ଦିଗପହଣ୍ଡି,୨୧|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସରାୟ ବିଜ୍ଞାନ କଲେଜର ବାର୍ଷିକୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ମେଜର୍ ଡ. ଶଙ୍କର ପ୍ରସାଦ ଅଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଲେଜ କର୍ମଚାରୀ ପରିଷଦ ର ସଚିବ ତଥା ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ. କୈଳାଶ ଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ ସହିତ ସ୍ୱାଗତ ଅଭିଭାଷଣରେ ଛାତ୍ରୀ ଛାତ୍ର ବୃନ୍ଦ ନିଜ ଜୀବନ ରେ ଆଦର୍ଶ ଏବଂ ନିଷ୍ଠା ର ସହ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ବ୍ରହ୍ମପୁର ସ୍ଥିତ ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ର ନିର୍ଦ୍ଦେଶକ ନାରାୟଣ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ରୀ ଛାତ୍ର ମାନଙ୍କୁ ଗଳ୍ପ ମାଧ୍ୟମରେ ସକ୍ରେଟିସ ଙ୍କ ଉଦାହରଣ ଦେଇ ଆଜି ର କୂତ୍ରିମ ବୁଦ୍ଧିମତା ଯୁଗ ରେ ସତ୍ୟର ଅନୁସନ୍ଧାନ କରି ପ୍ରତିଟି କ୍ଷେତ୍ରରେ ଗୁରୁତ୍ୱର ସହ କାର୍ଯ୍ୟ କରିବାକୁ ଯତ୍ନବାନ ହେବାକୁ କହିଥିଲେ। ସେହିପରି ପ୍ରତ୍ୟେକ ଛାତ୍ରୀ ଛାତ୍ର ଜୀବନରେ ଦର୍ଶନ ଶାସ୍ତ୍ର ର ଉପଯୋଗିତା ସମ୍ପର୍କରେ ଅଧ୍ୟୟନ ପାଇଁ ପରାମର୍ଶ ଦେଇଥିଲେ।
କ୍ରୀଡ଼ା ବିଭାଗ ଉପ-ସଭାପତି ଅଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା, ଯୁକ୍ତ ୩ ନାଟ୍ୟ ସଂସଦ ଉପଦେଷ୍ଟା ତଥା ଅଧ୍ୟାପକ ଡ. ସୁରେନ୍ଦ୍ର ଶବର, ଯୁକ୍ତ ୨ ସାଂସ୍କୃତିକ ସଂଘ ଉପଦେଷ୍ଟା ଅଧ୍ୟାପକ ସଂଜୟ ଭୂୟାଁ, ବାର୍ଷିକୋତ୍ସବ କମିଟି ସଦସ୍ୟ ଅଧ୍ୟାପକ ତ୍ରିଲୋଚନ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। କଲେଜ ର ଆନୁଷଙ୍ଗିକ ପରିବର୍ତ୍ତନ ସହ ଆଗାମୀ ଦିନରେ ଛାତ୍ରୀ ଛାତ୍ର ମାନଙ୍କ ପାଇଁ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି କଲେଜ ଅଧ୍ୟକ୍ଷ ଉଦବୋଧନ ଦେବାସହ ସମସ୍ତ ଛାତ୍ରୀ ଛାତ୍ର ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ସଞ୍ଜୟ ଭୂୟାଁ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ସଙ୍ଗୀତ ପରିବେଷଣ କରିଥିଲେ। ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ସଙ୍ଗୀତ ପରିବେଷଣ କରିଥିଲେ।
ଇଂରାଜୀ ଅଧ୍ୟାପକ ତ୍ରିଲୋଚନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ବାର୍ଷିକ କ୍ରୀଡ଼ା, ସାଂସ୍କୃତିକ ଏବଂ ନାଟ୍ୟ ସଂସଦ ର ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା।ଶେଷରେ ଛାତ୍ରୀ ଛାତ୍ର ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଛାତ୍ର ଛାତ୍ରୀ ଛାତ୍ର ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।କଲେଜର ସମସ୍ତ ଛାତ୍ରୀ ଛାତ୍ର, ଅଧ୍ୟାପକ ଅଧ୍ୟାପିକା ଅଧ୍ୟାପକ ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ରାଜା ସିଂ, ସିଦ୍ଧାର୍ଥ ଶଙ୍କର ପାଣିଗ୍ରାହୀ, ବଡୁ ରେଡ୍ଡୀ ଏବଂ ଗଗନ ବରାଡ ଙ୍କ ସହ ଅନ୍ୟ କର୍ମଚାରୀ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ।