ଭାରତରେ ୮ ନୂଆ ଦୀକ୍ଷା କେନ୍ଦ୍ର ଶୁଭାରମ୍ଭ ପାଇଁ ଘୋଷଣା

ରାଜଗାଙ୍ଗପୁର,୧୫ା୭(ଅଶୋକ ପାଣି)ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‌)ର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ ଶାଖା ଡାଲମିଆ ଭାରତ ଫାଉଣ୍ଡେଶନ (ଡିବିଏଫ୍‌) ଦ୍ୱାରା ‘ଡାଲମିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ନଲେଜ ଆଣ୍ଡ ସ୍କିଲ୍‌ ହାର୍ନେସିଂ (ଦୀକ୍ଷା) ଅଧୀନରେ ୨୦୩୦ ଆର୍ଥିକବର୍ଷ ସୁଦ୍ଧା ୧ ଲକ୍ଷ ଯୁବକଙ୍କୁ ତାଲିମ ପ୍ରଦାନ ପାଇଁ ତାହାର ଯୋଜନା ସମ୍ପର୍କରେ ଘୋଷଣା କରିଛି। ଦୀକ୍ଷା ଭାରତର ଗ୍ରାମାଞ୍ଚଳ ଜନସାଧାରଣଙ୍କ ମଧ୍ୟରେ ଅବହେଳିତ ଯୁବବର୍ଗଙ୍କ ପାଇଁ ଦୀର୍ଘସ୍ଥାୟୀ ଜୀବିକା ଏବଂ ସେମାନଙ୍କ କୁଶଳତାର ବିକାଶ ନିମନ୍ତେ ସେମାନଙ୍କୁ ସମର୍ଥ କରାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଡିବିଏଫ୍‌ ସମଗ୍ର ଭାରତରେ ରହିଥିବା ୧୫ କେନ୍ଦ୍ର ବିଶିଷ୍ଟ ନେଟୱର୍କ ସହିତ ୨୦୨୪ ଆର୍ଥିକ ବର୍ଷରେ ଆଉ ୮ ନୂଆ କେନ୍ଦ୍ର ସ୍ଥାପନ କରିବ। ଏଥିରେ ମୋଟ ୮୦୦୦ ଶିକ୍ଷାନବୀଶ ତାଲିମ ନେବା କ୍ଷମତା ରହିବ। ଏହି ନୂଆ କେନ୍ଦ୍ରଗୁଡିକ ଆନ୍ଧ୍ର ପ୍ରଦେଶ, ଆସାମ, ବିହାର, ଝାଡଖଣ୍ଡ, ମହାରାଷ୍ଟ୍ର, ଓଡ଼ିଶା ଏବଂ ତାମିଲନାଡୁ ଆଦି ରାଜ୍ୟରେ ସ୍ଥାପନ କରାଯିବ। ୨୦୧୬ରେ ଜାତୀୟ କୁଶଳତା ବିକାଶ ନିଗମ ସହଭାଗିତାରେ ଏହି ପ୍ରୟାସ ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ଡିବିଏଫ୍‌ ତାହାର ସହଭାଗିତା ପରିସରକୁ ପୁନଃ ପରିବ୍ୟାପ୍ତ କରି ଓଡ଼ିଶା ଓ କର୍ନାଟକର ରାଜ୍ୟ କୁଶଳତା ବିକାଶ ମିଶନଗୁଡିକୁ ଏଥିରେ ସାମିଲ କରିଛି। ଏଥିସହ ନାବାର୍ଡ,ଏନବିସିଏଫ୍‌ଡିସି, ଓଏସ୍‌ଡିଏ, ବୋଶ୍‌, ସ୍ନାଇଡର ଇଲେକ୍ଟ୍ରିକ୍‌ ଆଦି ସହିତ ସହଯୋଗିତା କରିଛି। ଏହି ସମ୍ପ୍ରସାରଣ ଯୋଜନା ସମ୍ପର୍କରେ ପ୍ରକାଶ କରି ଡାଲମିଆ ଭାରତ ଫାଉଣ୍ଡେଶନ୍‌ ସିଇଓ ଅଶୋକ କୁମାର ଗୁପ୍ତା କହିଛନ୍ତି, ଡାଲମିଆ ଭାରତରେ ସମାବେଶୀ ବିକାଶ ନିମନ୍ତେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛିି ଏବଂ ବଞ୍ଚିତ ବର୍ଗଙ୍କ ଜୀବନ ଉପରେ ଆଖିଦୃଶିଆ ପ୍ରଭାବ ପକାଇବାକୁ ଆମେ ପ୍ରତିଶ୍ରୁତି ବଦ୍ଧ ରହିଛୁ । ରାଷ୍ଟ୍ରର ଲୋକଶକ୍ତିରେ ରହିଥିବା ଉଲ୍ଲେଖନୀୟ କୁଶଳତାର ଅଭାବକୁ ପୂରଣ କରିବା, ସେମାନଙ୍କ ପାଇଁ ଅର୍ଥନୈତିକ ସଶକ୍ତୀକରଣ ତଥା ଉତ୍ତମ ଜୀବନ ନିର୍ବାହ ନିମନ୍ତେ ସୁଯୋଗ ସୃଷ୍ଟି କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଦୀକ୍ଷା ଜରିଆରେ ଆମେ ଏକ କୁଶଳୀ ଏବଂ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣର ଆଶା ରଖିଛୁ। ଦୀକ୍ଷା ମୁଖ୍ୟତଃ ସ୍ବାସ୍ଥ୍ୟସେବା, ଇଣ୍ଡଷ୍ଟ୍ରିଆଲ ସିୱିଙ୍ଗ ମେଶିନ୍‌ ଅପରେଟର, ସହକାରୀ ଇଲେକ୍ଟ୍ରିସିଆନ୍‌, କଷ୍ଟମର୍‌ ରିଲେଶନଶିପ୍‌ ମ୍ୟାନେଜମେଣ୍ଟ, ସେଲ୍ସ୍‌ ଆଣ୍ଡ ମାର୍କେଟିଂ, ଡାଟା ଏଣ୍ଟ୍ରି ଅପରେଟର, ବିୟୁଟି ଆଣ୍ଡ ୱେଲନେସ୍‌ ଏବଂ ଅନ୍‌ଆର୍ମଡ୍‌ ସିକ୍ୟୁରିଟି ଆଦି ସମେତ ବିବିଧ କ୍ଷେତ୍ରରେ ତାଲିମ ପ୍ରଦାନ କରାଯାଉଛି । ଏପର୍ଯ୍ୟନ୍ତ ଦୀକ୍ଷା ସଫଳତାର ସହିତ ୧୧୬୪୭ ବ୍ୟକ୍ତିବିଶେଷଙ୍କୁ ତାଲିମ ପ୍ରଦାନ କରିଛି ଏବଂ ୮୨୭୧ ଜଣରୁ ଅଧିକ ବ୍ୟକ୍ତି ଉପାର୍ଜନକାରୀ ନିଯୁକ୍ତି ପାଇପାରିଛନ୍ତି; ଯେଉଁମାନେ ମାସିକ ୮ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବେତନ ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri