ରାଜ୍ୟରୁ ୫୦୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ଘଣ୍ଟାରେ ୫୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୩,୧୨,୪୪୯ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ଗୁରୁବାର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୧୩୭, ଖୋର୍ଦ୍ଧାରୁ ୭୬, କଳାହାଣ୍ଡିରୁ ୩୭, ସମ୍ବଲପୁରରୁ ୩୬, ନୟାଗନରୁ ୨୪, ମୟୁରଭଞ୍ଜରୁ ୧୯, ନବରଙ୍ଗପୁରରୁ ୧୭, କଟକ ୧୪, ଯାଜପୁରରୁ ୧୪, କନ୍ଧମାଳ ୧୪, ବରଗଡ଼ରୁ ୧୨, ନୂଆପଡ଼ା ୧୨, କେନ୍ଦୁଝର ୧୧, ରାୟଗଡ଼ା ୧୧, ସୋନପୁର ୧୨, ବାଲେଶ୍ୱର ୧୧, ଦେବଗଡ଼ ୯, ଗଜପତି ୫, ଢେଙ୍କାନାଳ ୪, ଜଗତ୍‌ସିଂପୁରରୁ ୩, ଝାରସୁଗୁଡା ୩, କୋରାପୁଟ ୩, ଗଞ୍ଜାମ ୧, କେନ୍ଦ୍ରାପଡା ୧, ପୁରୀ ୧ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୧୭ ଜଣ ରହିଛନ୍ତି।