ରାଜ୍ୟରୁ ଆଉ ୪୫୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୯।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ଘଣ୍ଟାରେ ଆଉ ୪୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩,୧୨,୯୦୧ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୮୦, ସୁନ୍ଦରଗଡରୁ ୬୬,ବଲାଙ୍ଗରରୁ ୪୩,କଳାହାଣ୍ଡିରୁ ୩୯, ବରଗଡ଼ରୁ ୩୭, ସମ୍ବଲପୁରରୁ ୨୬, ନବରଙ୍ଗପୁରରୁ ୨୦, ନୂଆପଡାରୁ ୧୭, ସୋନପୁରରୁ ୧୭, କଟକରୁ ୧୬, ଯାଜପୁରରୁ ୧୩, ଝାରସୁଗୁଡାରୁ ୧୨, ବାଲେଶ୍ୱରରୁ ୧୦, କୋରାପୁଟରୁ ୯, ଭଦ୍ରକରୁ ୮, ଗଜପତିରୁ ୬, କନ୍ଧମାଳରୁ ୪, ଜଗତ୍‌ସିଂପୁରରୁ ୩, କେନ୍ଦୁଝରରୁ ୩, ନୟାଗଡରୁ ୩, ଦେବଗଡ଼ରୁ ୨, ଗଞ୍ଜାମରୁ ୨, ପୁରୀରୁ ୨ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୨ ଜଣ ରହିଛନ୍ତି।