ଭୁବନେଶ୍ୱର,୨୦।୪: ଗତ କିଛି ମାସ ହେବ ରାଜ୍ୟର ଜିଏସ୍ଟି ଟିକସ ଆଦାୟ ପୂର୍ବାପେକ୍ଷା ଭଲ ରହିଛି। ଏପରିକି ଓଡ଼ିଶାର ଟିକସ ସଂଗ୍ରହ ସାରା ଦେଶର ଅନ୍ୟ ରାଜ୍ୟ ତୁଳନାରେ ଭଲ ଥିବା କୁହାଯାଇଛି। ଟିକସ ସଂଗ୍ରହର ସଫଳତା ଓ ବିଫଳତାକୁ ନେଇ ଗତ ୨ ଦିନ ହେବ ସ୍ଥାନୀୟ ମଧୁସୂଦନ ଆଞ୍ଚଳିକ ଆର୍ଥିକ ପରିଚାଳନା ଏକାଡେମୀ ପରିସରରେ ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍ଟି ଆୟୁକ୍ତ ସୁଶୀଲ କୁମାର ଲୋହାନିଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍ଟି ସଂସ୍ଥା ଅନ୍ତର୍ଗତ ସମସ୍ତ ରେଞ୍ଜ ଓ ସର୍କଲଗୁଡ଼ିକର ବାର୍ଷିକ ସମୀକ୍ଷା କରାଯାଇଛି। ଏହି ପରିପ୍ରେକ୍ଷୀରେ ୨୦୨୧-୨୨ ଆର୍ଥିକ ବର୍ଷରେ ସର୍କଲଗୁଡ଼ିକର ପ୍ରଦର୍ଶନ ଏବଂ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ କାର୍ଯ୍ୟ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ଜିଏସ୍ଟି ଆଦାୟରେ ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବାଧିକ ବୃଦ୍ଧିହାର ହାସଲ କରିଥିବାରୁ କମିଶନର ରାଜ୍ୟ ଅଧିକାରୀମାନଙ୍କୁ ପ୍ରଶଂସା କରିଥିଲେ।
ସୂଚନାଯୋଗ୍ୟ, ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ୍ ଜିଏସ୍ଟି ସଂଗ୍ରହ ୪୪୩୩୪.୬୭ କୋଟି ଟଙ୍କା ହୋଇଥିବା ବେଳେ ୨୦୨୦-୨୧ରେ ଏହା ୨୯୮୫୨.୭୬ କୋଟି ଟଙ୍କା ଥିଲା। କମିଶନରଙ୍କ ସମୀକ୍ଷାରୁ ଜଣାପଡ଼ିଛି ଯେ, ଉପରୋକ୍ତ ଅଭିବୃଦ୍ଧିରେ ବଡ଼ବିଲ, ଯାଜପୁର, ଅନୁଗୋଳ, ଭୁବନେଶ୍ୱର-୨, ଭୁବନେଶ୍ୱର-୩ ଏବଂ ରାଉରକେଲା-୧ ସର୍କଲଗୁଡ଼ିକର ବିଶେଷ ସହଯୋଗ ରହିଛି। ଅନ୍ୟ ସର୍କଲଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ା, ରାଉରକେଲା-୨, ଭଦ୍ରକ, କଟକ-୨, କେନ୍ଦୁଝର ଓ ବାଲେଶ୍ୱର ସର୍କଲଗୁଡ଼ିକ ଟାର୍ଗେଟଠାରୁ ପଛରେ ପଡ଼ିଯାଇଛନ୍ତି। ଅଧିକ ପ୍ରଚେଷ୍ଟାକରି ଏବଂ ଅର୍ଥନୈତିକ ଗୋଇନ୍ଦା ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜସ୍ବ ଅଭିବୃଦ୍ଧି ଘଟାଇବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଆଟାଚ୍ମେଣ୍ଟ ମାଧ୍ୟମରେ ଡିମାଣ୍ଡ କରାଯାଇ, ରାଜସ୍ବର ନୂତନ ଉତ୍ସ ଯଥା ବାଲି ଓ ପଥର ଖାଦାନ ଆଦିରୁ ରାଜସ୍ବ ସଂଗ୍ରହ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ବାଣିଜ୍ୟ କର ଅଧିକାରୀ ଏବଂ ଅତିରିକ୍ତ ବାଣିଜ୍ୟକର ଅଧିକାରୀଙ୍କର ପ୍ରମୁଖ କାର୍ଯ୍ୟ ଯଥା ଅର୍ଥନୈତିକ ଗୋଇନ୍ଦା ରିପୋର୍ଟରେ ଥିବା ବଡ଼ବଡ଼ ରିଟର୍ନ ଖିଲାପୀ ଓ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଫଇସଲା ମାଧ୍ୟମରେ ଟିକସ ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦେବାକୁ କମିଶନର ଜୋର୍ ଦେଇଥିଲେ।
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଜିଏସ୍ଟି ଓ ଅଣଜିଏସ୍ଟି କାର୍ଯ୍ୟକଳାପ କ୍ଷେତ୍ରରେ କାର୍ଯ୍ୟ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଶେଷରେ ଜିଏସ୍ଟି ଆୟୁକ୍ତ ଲୋହାନି ଟିକସଦାତାଙ୍କର ପ୍ରକୃତ ଅଭିଯୋଗ ପ୍ରତି ଧ୍ୟାନଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିଶେଷକରି ମୋ’ ସରକାର ସେଲ୍କୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ଯତ୍ନବାନ ହେବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୫-ଟି ନିୟମ ଓ ୨୦୨୨-୨୩ର କାର୍ଯ୍ୟଯୋଜନାକୁ ଉପଯୁକ୍ତ ଢଙ୍ଗରେ ଅନୁସରଣ କଲେ ଚଳିତ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟଲକ୍ଷ୍ୟ ହାସଲ ହୋଇପାରିବ ବୋଲି ଲୋହାନି ମତବ୍ୟକ୍ତ କରିଛନ୍ତି।

