CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୩ ଆକ୍ରାନ୍ତ, ମୋଟ ସୁସ୍ଥଙ୍କ ସଂଖ୍ୟା ୪,୯୪୬ରେ ପହଞ୍ଚିଲା

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ରାଜ୍ୟରେ ସୋମବାର ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪୯୪୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିବାଭ ପକ୍ଷରୁ ଟୁଇଟ୍‌କରି ସୂଚନା ଦିଆଯାଇଛି।

ସୋମବାର ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ସର୍ବାଧିକ ୬୦ଜଣ ରହିଛନ୍ତି। ସେହିପରି ଗଜପତିରୁ ୨୦, ଖୋର୍ଦ୍ଧା ୧୯, କଟକ ୧୮, ଭଦ୍ରକ ୧୪, କେନ୍ଦୁଝର ୧୩, ନୟାଗଡ଼ ୧୨, ମୟୂରଭଞ୍ଜ ୧୦, ଯାଜପୁର ୯, ବାଲେଶ୍ୱର ୮, କେନ୍ଦ୍ରାପଡ଼ା ୭, ଅନୁଗୋଳ ୪, ଢେଙ୍କାନାଳ ୩, ବଲାଙ୍ଗୀର ଓ ଜଗତ୍‌ସିଂହପୁରରୁ ୨ ଜଣ ଲେଖାଏ, ଦେବଗଡ଼ ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି।