ନାମହୀନ ନୀତି

ଆମେରିକାକୁ ଅସନ୍ତୁଷ୍ଟ ନ କରିବା ପାଇଁ ଗାଜାରେ ହିଂସା ବନ୍ଦ କରିବାକୁ ଭାରତ ଆହ୍ବାନ ଦେଇନାହିଁ। ମାଳଦ୍ୱୀପର ନୂତନ ନେତା ତାଙ୍କ ଦେଶରୁ ଭାରତୀୟ ସୈନିକମାନଙ୍କୁ ହଟାଇନେବାକୁ ଆମକୁ କହିଲେ। କାତାର ୮ଜଣ ଭାରତୀୟ ନୌସେନା ଭେଟେରାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କଲା। ଭାରତର ଆପତ୍ତି ସତ୍ତ୍ୱେ ଶ୍ରୀଲଙ୍କା ଚାଇନାର ଏକ ଗୁପ୍ତଚର ଜାହାଜକୁ କଲମ୍ବୋ ବନ୍ଦରରେ ରହିବାକୁ ଅନୁମତି ଦେଲା। ଭୁଟାନ କହିଲା, ଚାଇନା ସହିତ ଡୋକ୍‌ଲାମ ସମେତ ଅନ୍ୟ ସୀମା ବୁଝାମଣା କରିବାକୁ ଯାଉଛି। ନେପାଳ ଏହାର ନୂତନ ଗୌତମ ବୁଦ୍ଧ ବିମାନବନ୍ଦର ବ୍ୟବହାର କରିପାରିବ ନାହିଁ, କାରଣ ଭାରତ ତା’ଉପର ଦେଇ ବଡ଼ ବିମାନ ଆସିବାକୁ ଅନୁମତି ଦେବ ନାହିଁ। ୨୦୨୪ ପର୍ଯ୍ୟନ୍ତ ଭାରତୀୟଙ୍କ ପାଇଁ ଭିଜା ସ୍ବାଭାବିକ କରିବ ନାହିଁ ବୋଲି କାନାଡା କହିଛି। ଏହିସବୁ ଘଟଣା କିଛିଦିନ ମଧ୍ୟରେ ଘଟିଛି। ଭାରତ ବ୍ୟତୀତ ନେପାଳ, ଶ୍ରୀଲଙ୍କା ଏବଂ ଭୁଟାନ ସମେତ ସମସ୍ତ ଦକ୍ଷିଣ ଏସୀୟ ଦେଶ ଗାଜାରେ ହିଂସା ବନ୍ଦ କରିବାକୁ ଭୋଟ ଦେଇଥିଲେ, ଯେଉଁମାନେ ପାରମ୍ପରିକ ଭାବେ ଭାରତ ସହ ଭୋଟ ଦେଇଥାନ୍ତି। ମାଳଦ୍ୱୀପରେ ଥିବା ୭୦ ଜଣ ଭାରତୀୟ ସୈନିକ ଏବେ ଫେରିବେ। ଆମକୁ ବାହାରିଯିବାକୁ କୁହାଯିବାର କାରଣ ହେଉଛି ମାଳଦ୍ୱୀପ ଚାଇନାକୁ ସମର୍ଥନ କରିବାକୁ ଚାହୁଁଛି।
