ରାଜ୍ୟରେ ପୁଣି ୪୧୮ କରୋନା ପଜିଟିଭ୍‌ ଚିହ୍ନଟ, ୫ ମୃତ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ରାଜ୍ୟରେ ପୁଣି ୪୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୪୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୭୭ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୮ ହଜାର ୭୨୫ରେ ପହଞ୍ଚିଛି। ସୋମବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ ଜିଲାରୁ ସର୍ବାଧିକ ୪୧ଜଣ ଥିବା ଜଣାପଡିଛି। ସେହିପରି ମୟୁରଭଞ୍ଜ ୩୨, ବରଗଡ ୭, ଭଦ୍ରକ ୪, ବାଲେଶ୍ୱର ୧୯, ଯାଜପୁର ୨୦, ରାୟଗଡାରୁ ୧୭, ନବରଙ୍ଗପୁର ୩, କେନ୍ଦ୍ରାପଡା ୧୯, କୋରାପୁଟ ୯, ଜଗତସିଂହପୁର ୧୬, ଢେଙ୍କାନାଳରୁ ୭, ଝାରସୁଗୁଡା ୧୪, ଅନୁଗୋଳ ୩୪, ସମ୍ବଲପୁର ୧୭, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହପରି ରାଜ୍ୟରେ ସୋମବାର କରୋନା ଆଉ ୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୭୩୯କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ୫ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩ ଏବଂ ନୂଆପଡା ୨ ଲେଖାଏ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି।