଗୁରୁବାର ଦାଦନ କାମ ପାଇଁ ରାୟଗଡାରୁ ବିଜେୱାଡାକୁ ଯାଉଥିଲେ । ସେଠାରେ ରାଣୀପଦର ଗାଁର ୮ ଜଣ ଓ ସିଙ୍ଗାପଟ୍ଟାର ୭ ଜଣ ମିଶି ୧୫ ଜଣର ଦଳ ଏକାଠି ଯାତ୍ରା କରୁଥିଲେ।

ଟ୍ରେନ ବିଜେୱାଡା ଷ୍ଟେଶନରେ ପହଞ୍ଚିବା ପରେ ସମସ୍ତେ ଓହ୍ଲାଇ ଥିବାବେଳେ ଶିରି କାଡ୍ରାକା ଟ୍ରେନରୁ ଓହ୍ଲାଇ ପାରି ନ ଥିବା  ପୁଅ ଅମିନ କାଡ୍ରାକା ସୂଚନା ଦେଇଛନ୍ତି। ଏହା ପରେ ସେ କେଉଁଠାକୁ ଗଲେ, କେଉଁଠି ଅଛନ୍ତି  ତାଙ୍କର ଖବର ଅସ୍ପଷ୍ଟ ରହିଛି। ପରିବାର ଓ ସହ ଯାତ୍ରୀମାନେ ବିଜେୱାଡା ଓ ଅନ୍ୟାନ୍ୟ ଷ୍ଟେଶନରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ଏବେ ପର୍ଯ୍ୟନ୍ତ ଶିରି କାଡ୍ରାକାଙ୍କ ଥିବାସ୍ଥାନ ବିଷୟରେ କୌଣସି ସୂଚନା ମିଳିନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଋଣ ଆଦାୟ ଟଙ୍କା ଆତ୍ମସାତ ଅଭିଯୋଗ, ଫାଇନାନ୍ସ କର୍ମଚାରୀ ଗିରଫ

ବଞ୍ଚୋ/ଆନନ୍ଦପୁର/ହାଟଡିହୀ,୭ା୬(ପ୍ରଦୋଷ କୁମାର/ବିଶ୍ୱାଳସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ ): ଋଣଗ୍ରାହକଙ୍କ ଠାରୁ ଆଦାୟ ହୋଇଥିବା ଇଏମଆଇ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଘସିପୁରା ପୋଲିସ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ…

ଘରେ କେହି ନଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କଲେ ନବମ ଶ୍ରେଣୀ ଛାତ୍ର, ସହଯୋଗ କରିଥିଲେ….

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରେ ଅଭାବନୀୟ ଘଟଣା ଦେଖାଯାଇଛି । ଚଳିତ ବର୍ଷ ୧୦ମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ୧୫…

ମର୍ମନ୍ତୁଦ ଦୁର୍ଘଟଣା: ବାପା-ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ, ଆଉ ତା’ପରେ…

ସୋର,୭।୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ବସ୍‌ ଷ୍ଟପ୍‌ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ…

ମୁଗୁପୁର ହାଇସ୍କୁଲ ୨୦୧୦ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ ଉତ୍ସବ, ସୁବର୍ଣ୍ଣ ସମୟକୁ ଜିଇଁବାର ପ୍ରୟାସ…

ହାଟଡିହୀ/ଛେନାପଦୀ,୭।୬(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମୁଗୁପୁର ହାଇସ୍କୁଲ ପରିସରରେ ୨୦୧୦ ମସିହା ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ରୀଛାତ୍ର ମାନଙ୍କୁ ନେଇ ଏକ ବନ୍ଧୁମିଳନ…

ଲଣ୍ଡା ହୋଇ ଶପଥ ନେଲେ…ଗ୍ରାମବାସୀ କହିଲେ ଆମେ ଆଉ ମଦ ପିଇବୁନି

ଆନନ୍ଦପୁର,୭ା୬(ସୁଶାନ୍ତ କୁମାର ସାହୁ ): ମଦ ପରିତ୍ୟାଗ କରି ୧୫ରୁ ଊର୍ଦ୍ଧ୍ବ ବ୍ୟକ୍ତି ଲଣ୍ଡା ହେବା ସହ ନଦୀରେ ବୁଡ଼ ପକାଇଛନ୍ତି ଏବଂ ଠାକୁରଙ୍କ ପାଖରେ ଶପଥ…

ଜଳୁଛି ଲକ୍ଷ୍ମୀପୁର… ଆଦିବାସୀ ଯୁବକଙ୍କୁ ଛୁରାମାଡ଼ ଘଟଣା, ଗିରଫ ଦାବିରେ ଦୋକାନ ଭାଙ୍ଗିଲେ ଆଦିବାସୀ

ଲକ୍ଷ୍ମୀପୁର,୭।୬(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଶନିବାର ସନ୍ଧ୍ୟାରେ କୌଣସି ଏକ ଘଟଣାକୁ ନେଇ ବଡ଼ ଶଙ୍ଖା ଗ୍ରାମରେ ଜଣେ ଆଦିବାସୀ ଯୁବକକୁ ଲକ୍ଷ୍ମୀପୁରର…

ଦାରିଙ୍ଗବାଡ଼ିର ୩ ବିଦ୍ୟାଳୟରେ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ

ଦାରିଙ୍ଗବାଡ଼ି,୭ା୬(ଅରୁଣ ସାହୁ): ଶିକ୍ଷାର ବ୍ୟବସ୍ଥାରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି ପଦକ୍ଷେପ। ରବିବାର କନ୍ଧମାଳ…

ଦୁର୍ନୀତି ପଦାରେ ପଡ଼ିବା ପରେ ତରବରିଆ ଭାବେ ଆରମ୍ଭ ହେଲା କାର୍ଯ୍ୟ, ମେଟାଲ ଉପରେ ପଡୁଛି…

ଥୁଆମୂଳ ରାମପୁର,୭ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବାଗଡ଼ିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ କମରାଘାଟ ଗ୍ରାମର ମନରେଗା ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ସମ୍ପର୍କରେ ‘ଧରିତ୍ରୀ’ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri