ଭୁବନେଶ୍ୱର,୨୦।୪: ଗତ କିଛି ମାସ ହେବ ରାଜ୍ୟର ଜିଏସ୍ଟି ଟିକସ ଆଦାୟ ପୂର୍ବାପେକ୍ଷା ଭଲ ରହିଛି। ଏପରିକି ଓଡ଼ିଶାର ଟିକସ ସଂଗ୍ରହ ସାରା ଦେଶର ଅନ୍ୟ ରାଜ୍ୟ ତୁଳନାରେ ଭଲ ଥିବା କୁହାଯାଇଛି। ଟିକସ ସଂଗ୍ରହର ସଫଳତା ଓ ବିଫଳତାକୁ ନେଇ ଗତ ୨ ଦିନ ହେବ ସ୍ଥାନୀୟ ମଧୁସୂଦନ ଆଞ୍ଚଳିକ ଆର୍ଥିକ ପରିଚାଳନା ଏକାଡେମୀ ପରିସରରେ ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍ଟି ଆୟୁକ୍ତ ସୁଶୀଲ କୁମାର ଲୋହାନିଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍ଟି ସଂସ୍ଥା ଅନ୍ତର୍ଗତ ସମସ୍ତ ରେଞ୍ଜ ଓ ସର୍କଲଗୁଡ଼ିକର ବାର୍ଷିକ ସମୀକ୍ଷା କରାଯାଇଛି। ଏହି ପରିପ୍ରେକ୍ଷୀରେ ୨୦୨୧-୨୨ ଆର୍ଥିକ ବର୍ଷରେ ସର୍କଲଗୁଡ଼ିକର ପ୍ରଦର୍ଶନ ଏବଂ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ କାର୍ଯ୍ୟ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ଜିଏସ୍ଟି ଆଦାୟରେ ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବାଧିକ ବୃଦ୍ଧିହାର ହାସଲ କରିଥିବାରୁ କମିଶନର ରାଜ୍ୟ ଅଧିକାରୀମାନଙ୍କୁ ପ୍ରଶଂସା କରିଥିଲେ।
ସୂଚନାଯୋଗ୍ୟ, ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ୍ ଜିଏସ୍ଟି ସଂଗ୍ରହ ୪୪୩୩୪.୬୭ କୋଟି ଟଙ୍କା ହୋଇଥିବା ବେଳେ ୨୦୨୦-୨୧ରେ ଏହା ୨୯୮୫୨.୭୬ କୋଟି ଟଙ୍କା ଥିଲା। କମିଶନରଙ୍କ ସମୀକ୍ଷାରୁ ଜଣାପଡ଼ିଛି ଯେ, ଉପରୋକ୍ତ ଅଭିବୃଦ୍ଧିରେ ବଡ଼ବିଲ, ଯାଜପୁର, ଅନୁଗୋଳ, ଭୁବନେଶ୍ୱର-୨, ଭୁବନେଶ୍ୱର-୩ ଏବଂ ରାଉରକେଲା-୧ ସର୍କଲଗୁଡ଼ିକର ବିଶେଷ ସହଯୋଗ ରହିଛି। ଅନ୍ୟ ସର୍କଲଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ା, ରାଉରକେଲା-୨, ଭଦ୍ରକ, କଟକ-୨, କେନ୍ଦୁଝର ଓ ବାଲେଶ୍ୱର ସର୍କଲଗୁଡ଼ିକ ଟାର୍ଗେଟଠାରୁ ପଛରେ ପଡ଼ିଯାଇଛନ୍ତି। ଅଧିକ ପ୍ରଚେଷ୍ଟାକରି ଏବଂ ଅର୍ଥନୈତିକ ଗୋଇନ୍ଦା ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜସ୍ବ ଅଭିବୃଦ୍ଧି ଘଟାଇବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଆଟାଚ୍ମେଣ୍ଟ ମାଧ୍ୟମରେ ଡିମାଣ୍ଡ କରାଯାଇ, ରାଜସ୍ବର ନୂତନ ଉତ୍ସ ଯଥା ବାଲି ଓ ପଥର ଖାଦାନ ଆଦିରୁ ରାଜସ୍ବ ସଂଗ୍ରହ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ବାଣିଜ୍ୟ କର ଅଧିକାରୀ ଏବଂ ଅତିରିକ୍ତ ବାଣିଜ୍ୟକର ଅଧିକାରୀଙ୍କର ପ୍ରମୁଖ କାର୍ଯ୍ୟ ଯଥା ଅର୍ଥନୈତିକ ଗୋଇନ୍ଦା ରିପୋର୍ଟରେ ଥିବା ବଡ଼ବଡ଼ ରିଟର୍ନ ଖିଲାପୀ ଓ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଫଇସଲା ମାଧ୍ୟମରେ ଟିକସ ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦେବାକୁ କମିଶନର ଜୋର୍ ଦେଇଥିଲେ।
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଜିଏସ୍ଟି ଓ ଅଣଜିଏସ୍ଟି କାର୍ଯ୍ୟକଳାପ କ୍ଷେତ୍ରରେ କାର୍ଯ୍ୟ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଶେଷରେ ଜିଏସ୍ଟି ଆୟୁକ୍ତ ଲୋହାନି ଟିକସଦାତାଙ୍କର ପ୍ରକୃତ ଅଭିଯୋଗ ପ୍ରତି ଧ୍ୟାନଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିଶେଷକରି ମୋ’ ସରକାର ସେଲ୍କୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ଯତ୍ନବାନ ହେବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୫-ଟି ନିୟମ ଓ ୨୦୨୨-୨୩ର କାର୍ଯ୍ୟଯୋଜନାକୁ ଉପଯୁକ୍ତ ଢଙ୍ଗରେ ଅନୁସରଣ କଲେ ଚଳିତ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟଲକ୍ଷ୍ୟ ହାସଲ ହୋଇପାରିବ ବୋଲି ଲୋହାନି ମତବ୍ୟକ୍ତ କରିଛନ୍ତି।
କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍ବେଷ୍ଟସ୍
କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…
ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…
ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…
ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ
ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…
୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…
ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…
ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର
ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…
ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର
ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…
ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…
ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…
ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ
ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…
Archives

