ବାଣିଜ୍ୟକର, ଜିଏସ୍‌ଟି ସଂସ୍ଥାର ବାର୍ଷିକ ସମୀକ୍ଷା

ଭୁବନେଶ୍ୱର,୨୦।୪: ଗତ କିଛି ମାସ ହେବ ରାଜ୍ୟର ଜିଏସ୍‌ଟି ଟିକସ ଆଦାୟ ପୂର୍ବାପେକ୍ଷା ଭଲ ରହିଛି। ଏପରିକି ଓଡ଼ିଶାର ଟିକସ ସଂଗ୍ରହ ସାରା ଦେଶର ଅନ୍ୟ ରାଜ୍ୟ ତୁଳନାରେ ଭଲ ଥିବା କୁହାଯାଇଛି। ଟିକସ ସଂଗ୍ରହର ସଫଳତା ଓ ବିଫଳତାକୁ ନେଇ ଗତ ୨ ଦିନ ହେବ ସ୍ଥାନୀୟ ମଧୁସୂଦନ ଆଞ୍ଚଳିକ ଆର୍ଥିକ ପରିଚାଳନା ଏକାଡେମୀ ପରିସରରେ ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ଆୟୁକ୍ତ ସୁଶୀଲ କୁମାର ଲୋହାନିଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ସଂସ୍ଥା ଅନ୍ତର୍ଗତ ସମସ୍ତ ରେଞ୍ଜ ଓ ସର୍କଲଗୁଡ଼ିକର ବାର୍ଷିକ ସମୀକ୍ଷା କରାଯାଇଛି। ଏହି ପରିପ୍ରେକ୍ଷୀରେ ୨୦୨୧-୨୨ ଆର୍ଥିକ ବର୍ଷରେ ସର୍କଲଗୁଡ଼ିକର ପ୍ରଦର୍ଶନ ଏବଂ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ କାର୍ଯ୍ୟ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ଜିଏସ୍‌ଟି ଆଦାୟରେ ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବାଧିକ ବୃଦ୍ଧିହାର ହାସଲ କରିଥିବାରୁ କମିଶନର ରାଜ୍ୟ ଅଧିକାରୀମାନଙ୍କୁ ପ୍ରଶଂସା କରିଥିଲେ।
ସୂଚନାଯୋଗ୍ୟ, ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ୍‌ ଜିଏସ୍‌ଟି ସଂଗ୍ରହ ୪୪୩୩୪.୬୭ କୋଟି ଟଙ୍କା ହୋଇଥିବା ବେଳେ ୨୦୨୦-୨୧ରେ ଏହା ୨୯୮୫୨.୭୬ କୋଟି ଟଙ୍କା ଥିଲା। କମିଶନରଙ୍କ ସମୀକ୍ଷାରୁ ଜଣାପଡ଼ିଛି ଯେ, ଉପରୋକ୍ତ ଅଭିବୃଦ୍ଧିରେ ବଡ଼ବିଲ, ଯାଜପୁର, ଅନୁଗୋଳ, ଭୁବନେଶ୍ୱର-୨, ଭୁବନେଶ୍ୱର-୩ ଏବଂ ରାଉରକେଲା-୧ ସର୍କଲଗୁଡ଼ିକର ବିଶେଷ ସହଯୋଗ ରହିଛି। ଅନ୍ୟ ସର୍କଲଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ା, ରାଉରକେଲା-୨, ଭଦ୍ରକ, କଟକ-୨, କେନ୍ଦୁଝର ଓ ବାଲେଶ୍ୱର ସର୍କଲଗୁଡ଼ିକ ଟାର୍ଗେଟଠାରୁ ପଛରେ ପଡ଼ିଯାଇଛନ୍ତି। ଅଧିକ ପ୍ରଚେଷ୍ଟାକରି ଏବଂ ଅର୍ଥନୈତିକ ଗୋଇନ୍ଦା ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜସ୍ବ ଅଭିବୃଦ୍ଧି ଘଟାଇବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଆଟାଚ୍‌ମେଣ୍ଟ ମାଧ୍ୟମରେ ଡିମାଣ୍ଡ କରାଯାଇ, ରାଜସ୍ବର ନୂତନ ଉତ୍ସ ଯଥା ବାଲି ଓ ପଥର ଖାଦାନ ଆଦିରୁ ରାଜସ୍ବ ସଂଗ୍ରହ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ବାଣିଜ୍ୟ କର ଅଧିକାରୀ ଏବଂ ଅତିରିକ୍ତ ବାଣିଜ୍ୟକର ଅଧିକାରୀଙ୍କର ପ୍ରମୁଖ କାର୍ଯ୍ୟ ଯଥା ଅର୍ଥନୈତିକ ଗୋଇନ୍ଦା ରିପୋର୍ଟରେ ଥିବା ବଡ଼ବଡ଼ ରିଟର୍ନ ଖିଲାପୀ ଓ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଫଇସଲା ମାଧ୍ୟମରେ ଟିକସ ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦେବାକୁ କମିଶନର ଜୋର୍‌ ଦେଇଥିଲେ।
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଜିଏସ୍‌ଟି ଓ ଅଣଜିଏସ୍‌ଟି କାର୍ଯ୍ୟକଳାପ କ୍ଷେତ୍ରରେ କାର୍ଯ୍ୟ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଶେଷରେ ଜିଏସ୍‌ଟି ଆୟୁକ୍ତ ଲୋହାନି ଟିକସଦାତାଙ୍କର ପ୍ରକୃତ ଅଭିଯୋଗ ପ୍ରତି ଧ୍ୟାନଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିଶେଷକରି ମୋ’ ସରକାର ସେଲ୍‌କୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ଯତ୍ନବାନ ହେବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୫-ଟି ନିୟମ ଓ ୨୦୨୨-୨୩ର କାର୍ଯ୍ୟଯୋଜନାକୁ ଉପଯୁକ୍ତ ଢଙ୍ଗରେ ଅନୁସରଣ କଲେ ଚଳିତ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟଲକ୍ଷ୍ୟ ହାସଲ ହୋଇପାରିବ ବୋଲି ଲୋହାନି ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?