ରାଜ୍ୟରେ ସୁସ୍ଥ ହେଲେ ଆଉ ୨୫୧୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୭।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ୨୫୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ୬୫,୩୨୩ ଜଣ ଆରୋଗ୍ୟ ଲାଭକରି ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୩୫ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଞ୍ଜାମ ୨୭୭, କଟକ ୨୨୫, ପୁରୀ ୨୧୮, କୋରାପୁଟ ୧୮୨, ଯାଜପୁର ୧୩୫, ମୟୂରଭଞ୍ଜ ୧୧୯, ବାଲେଶ୍ୱର ୧୦୧, ଗଜପତି ୮୯, ମାଲକାନଗିରି ୭୫, ସୁନ୍ଦରଗଡ଼ ୭୨, ସମ୍ବଲପୁର ୬୪, ବାଲାଙ୍ଗୀର ୫୧, କଳାହାଣ୍ଡି ୪୮, କନ୍ଧମାଳ ୪୭, ଭଦ୍ରକ ୪୩, ଝାରସୁଗୁଡ଼ା ୪୨, ସୋନପୁର ୩୮, ବରଗଡ଼ ୩୬, ନୟାଗଡ଼ ୩୩, ବୌଦ୍ଧ ୩୧, ଢେଙ୍କାନାଳ ୩୦, କେନ୍ଦୁଝର ୩୦, କେନ୍ଦ୍ରାପଡ଼ା ୨୫, ରାୟଗଡ଼ା ୨୫, ଜଗତ୍‌ସିଂହପୁର ୧୭, ନବରଙ୍ଗପୁର ୧୧, ଅନୁଗୋଳ ୫, ଦେବଗଡ଼ ୩ ଓ ନୂଆପଡ଼ାରୁ ୩ ଜଣ ସୁସ୍ଥ ହୋଇଛନ୍ତି।