ରାଜ୍ୟରେ ଆଉ ୨୬୨ କରୋନା ଆକ୍ରାନ୍ତ ସୁସ୍ଥ: ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର,୬।୭(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୨୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୭୩ ଜଣ ଥିବାବେଳେ ଗଜପତିରୁ ୪୯, ଜଗତସିଂହପୁରରୁ ୨୫, ରାୟଗଡାରୁ ୧୬, କଟକରୁ ୧୫, ବରଗଡରୁ୧୪, ଖୋର୍ଦ୍ଧାରୁ ୧୩, ଭଦ୍ରକରୁ୧୨, ପୁରୀରୁ ୧୨, କେନ୍ଦ୍ରାପଡାରୁ ୮ ଜଣ ରହିଛନ୍ତି। ସେହିପରି ଯାଜପୁର ଓ ସୁନ୍ଦରଗଡରୁ ୪, ଅନୁଗୋଳ, ବାଲେଶ୍ୱର, ନୟାଗଡ ଏବଂ ନବରଙ୍ଗପୁରରୁ ୩ଜଣ ଲେଖାଏଁ ରହିଛନ୍ତି। ଠିକ ସେହିପରି ବୌଦ୍ଧ, ଝାରସୁଗୁଡା, କଳାହାଣ୍ଡି, କୋରାପୁଟ ଏବଂ ମୟୁରଭଞ୍ଜ ଜିଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୬୪୮୬ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।