ଶବ ପାଇଁ ବିଛାନ୍ତି ଶେଯ
ବନ୍ତଳା,୨୪।୧୧: ଜଣା ହେଉ ଅବା ଅଜଣା, ଶବକୁ ଉପଯୁକ୍ତ ସମ୍ମାନ ଦେବାକୁ ଅନେକେ ଆଗ୍ରହ ଦେଖାନ୍ତିନି। ବଞ୍ଚିଥିବା ବେଳେ ଅତି ଆପଣାର ଲାଗୁଥିବା ମଣିଷଟିଏ ମୃତ୍ୟୁ...

କୃଷକଙ୍କ ପାଇଁ ନୂଆ ପ୍ରକଳ୍ପ ‘ରିୱାର୍ଡ’
ଭୁବନେଶ୍ୱର,୭।୬(ବ୍ୟୁରୋ): ଜଳଛାୟା ଅଞ୍ଚଳରେ ନିରନ୍ତର ଜୀବିକା ସୃଷ୍ଟି ଓ ସମନ୍ବିତ ବିକାଶ ପାଇଁ ରାଜ୍ୟ ସରକାର ନୂଆ ପରିକଳ୍ପନା ଆରମ୍ଭ କରିଛନ୍ତି। ଏହି ପ୍ରକଳ୍ପର ନାଁ...

ଟୁଇନ୍ସିଟିରେ ପ୍ରବଳ ବର୍ଷା
ଭୁବନେଶ୍ୱର,୨୨।୬(ବ୍ୟୁରୋ): ଟୁଇନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା। ବୁଧବାର ରାଜଧାନୀ ଭୁବନେଶ୍ବର, କଟକରେ ଆକାଶରେ ପ୍ରବଳ ମେଘ ଘୋଟି ରହିଥିବା ବେଳେ ବର୍ଷା ହେଉଛି।...

ରାଜଧାନୀ ରାସ୍ତାରେ ଅଭାବନୀୟ ଦୃଶ୍ୟ; ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରାମାଡ଼
ଭୁବନେଶ୍ୱର,୭ା୧୧(ବ୍ୟୁରୋ) ନୟାପଲ୍ଲୀ ଥାନା ଅନ୍ତର୍ଗତ ପାସପୋର୍ଟ ଅଫିସ ନିକଟରେ ବୁଧବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ସର୍ବ ସମ୍ମୁଖରେ ଜଣେ ଯୁବକଙ୍କୁ ହୋଇଛି ଛୁରାମାଡ଼। ଯୁବକ...

ବିରଳ ବ୍ୟକ୍ତିତ୍ୱ
କେବଳ ଓଡ଼ିଶା କି ଭାରତ ନୁହେଁ, ବିଦେଶରେ ମଧ୍ୟ ଏକ ଚର୍ଚ୍ଚିତ ଓ ବିରଳ ବ୍ୟକ୍ତିତ୍ୱ ହେଲେ ବିଜୁ ପଟ୍ଟନାୟକ (ବିଜୟାନନ୍ଦ ପଟ୍ଟନାୟକ)। ବିଜୁ ବାବୁ...

କୁଳପତିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଠିକ୍ ସମୟରେ ପରୀକ୍ଷା, ଫଳ ପ୍ରକାଶ କର
ଭୁବନେଶ୍ୱର, ୮।୩(ବ୍ୟୁରୋ): ବିଶ୍ୱବିଦ୍ୟାଳୟରେ ଠିକ୍ ସମୟରେ ପରୀକ୍ଷା କରାଯିବ। ସେହିପରି ପରୀକ୍ଷା ଫଳ ମଧ୍ୟ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ। ଆସନ୍ତା ଶିକ୍ଷାବର୍ଷରୁ କୌଣସି ବିଳମ୍ବକୁ...

‘ସ୍ବାସ୍ଥ୍ୟ, ଶିକ୍ଷା, କୃଷି ସବୁ କ୍ଷେତ୍ରରେ ସରକାର ବିଫଳ’
ଭୁବନେଶ୍ୱର,୩୧।୭(ବ୍ୟୁରୋ): ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ ସବୁକିଛି ବିପର୍ଯ୍ୟସ୍ତ। ରାଜ୍ୟରେ ପ୍ରାୟ ୩ ଲକ୍ଷ ପଦବୀ ଖାଲି ପଡ଼ିଛି। ୧୮୦୦ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଅଛନ୍ତି।...

ଇ-ଯାନ ପାଇଁ ଦେବାକୁ ପଡ଼ିବନି ଟିକସ
ଭୁବନେଶ୍ୱର,୩୦।୧୦(ବ୍ୟୁରୋ)-ପେଟ୍ରୋଲ ଓ ଡିଜେଲ ଲିଟର ୧୦୦ ଟଙ୍କା ଟପି ଥିବାରୁ ଗାଡି ଚଳାଇବା ଜନସାଧାରଣଙ୍କ ପକ୍ଷେ ଅସହ୍ୟ ହେଲାଣି। ଏଥିସହିତ ଯାନବାହନ ଜନିତ ପ୍ରଦୂଷଣକୁ ଦୃଷ୍ଟିରେ...