ବୈଦେଶିକ ମନ୍ତ୍ରୀଙ୍କ ପ୍ରଶଂସକମାନେ ବିଶ୍ୱାସ କରନ୍ତି, ଆମେ ଏକ ସଫଳ ବୈଦେଶିକ ନୀତି ଚଳାଉଛୁ। ତେବେ ଆମେ ଏହା କରୁଛୁ ନା ଭାରତର ବିଶ୍ୱ ପ୍ରତିଷ୍ଠାକୁ ନଷ୍ଟ କରୁଛୁ। ଆମେ ବିଶ୍ୱ ପ୍ରତିଷ୍ଠାକୁ ନଷ୍ଟ କରୁଛୁ ବୋଲି କେତେଜଣ ଭାବୁଛନ୍ତି। ତେବେ ଏସବୁ ଉପରେ ବିତର୍କ କରିବା ଗୁରୁତ୍ୱପୂର୍ଣ୍ଣ ନୁହେଁ। କାରଣ ଆମେ ମୋଦି ଶାସନର ୧୦ମ ବର୍ଷରେ ଅଛୁ ଏବଂ ଜଣେ ଏ ସମ୍ପର୍କରେ ଜାଣିିବା ଲାଗି ଯଥେଷ୍ଟ ତଥ୍ୟ ରହିଛି। କୌତୂହଳର ବିଷୟ ହେଉଛି, ମୋଦି ସରକାରଙ୍କ ବୈଦେଶିକ ନୀତି ପ୍ରକୃତରେ କ’ଣ ଏବଂ ଏହା ବାସ୍ତବରେ କ’ଣ ହାସଲ କରିବା ପାଇଁ ଚାହୁଁଛି। ୨୦୧୪ରେ ଭାଜପାର ଇସ୍ତାହାରରେ ପ୍ରକାଶ କରାଯାଇଥିଲା ଯେ, ଏହା ସାଉଥ୍‌ ଏସିଆ ଆସୋସିଏଶନ ଫର୍‌ ରିଜିଓନାଲ କୋଅପରେଶନ(ସାର୍କ)କୁ ମଜଭୁତ କରିବ ଏବଂ ଭାରତର ରାଜ୍ୟଗୁଡ଼ିକୁ କୂଟନୀତିରେ ଅଧିକ ଭୂମିକା ଗ୍ରହଣ କରିବାକୁ ଉତ୍ସାହିତ କରାଯିବ। ୨୦୧୯ରେ ଇସ୍ତାହାରରୁ ଏହି ଦୁଇଟି ବିଷୟ ହଟାଇ ଦିଆଗଲା ଓ କୌଣସି ନୂଆ ବିଷୟ ଉଲ୍ଲେଖ କରାଗଲା ନାହିଁ। କିନ୍ତୁ ଯେଉଁମାନେ ବୈଦେଶିକ ନୀତି ଉପରେ ଅଧ୍ୟୟନ କରୁଛନ୍ତି ସେମାନେ ଏକ ନୂତନ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ। ଏହି ଆଭିମୁଖ୍ୟ ଜୟଶଙ୍କରଙ୍କ ଦ୍ୱାରା ପ୍ରଦତ୍ତ ଚାଇନାର ଶକ୍ତି ବୃଦ୍ଧି, ଭାରତର ଆର୍ଥିକ ସଙ୍କଟର ଦଶନ୍ଧି, ମହାଭାରତ, ସାମୁଦ୍ରିକ ଶକ୍ତି ଏବଂ କୋଭିଡ୍‌ ମହାମାରୀ ସମ୍ପର୍କିତ ଭାଷଣରୁ ସାମ୍ନାକୁ ଆସିଛି। ଏହି ଭାଷଣଗୁଡ଼ିକ ‘ଦ ଇଣ୍ଡିଆ ୱେ: ଷ୍ଟ୍ରାଟେଜିସ୍‌ ଫର୍‌ ଆନ୍‌ ଅନସର୍ଟନ ଓ୍ବାଲର୍‌ଡ’ ପୁସ୍ତକରେ ସଂକଳିତ ହୋଇଛି। ତେବେ ଏହି ରଣନୀତିଗୁଡ଼ିକ କ’ଣ? ପ୍ରଥମେ ଜୟଶଙ୍କର ଅନୁମାନ କରିଛନ୍ତି ଯେ ଆମେରିକା ଏବଂ ୟୁରୋପ ନିଜ କାର୍ଯ୍ୟ ଭିତରେ ସୀମିତ ରହିବାବେଳେ ଚାଇନା ଆଗକୁ ବଢ଼ିବ। ଏହା ଭାରତ ପରି ଦେଶଗୁଡ଼ିକୁ ସେମାନଙ୍କ କାର୍ଯ୍ୟରେ ବିଶ୍ୱ ସହ ବିଭିନ୍ନ କ୍ଷେତ୍ରରେ ଗତିଶୀଳ ହେବା ପାଇଁ ଅନୁମତି ଦେବ।
ଭାରତ ଏକକ ‘ମଲ୍ଟି ପୋଲାର ଏସିଆ’ ଚାହୁଁଥିଲା ଯେଉଁଥିରେ ଚାଇନା ସହ ସମାନତା ଦାବି କରିପାରିଥାନ୍ତା। ଗୋଟିଏ ସମୟରେ ଅନେକ ବିଷୟରେ ଚୁକ୍ତି କରାଯାଇପାରିଥାଆନ୍ତା ଏବଂ ଭାରତ ସେଗୁଡ଼ିକୁ ଚତୁରତାର ସହ ପରିଚାଳନା କରିଥାନ୍ତା। ଏହା ଥିଲା ସୁବିଧାଜନକ। ତାହା ବି ଠିକ୍‌ ଥିଲା, କାରଣ ସୁବିଧାବାଦ ହେଉଛି ଭାରତର ସଂସ୍କୃତି। ମହାଭାରତ ବିଷୟରେ ଜୟଶଙ୍କର କହିଛନ୍ତି, ପ୍ରତାରଣା ଏବଂ ଅନୈତିକତା ନୀତି ନିୟମକୁ ଅନୁସରଣ କରେ ନାହିଁ। ଏକଲବ୍ୟଙ୍କ ବୁଢ଼ାଆଙ୍ଗୁଠି ଦ୍ରୋଣ ଦାବି କରିବା, ଇନ୍ଦ୍ର କର୍ଣ୍ଣଙ୍କ ସାଞ୍ଜୁ ମାଗିବା, ଅର୍ଜୁନ ଶିଖଣ୍ଡିଙ୍କୁ ମାନବ ଢାଲ ଭାବରେ ବ୍ୟବହାର କରିବା କେବଳ ‘ପ୍ରଥା ଓ ପରମ୍ପରା’ ଥିଲା। ନୀତିରେ ଅସଙ୍ଗତି କେବଳ ଠିକ୍‌ ନୁହେଁ ବରଂ ଆବଶ୍ୟକ, କାରଣ ପରିବର୍ତ୍ତନ ପରିସ୍ଥିତିରେ ସଙ୍ଗତିକୁ ଜାବୁଡ଼ି ଧରିବାରେ କୌଣସି ଅର୍ଥ ନ ଥାଏ। ସେ ଯେଉଁ ଭାଷଣରେ ପ୍ରଥମେ ସୁବିଧାବାଦ ଏବଂ ଅସଙ୍ଗତିର ଏହି ତତ୍ତ୍ୱ ରଖିଥିଲେ, ସେଥିରେ ଜୟଶଙ୍କର କହିଛନ୍ତି ଯେ, ଏହି ନୀତିର ନାମ ଦେବା କଷ୍ଟକର। ପ୍ରକୃତରେ ସେ ଗ୍ରହଣ କରିଥିବା ‘ମଲ୍ଟି-ଆଲାଇନମେଣ୍ଟ’ ବା ବହୁପକ୍ଷୀୟ ସମାନ୍ତରାଳ ସମ୍ପର୍କ (ଅତ୍ୟଧିକ ସୁବିଧାବାଦୀ) ଏବଂ ‘ପ୍ରଥମେ ଭାରତ’ (ଆତ୍ମକୈନ୍ଦ୍ରିକ) ବାକ୍ୟାଂଶଗୁଡ଼ିକୁ ତ୍ୟାଗ କରିଛନ୍ତି। ସେ ଗ୍ରହଣ କରିଥିବା ‘ପ୍ରଗତିଶୀଳ ସମୃଦ୍ଧି ଏବଂ ପ୍ରଭାବ’ ତତ୍ତ୍ୱକୁ ଠିକ୍‌ ବୋଲି କହନ୍ତି, କିନ୍ତୁ ଆକର୍ଷଣୀୟ ନୁହେଁ ବୋଲି ସ୍ବୀକାର କରନ୍ତି।
ଏହି ସ୍ତମ୍ଭର ଆରମ୍ଭରେ ତାଲିକାଭୁକ୍ତ ସମସ୍ୟାଗୁଡ଼ିକ ସମନ୍ବୟ ଏବଂ ପ୍ରଭାବର ଅଭାବକୁ ପ୍ରତିଫଳିତ କରେ। ଶସ୍ତା ରୁଷିଆ ତେଲ କିଣିବା ବୈଦେଶିକ ନୀତି ନୁହେଁ। କିନ୍ତୁ ତାହାକୁ ପ୍ରଶଂସା କରାଯାଇଥିଲା। ପରିବର୍ତ୍ତନଶୀଳ ଜି୨୦ର ଅଧ୍ୟକ୍ଷତା ଏକ ସଫଳତା ନ ଥିଲା ବରଂ ଏହା ଭାରତୀୟମାନଙ୍କୁ ବିକ୍ରି କରାଯାଇଥିଲା। ପ୍ରଧାନମନ୍ତ୍ରୀ କେଉଁଥିରେ ଆଗ୍ରହୀ ଥିଲେ ଏବଂ ତାମସା ଓ ସମ୍ମିଳନୀ ପାଇଁ ଯାହା କରାଯାଇଥିଲା ତାହାକୁ ଗୁରୁତ୍ୱପୂର୍ଣ୍ଣ କହି ଶେଷ କରାଗଲା। ଏହି ସିଦ୍ଧାନ୍ତକୁ ଏଡ଼ାଇଯିବା ସହଜ ନୁହେଁ ଯେ ବୈଦେଶିକ ନୀତି ରଣନୀତି ଭାବରେ ଚାଲିଆସୁଥିବା ମୋଦିଙ୍କ ବିକ୍ଷିପ୍ତ ଓ ଦିଶାହୀନ ଆଚରଣ କ’ଣ ଥିଲା ତାହା ଦର୍ଶାଇବାକୁ ଜୟଶଙ୍କର ସମ୍ମିଳନୀକୁ ଅତ୍ୟାଧୁନିକତାର ସ୍ପର୍ଶ ଦେଇଥିଲେ। ଜୟଶଙ୍କର କହିଛନ୍ତି, ତାଙ୍କର ଏହି ନାମହୀନ ନୀତି ଚାରୋଟି ଫଳାଫଳ ଯଥା ଦେଶରେ ବୃହତ୍‌ ସମୃଦ୍ଧି, ସୀମାରେ ଶାନ୍ତି, ଭାରତୀୟଙ୍କ ସୁରକ୍ଷା ଓ ବିଦେଶରେ ପ୍ରଭାବ ବୃଦ୍ଧି ହାସଲ କରିବା ପାଇଁ ଉଦ୍ଦିଷ୍ଟ। ପୁନର୍ବାର କୁହାଯାଇପାରେ ଯେ, ସୀମାରେ କ’ଣ ଘଟୁଛି ଏବଂ କି ପ୍ରକାର ସମୃଦ୍ଧି ହେଉଛି ସେ ସମ୍ପର୍କରେ କିଛି ସୂଚିତ କରାଯାଉନାହିଁ। କଥା ହେଉଛି, ଆମେ ଯାହା ହାସଲ କରିବାକୁ ଚେଷ୍ଟା କରିଛୁ ଏବଂ ଆମ ଚାରିପାଖରେ କ’ଣ ଫଳାଫଳ ଦେଖୁଛୁ ତାହା ଉପରେ ଅନୁଧ୍ୟାନ କରାଯାଇଛି କି ନାହିଁ ତାହା ଜଣାପଡ଼ୁନାହିଁ। ବିଶ୍ୱରେ ଭାରତର ଭୂମିକା କ’ଣ ଏବଂ ଆମେ ନିଜ ପାଇଁ ଠିକ୍‌ କାର୍ଯ୍ୟ କରୁଛୁ କି ନାହିଁ ତାହା ପୁନଃ ମୂଲ୍ୟାୟନ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri